ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍
ଭୁବନେଶ୍ୱର,୧୧।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଗୁରୁବାର ୯ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ଜେନା, ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପରୁ ଗୀତାଞ୍ଜଳି ରାଉତରାୟକୁ ଦଳ ଟିକେଟ୍ ଦେଇଛି। ସେହିପରି ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ରେଢାଖୋଲରୁ ରୋହିତ ପୂଜାରୀ, ତେଲକୋଇରୁ ମାଧବ ସର୍ଦ୍ଦାର, ତାଳଚେରରୁ ବ୍ରଜ ପ୍ରଧାନ, ନର୍ଲାରୁ ମନୋରମା ମହାନ୍ତି, ବାଲିଗୁଡାରୁ ଚକ୍ରମଣି କହଁରଙ୍କୁ ବିଜେଡି ପ୍ରାର୍ଥୀ […] The post ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍ appeared first on Dharitri Odia News.
ଭୁବନେଶ୍ୱର,୧୧।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଗୁରୁବାର ୯ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ଜେନା, ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପରୁ ଗୀତାଞ୍ଜଳି ରାଉତରାୟକୁ ଦଳ ଟିକେଟ୍ ଦେଇଛି। ସେହିପରି ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ରେଢାଖୋଲରୁ ରୋହିତ ପୂଜାରୀ, ତେଲକୋଇରୁ ମାଧବ ସର୍ଦ୍ଦାର, ତାଳଚେରରୁ ବ୍ରଜ ପ୍ରଧାନ, ନର୍ଲାରୁ ମନୋରମା ମହାନ୍ତି, ବାଲିଗୁଡାରୁ ଚକ୍ରମଣି କହଁରଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ଏଥିସହିତ ଦଳ ବାଲେଶ୍ୱର ଲୋକ ସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍ ଦେଇଛି। ନିକଟରେ ଲେଖାଶ୍ରୀ ଭାଜପା ଛାଡି ବିଜେଡିରେ ମିଶିଥିଲେ।
ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ପାଇଁ ବିଜେଡି ପୂର୍ବରୁ ୩ଟି ପର୍ଯ୍ୟାୟରେ ୨୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିଲା। ସେହିପରି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୨, ଦ୍ବିତୀୟ ପର୍ଯ୍ୟାୟରେ ୨୭ ଓ ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।
The post ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍ appeared first on Dharitri Odia News.