ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଶ୍ରମିକକୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର
ଦେବଗଡ଼: ଦେବଗଡ଼ ପୌରାଚଂଳର ପଲଟନଗୁଡା ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ମାଲ ବୋଝେଇ ଟ୍ରକରୁ ସାମଗ୍ରୀ ଓହ୍ଲାଉଥିବାବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା ଜଣେ ଶ୍ରମିକକୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଶ୍ରମିକର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣା ପଡିଛି। ସୂଚନା ଅନୁଯାଇ ପଲଟନଗୁଡା ନିକଟରେ ରଞ୍ଜନ କୁମାର ନନ୍ଦ ନାମକ ଜନୈକ ବ୍ୟକ୍ତିଙ୍କ ଘରେ ଏକ ଆଇଚର ଟ୍ରକରୁ କିଛି ସାମଗ୍ରୀ ଓଲ୍ହାଇବା କାର୍ଯ୍ୟରେ ୯ ନମ୍ବର ୱାର୍ଡର ଟୁନା ପୂର୍ତ୍ତି, […]

ଦେବଗଡ଼: ଦେବଗଡ଼ ପୌରାଚଂଳର ପଲଟନଗୁଡା ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ମାଲ ବୋଝେଇ ଟ୍ରକରୁ ସାମଗ୍ରୀ ଓହ୍ଲାଉଥିବାବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା ଜଣେ ଶ୍ରମିକକୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଶ୍ରମିକର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣା ପଡିଛି।
ସୂଚନା ଅନୁଯାଇ ପଲଟନଗୁଡା ନିକଟରେ ରଞ୍ଜନ କୁମାର ନନ୍ଦ ନାମକ ଜନୈକ ବ୍ୟକ୍ତିଙ୍କ ଘରେ ଏକ ଆଇଚର ଟ୍ରକରୁ କିଛି ସାମଗ୍ରୀ ଓଲ୍ହାଇବା କାର୍ଯ୍ୟରେ ୯ ନମ୍ବର ୱାର୍ଡର ଟୁନା ପୂର୍ତ୍ତି, ଉଦୟ ହେନେଜ ଓ ଅନ୍ୟ ଜଣେ ଶ୍ରମିକ ନିୟୋଜିତ ଥିଲେ । ତେବେ ଅସାବଧାନତା ବଶତଃ ଟ୍ରକ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଉଦୟ ହେନେଜ ଆସିବାରୁ ଏହା ଦେଖି ଟୁନା ପୂର୍ତ୍ତି ତଳୁ ଥାଇ ଉଦୟଙ୍କ ଗୋଡ଼ ଟାଣି ବଞ୍ଚାଇବାକୁ ଉଦ୍ୟମ କରିଥିଲା। ମାତ୍ର ଖାଲି ପାଦରେ ମାଟି ଉପରେ ଛିଡା ହୋଇଥିବା କାରଣରୁ ଟୁନା ଶରୀରରେ ଜୋରଦାର ବିଦ୍ୟୁତ ପ୍ରବାହ ହେବା କାରଣରୁ ଘଟଣା ସ୍ଥଳରେ ଟୁନା ଅଚେତ ହୋଇ ତାଳେ ପଡିଯାଇଥିଲା।
ଏହା ଦେଖି ଗୃହକର୍ତ୍ତା ଓ ଆଖପାଖର ଲୋକେ ଟୁନା ଓ ଉଦୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଈଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଟୁନାକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଉଦୟକୁ ବୁର୍ଲା ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଈଁ ସ୍ଥାନାନ୍ତର କରିଥିଲେ ।
ସୂଚନା ପାଇ ଦେବଗଡ ଥାନା ପୁଲିସ ମୃତ ଦେହ ଜବତ କରିବା ସହ ବ୍ୟବଛେଦ ପାଈଁ ପଠାଇ ମାମଲା ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।