ବିଦ୍ୟୁତ ସ୍ପର୍ଶରେ ବ୍ୟବସାୟୀଙ୍କ ମୃତ୍ୟୁ

ଗୋପାଳପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ହଳଦିଆପଦର ଅଟୋ ନଗରରେ ବିଦ୍ୟୁତ ସ୍ପର୍ଶରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହଳଦିଆପଦର ଗ୍ରାମର କେଦାରନାଥ ଦଳେଇ(୫୨)। କେଦାରନାଥ ଶନିବାର ସକାଳ ପ୍ରାୟ ୮ଟାରେ ନିଜ ଦୋକାନରେ ୱେଲଡିଂ କାମ କରୁଥିବା ବେଳେ ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେଠାରେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ କିଛି ଲୋକ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। […]

ବିଦ୍ୟୁତ ସ୍ପର୍ଶରେ ବ୍ୟବସାୟୀଙ୍କ ମୃତ୍ୟୁ

ଗୋପାଳପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ହଳଦିଆପଦର ଅଟୋ ନଗରରେ ବିଦ୍ୟୁତ ସ୍ପର୍ଶରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହଳଦିଆପଦର ଗ୍ରାମର କେଦାରନାଥ ଦଳେଇ(୫୨)।

କେଦାରନାଥ ଶନିବାର ସକାଳ ପ୍ରାୟ ୮ଟାରେ ନିଜ ଦୋକାନରେ ୱେଲଡିଂ କାମ କରୁଥିବା ବେଳେ ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେଠାରେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ କିଛି ଲୋକ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କେଦାରନାଥଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୋଳନ୍ଥରା ପୁଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ ଥାନାରେ ଏକ  ଅପମୃତ୍ୟୁ ମାମଲା(୨୨/୨୫) ରୁଜୁ ହୋଇଛି।