ବିଧାନସଭାରୁ ଆସିଲା ତଥ୍ୟ, ରାଜ୍ୟରେ ଏତିକି ସଂଖ୍ୟାରେ ଖାଲିପଡିଛି IAS-IPS ପଦ
ଭୁବନେଶ୍ୱର ୧୭।୦୨: ରାଜ୍ୟରେ ଆଇଏଏସ- ଆଇପିଏସ ମରୁଡି। ବିଧାନସଭାରୁ ଆସିଛି ଏମିତି ତଥ୍ୟ । ବର୍ତ୍ତମାନ ରାଜ୍ୟରେ ୬୬ ଜଣ ଆଇଏଏସ ପଦବୀ ଖାଲି ପଡ଼ିଥିବା ବେଳେ ୬୯ ଆଇପିଏସ ପଦବୀ ଖାଲି ପଡିିଥିବା କଥା ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ରାଜ୍ୟରେ କେତେ ସଂଖ୍ୟାରେ ଆଇପିଏସ୍ ଏବଂ ଆଇଏଏସ୍ ପଦ ଖାଲିପଡିଛି, ସେନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ଯାହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଓଡିଶା କ୍ୟାଡରରେ ୨୪୮ ଆଇଏଏସ୍ ପଦବୀ ଥିବା ବେଳେ ୧୮୨ ଜଣ କାର୍ଯ୍ୟରତ ଅଛନ୍ତି । ଏହାବ୍ୟତୀତ ଦୁଇ ଜଣ ଆଇଏଏସ୍ ଅଧିକାରୀ ଅନ୍ତଃରାଜ୍ୟ ଡେପୁଟେସନରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଅଛନ୍ତି । ୨୨ ଜଣ ଆଇଏଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେହିପରି ରାଜ୍ୟରେ ସମୁଦାୟ ଆଇପିଏସ୍ ପଦବୀ ସଂଖ୍ୟା ୧୯୮ ଥିବା ବେଳେ ତାମଧ୍ୟରୁ ୬୯ଟି ପଦବୀ ଖାଲି ରହିଛି । ୧୦ ଜଣ ଆଇପିଏସ୍ ଅଧିକାରୀ ବର୍ତ୍ତମାନ ୫ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ତେଣୁ ଦେଖିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ ସମୟରେ ୬୬ ଜଣ ଆଇଏଏସ୍ ପଦବୀ ଖାଲି ପଡିଥିବା ବେଳେ ୬୯ ଆଇପିଏସ୍ ପଦବୀ ଖାଲି ରହିଛି । BAFTA 2025; ବାଜିମାରିଲା କନକ୍ଲେଭରେ ଓ ଦି ବ୍ରୁଟାଲିଷ୍ଟ, ଜାଣନ୍ତୁ ୱିନର୍ସଙ୍କ ପୂରା ଲିଷ୍ଟ
ଭୁବନେଶ୍ୱର ୧୭।୦୨: ରାଜ୍ୟରେ ଆଇଏଏସ- ଆଇପିଏସ ମରୁଡି। ବିଧାନସଭାରୁ ଆସିଛି ଏମିତି ତଥ୍ୟ । ବର୍ତ୍ତମାନ ରାଜ୍ୟରେ ୬୬ ଜଣ ଆଇଏଏସ ପଦବୀ ଖାଲି ପଡ଼ିଥିବା ବେଳେ ୬୯ ଆଇପିଏସ ପଦବୀ ଖାଲି ପଡିିଥିବା କଥା ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜ୍ୟରେ କେତେ ସଂଖ୍ୟାରେ ଆଇପିଏସ୍ ଏବଂ ଆଇଏଏସ୍ ପଦ ଖାଲିପଡିଛି, ସେନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ଯାହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଓଡିଶା କ୍ୟାଡରରେ ୨୪୮ ଆଇଏଏସ୍ ପଦବୀ ଥିବା ବେଳେ ୧୮୨ ଜଣ କାର୍ଯ୍ୟରତ ଅଛନ୍ତି । ଏହାବ୍ୟତୀତ ଦୁଇ ଜଣ ଆଇଏଏସ୍ ଅଧିକାରୀ ଅନ୍ତଃରାଜ୍ୟ ଡେପୁଟେସନରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଅଛନ୍ତି । ୨୨ ଜଣ ଆଇଏଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେହିପରି ରାଜ୍ୟରେ ସମୁଦାୟ ଆଇପିଏସ୍ ପଦବୀ ସଂଖ୍ୟା ୧୯୮ ଥିବା ବେଳେ ତାମଧ୍ୟରୁ ୬୯ଟି ପଦବୀ ଖାଲି ରହିଛି । ୧୦ ଜଣ ଆଇପିଏସ୍ ଅଧିକାରୀ ବର୍ତ୍ତମାନ ୫ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ତେଣୁ ଦେଖିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ ସମୟରେ ୬୬ ଜଣ ଆଇଏଏସ୍ ପଦବୀ ଖାଲି ପଡିଥିବା ବେଳେ ୬୯ ଆଇପିଏସ୍ ପଦବୀ ଖାଲି ରହିଛି ।
BAFTA 2025; ବାଜିମାରିଲା କନକ୍ଲେଭରେ ଓ ଦି ବ୍ରୁଟାଲିଷ୍ଟ, ଜାଣନ୍ତୁ ୱିନର୍ସଙ୍କ ପୂରା ଲିଷ୍ଟ