ବିଦ୍ୟୁତ୍‌ ବିଭାଗ ଏସ୍‌ଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ବରଗଡ଼,୨୪।୧୦(ପ୍ରେମାନନ୍ଦ ଖମାରୀ): ଉଠାଜଳସେଚନ ପ୍ରକଳ୍ପ ଏବଂ ଉପଭୋକ୍ତାଙ୍କ ଘରକୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ପ୍ରତିବାଦରେ ବରଗଡ଼ ଜିଲା ଭେଡ଼େନରେ ଗୁରୁବାର ଆନ୍ଦୋଳନ ତେଜି ଉଠିଥିଲା। ଭେଡ଼େନ ବ୍ଲକ କୃଷକ ସଙ୍ଗଠନ ନେତୃତ୍ୱରେ ଗୁଦୁରାମୁଣ୍ଡା ଏବଂ କୁତପାଲି ଗ୍ରାମର ଅନେକ ଚାଷୀ ବିଦ୍ୟୁତ୍‌ ବିଭାଗ ଏସ୍‌ଡ଼ିଓଙ୍କ କାର୍ଯ୍ୟାଳୟକୁ ଆସି ତାଲା ପକାଇଥିଲେ। ବିଦ୍ୟୁତ ବିଭାଗ ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ବର୍ତ୍ତମାନ ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସୁଥିବାବେଳେ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ଯୋଗୁ […] The post ବିଦ୍ୟୁତ୍‌ ବିଭାଗ ଏସ୍‌ଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ appeared first on Dharitri Odia News.

ବିଦ୍ୟୁତ୍‌ ବିଭାଗ ଏସ୍‌ଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ବରଗଡ଼,୨୪।୧୦(ପ୍ରେମାନନ୍ଦ ଖମାରୀ): ଉଠାଜଳସେଚନ ପ୍ରକଳ୍ପ ଏବଂ ଉପଭୋକ୍ତାଙ୍କ ଘରକୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ପ୍ରତିବାଦରେ ବରଗଡ଼ ଜିଲା ଭେଡ଼େନରେ ଗୁରୁବାର ଆନ୍ଦୋଳନ ତେଜି ଉଠିଥିଲା। ଭେଡ଼େନ ବ୍ଲକ କୃଷକ ସଙ୍ଗଠନ ନେତୃତ୍ୱରେ ଗୁଦୁରାମୁଣ୍ଡା ଏବଂ କୁତପାଲି ଗ୍ରାମର ଅନେକ ଚାଷୀ ବିଦ୍ୟୁତ୍‌ ବିଭାଗ ଏସ୍‌ଡ଼ିଓଙ୍କ କାର୍ଯ୍ୟାଳୟକୁ ଆସି ତାଲା ପକାଇଥିଲେ। ବିଦ୍ୟୁତ ବିଭାଗ ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ।

ବର୍ତ୍ତମାନ ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସୁଥିବାବେଳେ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ଯୋଗୁ ଫସଲ ଉଜୁଡ଼ି ଯାଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ ସଂଯୋଗ କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ। ପରେ ବିଦ୍ୟୁତ୍‌ ସଂଯୋଗ ନେଇ ବିଭାଗୀୟ ଅଧିକାରୀ ନିର୍ଭର ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ।

The post ବିଦ୍ୟୁତ୍‌ ବିଭାଗ ଏସ୍‌ଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ appeared first on Dharitri Odia News.