ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ‘ଆପ’ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ବିଧାୟକଙ୍କ ପାଣ୍ଠି

ନୂଆଦିଲ୍ଲୀ ୧୦।୧୦: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ଗୁରୁବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ବିଧାୟକଙ୍କ ପାଣ୍ଠିକୁ ବଢ଼ାଇ ୧୫ କୋଟି ଟଙ୍କା କରି ଦିଆଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୂର୍ବରୁ  ବିଧାୟକଙ୍କ ପାଣ୍ଠି ବାର୍ଷିକ ୧୦ କୋଟି ଟଙ୍କା ଥିଲା। ଫଳରେ ଦେଶର ଅନ୍ୟ ରାଜ୍ୟଙ୍କ ତୁଳନାରେ ଦିଲ୍ଲୀ ବିଧାୟକମାନଙ୍କ ପାଣ୍ଠି ଏବେ ସବୁଠୁ ଅଧିକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ବିଭିନ୍ନ ପ୍ରସଙ୍ଗକୁ ନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ଅବସରରେ ସେ ଦିଲ୍ଲୀ ବିଧାୟକଙ୍କ ପାଣ୍ଠି ବଢିଥିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୁରା ଦେଶରେ ଦିଲ୍ଲୀ ପ୍ରଥମ ରାଜ୍ୟ ଯାହାର ବିଧାୟକଙ୍କ ପାଣ୍ଠି ୧୫ କୋଟି ଟଙ୍କାକୁ ପହଞ୍ଚିଛି। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ବିଧାୟକଙ୍କୁ ବାର୍ଷିକ ୨ କୋଟି ଟଙ୍କା ଲେଖାଏଁ ପାଣ୍ଠି ମିଳୁଛି। ଅନ୍ୟ ରାଜ୍ୟଙ୍କ ତଥ୍ୟ ଦେଇ ଆତିଶୀ କହିଛନ୍ତି ଯେ ଓଡ଼ିଶା, ତାମିଲନାଡୁ ଓ ମଧ୍ୟପ୍ରଦେଶ ଏମଏଲଏ ପାଣ୍ଠି ବାବଦେ ବାର୍ଷିକ ୩ କୋଟି ଟଙ୍କା ମିଳୁଛି। #WATCH | Delhi CM Atishi says, "Today, a decision was taken regarding the MLA fund in the cabinet meeting. The MLA fund has been increased from Rs 10 crore to Rs 15 crore per year. No other state in the country has s

ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ‘ଆପ’ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ବିଧାୟକଙ୍କ ପାଣ୍ଠି

ନୂଆଦିଲ୍ଲୀ ୧୦।୧୦: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ଗୁରୁବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ବିଧାୟକଙ୍କ ପାଣ୍ଠିକୁ ବଢ଼ାଇ ୧୫ କୋଟି ଟଙ୍କା କରି ଦିଆଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୂର୍ବରୁ  ବିଧାୟକଙ୍କ ପାଣ୍ଠି ବାର୍ଷିକ ୧୦ କୋଟି ଟଙ୍କା ଥିଲା। ଫଳରେ ଦେଶର ଅନ୍ୟ ରାଜ୍ୟଙ୍କ ତୁଳନାରେ ଦିଲ୍ଲୀ ବିଧାୟକମାନଙ୍କ ପାଣ୍ଠି ଏବେ ସବୁଠୁ ଅଧିକ ହୋଇଯାଇଛି। 

ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ବିଭିନ୍ନ ପ୍ରସଙ୍ଗକୁ ନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ଅବସରରେ ସେ ଦିଲ୍ଲୀ ବିଧାୟକଙ୍କ ପାଣ୍ଠି ବଢିଥିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୁରା ଦେଶରେ ଦିଲ୍ଲୀ ପ୍ରଥମ ରାଜ୍ୟ ଯାହାର ବିଧାୟକଙ୍କ ପାଣ୍ଠି ୧୫ କୋଟି ଟଙ୍କାକୁ ପହଞ୍ଚିଛି। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ବିଧାୟକଙ୍କୁ ବାର୍ଷିକ ୨ କୋଟି ଟଙ୍କା ଲେଖାଏଁ ପାଣ୍ଠି ମିଳୁଛି। ଅନ୍ୟ ରାଜ୍ୟଙ୍କ ତଥ୍ୟ ଦେଇ ଆତିଶୀ କହିଛନ୍ତି ଯେ ଓଡ଼ିଶା, ତାମିଲନାଡୁ ଓ ମଧ୍ୟପ୍ରଦେଶ ଏମଏଲଏ ପାଣ୍ଠି ବାବଦେ ବାର୍ଷିକ ୩ କୋଟି ଟଙ୍କା ମିଳୁଛି। 


ତେବେ କେରଳ, ଝାଡଖଣ୍ଡ, ତେଲେଙ୍ଗାନା, ରାଜସ୍ଥାନ ଓ ଉତ୍ତରାଖଣ୍ଡ ବିଧାୟକ ପାଣ୍ଠି ରୂପେ ବାର୍ଷିକ ୫ କୋଟି ଟଙ୍କା ଦେଉଛନ୍ତି। ହେଲେ ରାଜସ୍ୱ କ୍ଷତି ବାବଦେ ପ୍ରଶ୍ନ ହେବାରୁ ଆତିଶ କହିଛନ୍ତି ଯେ ବିଜେପି ୨୨ ରାଜ୍ୟରେ ସରକାର ଚଳାଉଛି, ଏଥିରୁ ଏମିତି ଗୋଟିଏ ରାଜ୍ୟର ନାମ କୁହନ୍ତୁ ଯାହାର ରାଜସ୍ୱକ୍ଷତି ଆଦୌ ନାହିଁ। ଯଦି ଆପଣ ଏପରି ଗୋଟିଏ ରାଜ୍ୟର ପ୍ରମାଣ ଦେଇ ଦେବେ ତେବେ ଆମେ ସମ୍ପୂର୍ଣ୍ଣ ରାଜସ୍ୱ ତଥ୍ୟ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିଦେବୁ। 


ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ଉପସ୍ଥିତ ଥିଲେ। ସେ କହିଛନ୍ତି ଯେ ଦିଲ୍ଲୀରେ ଚଳିତବର୍ଷ ବହୁ ବର୍ଷା ହୋଇଛି, ଫଳରେ ଜାତୀୟ ରାଜଧାନୀର ସଡ଼କ ଓ ଫୁଟପାଥ ଖରାପ ହୋଇଯାଇଛି। ଏହା ସହିତ ଜାତୀୟ ରାଜଧାନୀରେ ସ୍ୱିରେଜ ସମସ୍ୟା ମଧ୍ୟ ଦେଖାଦେଇଛି। ଏଣୁ ଦୁଇଟି ଦଳର ବିଧାୟକ ପ୍ରସଙ୍ଗରେ ମୋତେ ଭେଟିଥିବା ବେଳେ ବିଧାୟକ ପାଣ୍ଠି ବଢାଇବାକୁ ଦାବି କରିଥିଲେ। ଏହି ପାଣ୍ଠି ଗଢାଯିବାର ଉଦ୍ଦେଶ୍ୟ ମଧ୍ୟ ସେଇଆ ଯେଉଁଥିରେ ବିଧାୟକ ନିଜ ଅଞ୍ଚଳର ବିକାଶ କାର୍ଯ୍ୟ କରିପାରିବେ। ଏଣୁ ଜାତୀୟ ରାଜଧାନୀରେ ବିକାଶମୂଳକ କାର୍ଯ୍ୟନିମନ୍ତେ ବିଧାୟକଙ୍କ ପାଣ୍ଠି ବୃଦ୍ଧି କରାଯାଇଛି।