ବିଧାନସଭା ବଜେଟ୍ ଅଧିବେଶନ ପାଇଁ ୨୧ରେ ବସିବ ସର୍ବଦଳୀୟ ବୈଠକ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୯/୭: ୨୨ରୁ ବିଧାନସଭା ବଜେଟ୍‌ ଅଧିବେଶନ, ତା ପୂର୍ବରୁ ୨୧ରେ ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବଜେଟ୍‌ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିବେ ବାଚସ୍ପତି । ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ । ରାଜ୍ୟରେ ନୂଆ ସରକାର ଆସିବା ପରେ ଏହା ପ୍ରଥମ ବଜେଟ୍‌ ହେବ । ସର୍ବଦଳୀୟ ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ। କାହାକୁ ଏହି ପଦବୀ ମିଳିବ ତା ଉପରେ ସମସ୍ତଙ୍କ ନଜର । ସେହିପରି ଫାଙ୍କା ଥିବା ଉପବାଚସ୍ପତି ପଦ ପାଇଁ ଆସନ୍ତା ୨୩ରେ ନାମାଙ୍କନପତ୍ର ଦାଖଲ ହେବ । ୨୪ରେ ଫଳାଫଳ ଘୋଷଣା କରାଯିବ । ଏହି ସମସ୍ତ ପ୍ରକ୍ରିୟା ସରିବା ପରେ ୨୫ରେ ହେବ ବଜେଟ୍‌ ଉପସ୍ଥାପନ ।