ବିଦ୍ୟୁତ୍ ଆଘାତରେ ଗଲା ଗଜରାଜଙ୍କ ଜୀବନ ; ମୟୂରଭଞ୍ଜ ବେତନଟୀରେ ଆଉ ଏକ ହାତୀ ମୃତ୍ୟୁ
କନକ ବ୍ୟୁରୋ: ବିଦ୍ୟୁତ ଆଘାତରେ ଯାଉଛି ହାତୀଙ୍କ ଜୀବନ । ରାଜ୍ୟରେ ପୁଣି ଆଖି ବୁଜିଛି ଆଉ ଏକ ହାତୀ । ବାରିପଦା ବେତନଟୀ ରେଞ୍ଜ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଅଭାଭନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ହୋଇଛି । ବୈଶିଙ୍ଗା ଥାନା ଜାମସୁଳି ଗାଁ ନିକଟରେ ପଡ଼ି ରହିଛି ହାତୀର ମୃତଦେହ। ଘଟଣା ଜଣାପଡ଼ିବା ପରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।