ବିଦ୍ୟୁତ୍‌ ଆଘାତରେ ଚାଲିଗଲା ମା’-ପୁଅଙ୍କ ଜୀବନ

ଜୟପୁର,୨ା୮: ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ଆଘାତରେ ମା’-ପୁଅଙ୍କ ଜୀବନ ଚାଲିଯାଇଛି। ପୁଅକୁ ବଞ୍ଚାଇବାକୁ ଯାଇ ମାଆ ପୁଅଙ୍କର ମୃତ୍ୟୁ ଘଟିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ଗାଁରେ। ସୂଚନାନୁଯାୟୀ ଆଜି ସକାଳୁ ଦୁର୍ଯ୍ୟୋଧନ ଅମନାତ୍ୟ ଶୌଚ ହୋଇ ଘରେ ତାରରେ ନିଜ ଗାମୁଛା କାଢ଼ିବା ବେଳେ ହଠାତ ବିଦ୍ୟୁତ ଆଘାତ ଲାଗିଥିଲା। ସେ […] The post ବିଦ୍ୟୁତ୍‌ ଆଘାତରେ ଚାଲିଗଲା ମା’-ପୁଅଙ୍କ ଜୀବନ appeared first on Dharitri Odia News.

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ମା’-ପୁଅଙ୍କ ଜୀବନ

ଜୟପୁର,୨ା୮: ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ଆଘାତରେ ମା’-ପୁଅଙ୍କ ଜୀବନ ଚାଲିଯାଇଛି। ପୁଅକୁ ବଞ୍ଚାଇବାକୁ ଯାଇ ମାଆ ପୁଅଙ୍କର ମୃତ୍ୟୁ ଘଟିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ଗାଁରେ।
ସୂଚନାନୁଯାୟୀ ଆଜି ସକାଳୁ ଦୁର୍ଯ୍ୟୋଧନ ଅମନାତ୍ୟ ଶୌଚ ହୋଇ ଘରେ ତାରରେ ନିଜ ଗାମୁଛା କାଢ଼ିବା ବେଳେ ହଠାତ ବିଦ୍ୟୁତ ଆଘାତ ଲାଗିଥିଲା। ସେ ବିଦ୍ୟୁତ୍‌ ଆଘାତରେ ଛଟପଟ ହେଉଥିବା ଦେଖି ମା’ ରମା ପୁଅକୁ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହୋଇ ତଳେ ପଡ଼ିଯାଇଥିଲେ। ସେହି ସମୟରେ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଆଉ ଶାଶୁଙ୍କୁ ମଧ୍ୟ ବିଦ୍ୟୁତ୍‌ ଆଘାତ ଲାଗିଥିଲା କିନ୍ତୁ ସୌଭାଗ୍ୟବଶତଃ
ସେମାନେ ଅଳ୍ପକେ ବର୍ତ୍ତିଗଲେ। ଦୁର୍ଯ୍ୟୋଧନ ଏବଂ ମା’ ରମାଙ୍କୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୟନ୍ତଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ବିଦ୍ୟୁତ୍‌ ଆଘାତରେ ଚାଲିଗଲା ମା’-ପୁଅଙ୍କ ଜୀବନ appeared first on Dharitri Odia News.