ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ

ଭୁବନେଶ୍ୱର,୨୯।୧: ଟାଟା ପାୱାର (ଟିପି)ର ସର୍ବବୃହତ୍‌ ଷ୍ଟଲ୍‌ ଉତ୍କର୍ଷ ଓଡ଼ିଶା:ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫’ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାର ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ ଉପରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ବିଶ୍ୱର ଏକ ଅଗ୍ରଣୀ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଶିଳ୍ପ ହବ୍‌ରେ ପରିଣତ ହେବା ଲାଗି ରାଜ୍ୟର ରହିଥିବା ଅଭିଳାଷକୁ ୨୪ଘଣ୍ଟିଆ ବିଦ୍ୟୁତ୍‌ ଶକ୍ତି ଜରିଆରେ ସମର୍ଥନ କରିବା ଉପରେ ଏହି କାର୍ଯ୍ୟକ୍ରମ ବେଶ୍‌ ଗୁରୁତ୍ୱାରୋପ କରୁଛି। ସେହିଭଳି ଓଡ଼ିଶାର ଚାରିଟି ଡିସ୍‌କମ୍‌ ଟିପିସିଓଡିଏଲ୍‌, […] The post ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ appeared first on Dharitri Odia News.

ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ

ଭୁବନେଶ୍ୱର,୨୯।୧: ଟାଟା ପାୱାର (ଟିପି)ର ସର୍ବବୃହତ୍‌ ଷ୍ଟଲ୍‌ ଉତ୍କର୍ଷ ଓଡ଼ିଶା:ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫’ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାର ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ ଉପରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ବିଶ୍ୱର ଏକ ଅଗ୍ରଣୀ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଶିଳ୍ପ ହବ୍‌ରେ ପରିଣତ ହେବା ଲାଗି ରାଜ୍ୟର ରହିଥିବା ଅଭିଳାଷକୁ ୨୪ଘଣ୍ଟିଆ ବିଦ୍ୟୁତ୍‌ ଶକ୍ତି ଜରିଆରେ ସମର୍ଥନ କରିବା ଉପରେ ଏହି କାର୍ଯ୍ୟକ୍ରମ ବେଶ୍‌ ଗୁରୁତ୍ୱାରୋପ କରୁଛି। ସେହିଭଳି ଓଡ଼ିଶାର ଚାରିଟି ଡିସ୍‌କମ୍‌ ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌ ଏବଂ ଟିପିଡବ୍ଲ୍ୟୁଓଡିଏଲ୍‌ର ଅପରେଟର ଭାବେ ଟାଟା ପାୱାର ଓଡ଼ିଶାବାସୀଙ୍କୁ ସେବା ଯୋଗାଉଛି। ଏପରିକି ଡିସ୍‌କମ୍‌ର ୫୫୭ ଗ୍ରାହକ ସେବା କେନ୍ଦ୍ରର ଦୃଢ଼ ନେଟ୍‌ୱର୍କ ଜରିଆରେ ୯୬.୬ ଲକ୍ଷରୁ ଅଧିକ ଗ୍ରାହକଙ୍କୁ କମ୍ପାନୀ ସେବା ପ୍ରଦାନ କରୁଛି। ସେହିପରି କମ୍ପାନୀ ପକ୍ଷରୁ ସ୍ମାର୍ଟ ବିଦ୍ୟୁତ୍‌ ବିତରଣ ବ୍ୟବସ୍ଥାରେ ହୋଇଥିବା ଉନ୍ନତି ସମେତ ସ୍କାଡା ସହ ୭୦୦ରୁ ଅଧିକ ପ୍ରାଥମିକ ସବ୍‌ଷ୍ଟେଶନ୍‌ (ପିଏସ୍‌ଏସ୍‌) ର ସମନ୍ବୟକୁ ନିବେଶ ସମ୍ମିଳନୀ ପ୍ରଦର୍ଶିତ କରାଯାଇଛି,ଯାହା ପରିଚାଳନା ଦକ୍ଷତା ଓ ସେବା ଭରସାଯୋଗ୍ୟତାରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଓଡ଼ିଶାର ସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ ଟାଟା ପାୱାର ପକ୍ଷରୁ ସୋଲାର, ପବନ ଓ ଶକ୍ତି ସଂରକ୍ଷଣ ପ୍ରକଳ୍ପ ଜରିଆରେ ଅକ୍ଷୟ ଶକ୍ତିରେ ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି। କମ୍ପାନୀ ପକ୍ଷରୁ ପ୍ରଯୁକ୍ତି ଆଧାରିତ ସମାଧାନ ଜରିଆରେ ଗ୍ରାହକଙ୍କୁ ସଶକ୍ତ କରିବା ପାଇଁ ଦିଆଯାଉଥିବା ଧ୍ୟାନ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ଏହି ୨ ଦିନିଆ ନିବେଶ ସମ୍ମିଳନୀରେ ବିଶ୍ୱର ଅଗ୍ରଣୀ ଲିଡର ଓ ନିବେଶକମାନେ ଏକତ୍ରିତ ହୋଇଛନ୍ତି; ଯାହା ଓଡ଼ିଶାର ଶିଳ୍ପ ଦୃଢ଼ତା ଓ ସୁଯୋଗ ଉପରେ ଆଲୋକପାତ କରୁଛି। ଟାଟା ପାୱାରର ଅଂଶଗ୍ରହଣ ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ସ୍ବଚ୍ଛ ଶକ୍ତି ଗ୍ରହଣୀୟତା ଓ ରାଜ୍ୟର ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଓଡ଼ିଶା ସରକାରଙ୍କ ସହ ସହଯୋଗିତା ପ୍ରତି କମ୍ପାନୀର ରହିଥିବା ସମର୍ପଣ ଭାବକୁ ଦର୍ଶାଉଛି। କମ୍ପାନୀ ପକ୍ଷରୁ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌), ଇଲେକ୍ଟ୍ରିକ୍‌ ଯାନ (ଇଭି), ଚାର୍ଜିଂ ଓ ହୋମ୍‌ ଅଟୋମେସନ୍‌ରେ ସମାଧାନଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି।

The post ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ appeared first on Dharitri Odia News.