ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ଭୁବନେଶ୍ୱରର ୩ଟି ଆସନରୁ ୨ଟି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଏଥର ବିଭିନ୍ନ ସ୍ଥାନରେ ଅନେକ ପୁରୁଣା ମୁହଁକୁ ରିପିଟ କରିଛି।

ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୨୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ଭୁବନେଶ୍ୱରର ୩ଟି ଆସନରୁ ୨ଟି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଏଥର ବିଭିନ୍ନ ସ୍ଥାନରେ ଅନେକ ପୁରୁଣା ମୁହଁକୁ ରିପିଟ କରିଛି।

ଭୁବନେଶ୍ୱରର ଉତ୍ତରରୁ ୨୦୧୯ ଭଳି ଏଥର ମଧ୍ୟ ସୁଶାନ୍ତ ରାଉତ ନିର୍ବାଚନ ଲଢ଼ିବେ। ସେହିପରି ଏକାମ୍ରରୁ ଅଶୋକ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ଭୁବନେଶ୍ୱର ମଧ୍ୟ ଆସନରେ ଅନନ୍ତ ନାରାୟଣ ଜେନା ଓ ଅମରେଶ ଜେନାଙ୍କ ମଧ୍ୟରେ ଟକ୍କର ଚାଲିଥିବାରୁ ଦଳ ଏଠାରେ କାହାକୁ ଏଯାଏ ପ୍ରାର୍ଥୀ କରିନାହିଁ।

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ

ବଣାଇ- ଭୀମସେନ ଚୌଧୁରୀ

ବାରିପଦା- ସାନନ୍ଦ ମାରାଣ୍ଡି

ତଳସରା- ବିଜୟ ଟପ୍ପୋ

ସୁନ୍ଦରଗଡ଼- ଯୋଗେଶ ସିଂହ

ରାଜଗାଙ୍ଗପୁର-ଅନୀଲ ବାର୍ଲା

ବଣାଇ- ଭୀମସେନ ଚୌଧୁରୀ

ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌

ଉଦଳା- ଶ୍ରନାଥ ସୋରେନ୍‌

ବାରିପଦା- ସାନନ୍ଦ ମାରାଣ୍ଡି

ବଡ଼ସାହି- ଅନସୂୟା ପାତ୍ର

ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ

ସୋର- ମାଧବ ଧଡା

ଆଠ ମଲିକ- ନଳିନୀ ପ୍ରଧାନ

ବୀରମହାରାଜପୁର- ପଦ୍ମନାଭ ବେହେରା

ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ

ଫୁଲବାଣୀ- ଜୟଶ୍ରୀ କହଁର

ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା(ପ୍ରତାପ ଜେନାଙ୍କ ପୁଅ)

ତିର୍ତ୍ତୋଲ- ରମାକାନ୍ତ ଭୋଇ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ

ଏକାମ୍ର- ଅଶୋକ ପଣ୍ଡା

ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ

ଆସିକା- ମଞ୍ଜୁଳା ସ୍ୱାଇଁ

ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ

ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ

ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ

ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ