ବିଧାନସଭା ୪ ଯାଏଁ ମୁଲତବି ; ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବି।

କନକ ବ୍ୟୁରୋ: ଆଜି ବି ଚାଲିପାରିଲାନି ବିଧାନସଭା। ଗୃହ ଆରମ୍ଭରୁ ହିଁ ବିରୋଧୀ ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ଯାଏଁ ମାଡିଯାଇଥିଲେ। ମିଶନଶକ୍ତିର ଗୈରୀକରଣକୁ ନେଇ ବିରୋଧୀ ହଟ୍ଟଗୋଳ କରାଥିଲେ। ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।   ବିଜେପି ସରକାର ମିଶନଶକ୍ତିକୁ ନିଜ ଇଚ୍ଛା ଅନୁସାରେ ଗୈରିକ କରିବାକୁ ଚାହିଁବାରୁ ଏହାକୁ କଡା ବିରୋଧ କରିଛନ୍ତି ବିରୋଧୀ । ମିଶନ ଶକ୍ତି ମହିଳାଙ୍କୁ ସଶାକ୍ତ କରିବାର ଏକ ପ୍ରୟାସ । ସେ ସଙ୍ଗଠନକୁ  ନିଜ ଦଳୀୟ ରଙ୍ଗରେ ରଙ୍ଗେଇବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ଏହାସହ ପ୍ଲାକାର୍ଡ ଧରି ବିଧାନସଭା ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି ବିରୋଧୀ ନେତା।   

ବିଧାନସଭା ୪ ଯାଏଁ ମୁଲତବି ; ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବି।

କନକ ବ୍ୟୁରୋ: ଆଜି ବି ଚାଲିପାରିଲାନି ବିଧାନସଭା। ଗୃହ ଆରମ୍ଭରୁ ହିଁ ବିରୋଧୀ ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ଯାଏଁ ମାଡିଯାଇଥିଲେ। ମିଶନଶକ୍ତିର ଗୈରୀକରଣକୁ ନେଇ ବିରୋଧୀ ହଟ୍ଟଗୋଳ କରାଥିଲେ। ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। 


 
ବିଜେପି ସରକାର ମିଶନଶକ୍ତିକୁ ନିଜ ଇଚ୍ଛା ଅନୁସାରେ ଗୈରିକ କରିବାକୁ ଚାହିଁବାରୁ ଏହାକୁ କଡା ବିରୋଧ କରିଛନ୍ତି ବିରୋଧୀ । ମିଶନ ଶକ୍ତି ମହିଳାଙ୍କୁ ସଶାକ୍ତ କରିବାର ଏକ ପ୍ରୟାସ । ସେ ସଙ୍ଗଠନକୁ  ନିଜ ଦଳୀୟ ରଙ୍ଗରେ ରଙ୍ଗେଇବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ଏହାସହ ପ୍ଲାକାର୍ଡ ଧରି ବିଧାନସଭା ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି ବିରୋଧୀ ନେତା।