ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର
ପୁଅକୁ ବଞ୍ଚାଇବା ପାଇଁ ବାପା ଓ ମା’ ଉଦ୍ୟମ କରିଥିଲେ। ବିଦ୍ୟୁତ୍ ଆଘାତରେ ଗଣେଶ ମଣ୍ଡଳଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ତୁଳସୀ ମଣ୍ଡଳ ଗୁରୁତର ହୋଇଛନ୍ତି।
ଏମିତି ବି ଆସେ ମୃତ୍ୟୁ। ଡକାଡକି ହୋଇ ଚାଲିଗଲେ ବାପା-ପୁଅ। ବିଦ୍ୟୁତ୍ ଆଘାତରେ ବାପ-ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମା’ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ରୋଡ୍ ଥାନା ବେଙ୍ଗପାଟିଆ ଗାଁରେ।
ମୃତକମାନେ ହେଲେ ଗଣେଶ ମଣ୍ଡଳ ଓ ତାଙ୍କ ପୁଅ ଆଶୁ ମଣ୍ଡଳ। ଗୁରୁତର ଅବସ୍ଥାରେ ମା’ ତୁଳସୀ ମଣ୍ଡଳଙ୍କୁ ଦାନଗଦି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ, ଆଜି ବାପା ଗଣେଶ ମଣ୍ଡଳ ଓ ତାଙ୍କ ପୁଅ ଆଶୁ ମଣ୍ଡଳ ବିଦ୍ୟୁତ ମରାମତି କାମ କରୁଥିଲେ। ହଠାତ୍ ପୁଅ ଆଶୁଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା।
ପୁଅକୁ ବଞ୍ଚାଇବା ପାଇଁ ବାପା ଓ ମା’ ଉଦ୍ୟମ କରିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଗଣେଶ ମଣ୍ଡଳଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ତୁଳସୀ ମଣ୍ଡଳ ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।