ବିଧାନସଭା ନିର୍ବାଚନ ପୂର୍ବରୁ କେଜରିଓ୍ବାଲଙ୍କୁ ବଡ ଝଟ୍କା
ନୂଆଦିଲ୍ଲୀ,୨୫।୮: ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ପ୍ରାୟ ଗତ ୫ ମାସ ହେବ ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବଲଙ୍କ ନେତୃତ୍ୱ ବିନା ଆମ ଆଦମୀ ପାର୍ଟି(ଏଏପି) ଅନେକ ସମସ୍ୟାର ସାମ୍ନା କରୁଛି। ଏହି କ୍ରମରେ ରବିବାର ଏଏପିର ୫ ନେତା ଜଳକୁ ବଡ ଝଟକା ଦେଇଛନ୍ତି। ଏମାନେ ଏଏପି ଛାଡି ଭାଜପାରେ ଯୋଗ ଦେଇଛନ୍ତି ଏବଂ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଝାଡୁ ଛାଡି […] The post ବିଧାନସଭା ନିର୍ବାଚନ ପୂର୍ବରୁ କେଜରିଓ୍ବାଲଙ୍କୁ ବଡ ଝଟ୍କା appeared first on Dharitri Odia News.
ନୂଆଦିଲ୍ଲୀ,୨୫।୮: ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ପ୍ରାୟ ଗତ ୫ ମାସ ହେବ ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବଲଙ୍କ ନେତୃତ୍ୱ ବିନା ଆମ ଆଦମୀ ପାର୍ଟି(ଏଏପି) ଅନେକ ସମସ୍ୟାର ସାମ୍ନା କରୁଛି। ଏହି କ୍ରମରେ ରବିବାର ଏଏପିର ୫ ନେତା ଜଳକୁ ବଡ ଝଟକା ଦେଇଛନ୍ତି। ଏମାନେ ଏଏପି ଛାଡି ଭାଜପାରେ ଯୋଗ ଦେଇଛନ୍ତି ଏବଂ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।
ଝାଡୁ ଛାଡି ପଦ୍ମ ଧରିଥିବା ଏହି ନେତାମାନେ ରବିବାର ଦିଲ୍ଲୀର ପ୍ରଦେଶ ଭାଜପା ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଓ ଲୋକ ସଭା ଏମପି ରାମବୀର ସିଂ ବିଘୁଡିଙ୍କ ଉପସ୍ଥିତିରେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଏହାକୁ ବିଧାନସଭା ନିର୍ବାଚନ ପୂର୍ବରୁ ଦଳରେ ଏକ ବଡ ଧରଣର ଅଦଳ ବଦଳ ଭାବେ ଧରାଯାଇଛି।
The post ବିଧାନସଭା ନିର୍ବାଚନ ପୂର୍ବରୁ କେଜରିଓ୍ବାଲଙ୍କୁ ବଡ ଝଟ୍କା appeared first on Dharitri Odia News.