ବିଧାନସଭା ଦ୍ବିତୀୟ ପର୍ଯ୍ଯାୟ ଅଧିବେଶନର ଦ୍ବାଦଶ ଦିନ : ଶୂନ୍ଯକାଳରେ ଉଠିପାରେ ସୁଭଦ୍ରା, ମଦମୃତ୍ଯୁ ପ୍ରସଙ୍ଗ

ଭୁବନେଶ୍ବର ୩।୯: ମଙ୍ଗଳବାର ବିଧାନସଭା ଦ୍ବିତୀୟ ପର୍ଯ୍ଯାୟ ଅଧିବେଶନର ଦ୍ବାଦଶ ଦିନ । ଆଜି ବି ଗୃହ ବେଶ ସରଗରମ ରହିବ । ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତ, ଗ୍ରାମ୍ଯ ଉନ୍ନୟନ, ସରକାରୀ ଉଦ୍ଯୋଗ, ଶ୍ରମ ଓ କର୍ମଚାରୀ ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ଯକାଳରେ ସୁଭଦ୍ରା, ମଦମୃତ୍ଯୁ ଆଦି ପ୍ରସଙ୍ଗ ବିରୋଧୀ ଗୃହରେ ଉଠାଇପାରନ୍ତି ।  ଅପରାହ୍ନରେ ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ସୋମବାର ସୁଭଦ୍ରା ଯୋଜନାକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା । ତେଣୁ ଆଜିର ପ୍ରଶ୍ନକାଳ ଚାଲିବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।You Can Read:ପୋଲିସ ଗାଡିକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ

ବିଧାନସଭା ଦ୍ବିତୀୟ ପର୍ଯ୍ଯାୟ ଅଧିବେଶନର ଦ୍ବାଦଶ ଦିନ : ଶୂନ୍ଯକାଳରେ ଉଠିପାରେ ସୁଭଦ୍ରା, ମଦମୃତ୍ଯୁ ପ୍ରସଙ୍ଗ

ଭୁବନେଶ୍ବର ୩।୯: ମଙ୍ଗଳବାର ବିଧାନସଭା ଦ୍ବିତୀୟ ପର୍ଯ୍ଯାୟ ଅଧିବେଶନର ଦ୍ବାଦଶ ଦିନ । ଆଜି ବି ଗୃହ ବେଶ ସରଗରମ ରହିବ । ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତ, ଗ୍ରାମ୍ଯ ଉନ୍ନୟନ, ସରକାରୀ ଉଦ୍ଯୋଗ, ଶ୍ରମ ଓ କର୍ମଚାରୀ ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ଯକାଳରେ ସୁଭଦ୍ରା, ମଦମୃତ୍ଯୁ ଆଦି ପ୍ରସଙ୍ଗ ବିରୋଧୀ ଗୃହରେ ଉଠାଇପାରନ୍ତି ।  ଅପରାହ୍ନରେ ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ସୋମବାର ସୁଭଦ୍ରା ଯୋଜନାକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା । ତେଣୁ ଆଜିର ପ୍ରଶ୍ନକାଳ ଚାଲିବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

You Can Read:

ପୋଲିସ ଗାଡିକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ