ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ।
ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ। ଲକ୍ଷ୍ମୀପୁର, ୨୪।୧୦ ଇମିସ…ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ସାଇକେଲ ମରାମତି କରି ପରିବାର ଭରଣ ପୋଷଣ କରୁଥିବା ଲକ୍ଷ୍ମୀକାନ୍ତ ନନ୍ଦ ନାମକ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଙ୍କ ବିଦ୍ୟୁତ ସଂସ୍ପର୍ଶ ରେ ମୃତ୍ୟୁ ହୋଇଛି।ଆଗକୁ ଦୀପାବଳି ଥିବା କାରଣରୁ ଗତ ଦୁଇ ଦିନ ତଳେ ଲକ୍ଷ୍ମୀ ନିଜ ପତ୍ନୀଙ୍କୁ ଭବାନୀପାଟଣା ଶ୍ୱଶୁର ର ଙ୍କ ଘରେ ଛାଡି ସେ ଗତ କାଲି ଲକ୍ଷ୍ମୀପୁର ଆସିଥିଲେ। ଘରେ ନିଜର ଏକ […] The post ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ। appeared first on Odisha.News.

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ।
ଲକ୍ଷ୍ମୀପୁର, ୨୪।୧୦ ଇମିସ…ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ସାଇକେଲ ମରାମତି କରି ପରିବାର ଭରଣ ପୋଷଣ କରୁଥିବା ଲକ୍ଷ୍ମୀକାନ୍ତ ନନ୍ଦ ନାମକ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଙ୍କ ବିଦ୍ୟୁତ ସଂସ୍ପର୍ଶ ରେ ମୃତ୍ୟୁ ହୋଇଛି।ଆଗକୁ ଦୀପାବଳି ଥିବା କାରଣରୁ ଗତ ଦୁଇ ଦିନ ତଳେ ଲକ୍ଷ୍ମୀ ନିଜ ପତ୍ନୀଙ୍କୁ ଭବାନୀପାଟଣା ଶ୍ୱଶୁର ର ଙ୍କ ଘରେ ଛାଡି ସେ ଗତ କାଲି ଲକ୍ଷ୍ମୀପୁର ଆସିଥିଲେ। ଘରେ ନିଜର ଏକ ମାତ୍ର ପୁଅ ସହ ଗତ କାଲି ଠାରୁ ରହିଥିବା ବେଳେ ଗୁରୁବାର ତାଙ୍କ ପୁଅ ବାହାରକୁ କୌଣସି କାମକୁ ଯାଇ ଥିବା ବେଳେ ଘରେ ଦିନ ସାଢେ ୧୨ ଟା ସମୟରେ ଗୁରୁବାର ହୋଇ ଥିବା କାରଣରୁ ଗାଈ ମାନଙ୍କୁ ଭାତ ଦେବା ସକାଶେ ରୋଷେଇ କରିବାକୁ ଦୋକାନ ଛାଡି ଘରକୁ ଯାଇଥିଲେ, ଘରେ ପହଞ୍ଚି ବିଦ୍ୟୁତ ତାର ସଜାଡୁ ଥିବା ସମୟରେ ଭୁଲ ବଶତଃ ୱାଇର ସଂସ୍ପର୍ଶ ରେ ସେ ଆସିଯାଇଥିଲେ, ୱାଇର ସଂସ୍ପର୍ଶ ରେ ଆସି ସମ୍ପୂର୍ଣ ଭାବେ ସେ ଜଳିଯାଇଥିଲେ,ତାଙ୍କ ଘରକୁ ଲାଗି ଭାଇ ଭାଉଜ ଙ୍କ ଘର ଗୁଡିକ ଥିଲେ ସୁଧା କେହି ସୁରାକ ମଧ୍ୟ ଟିକିଏ ପାଇନଥିଲେ, କିଛି ସମୟ ପରେ ବିଦ୍ୟୁତ ପୋଡା ଗନ୍ଧ ବାହାରିବା ପରେ ଲକ୍ଷ୍ମୀ ଙ୍କ ଘରେ ପହଞ୍ଚି ଦେଖିବା ବେଳକୁ ସେ ତଳେ ଟଳି ପଡ଼ିଥିବା ବେଳେ ସେ ଗୁରୁତ୍ୱର ଅବସ୍ଥା ରେ ପୋଡି ହୋଇ ରହିଥିଲେ। ତାଙ୍କ ଭାଉଜ ଲକ୍ଷ୍ମୀ ଙ୍କୁ ଛୁଇଁବା ମାତ୍ରେ ସେ ମଧ୍ୟ ସକ ଖାଇଥିଲେ, ପରେ ମେନ ସୁଇଚ ବନ୍ଦ କରି ଘର ଭିତରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଡାକ୍ତରଖାନା କୁ ନିଆ ଯାଇଥିଲା କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।
ଖବର ପାଇ ଡାକ୍ତରଖାନାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଥାନା ରେ ଲିଖିତ ଅଭିଯୋଗ ପରେ ପୁଲିସ ପହଞ୍ଚି ଏକ ୦୮/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତ ଦେହ ବ୍ଯବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଥିଲା । ମୃତ ଲକ୍ଷ୍ମୀ ଜଣେ ମିଷ୍ଟଭାଷୀ ଅମାୟିକ, ଭଲ ଓ ସରଳ ବ୍ଯକ୍ତିତ୍ବ ଥିଲେ, ଯେଉଁଥିପାଇଁ ପରିବାର ସହିତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ସାନ୍ଧ୍ୟସମୟରେ ତାଙ୍କ ପତ୍ନୀ ଭବାନୀପାଟଣା ରୁ ଆସିଥିଲେ।ଅନ୍ତିମ ସଂସ୍କାର ସମୟରେ ତିନି ଭାଇ ସହିତ ପରିବାର ବର୍ଗ, ପୁଅ, ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଥିଲେ। ଦୀର୍ଘ ବର୍ଷ ହେଲା ଲକ୍ଷ୍ମୀନନ୍ଦ ବଜାର ରେ ସାଇକେଲ ମରାମତି କରି ପରିବାର ଭରଣ ପୋଷଣ କରୁଥିବା ବେଳେ ଏବେ ତାଙ୍କ ଗରିବ ପତ୍ନୀ ବେସାହାରା ହୋଇଯାଇଛନ୍ତି, ସରକାର ଙ୍କ ତରଫରୁ ସାହାଯ୍ୟ ଯୋଗାଇ ଦିଆଯିବାକୁ ଦାବୀ କରାଯାଇଛି।
The post ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ। appeared first on Odisha.News.