ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର ୨୦।୦୮ : ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ । ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଏବଂ ନାରାବାଜି ନେଇ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି। ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ମାତ୍ରେ ବିରୋଧୀ ସଦସ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଖାସ୍‌ କରି ବିଜେଡି ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରତିବାଦରେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଏହାପରେ କଂଗ୍ରେସ କଲେଜ୍‌ ନିର୍ବାଚନ ପ୍ରସଙ୍ଗରେ ନାରାବାଜି କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ପ୍ରଥମ ବିଧାନସଭାକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ଥରେ ବିଜେଡି-କଂଗ୍ରେସ ହୋହାଲ୍ଲା ସହିତ ନାରାବାଜି କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି । 

ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର ୨୦।୦୮ : ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ । ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଏବଂ ନାରାବାଜି ନେଇ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି। 

ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ମାତ୍ରେ ବିରୋଧୀ ସଦସ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଖାସ୍‌ କରି ବିଜେଡି ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରତିବାଦରେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଏହାପରେ କଂଗ୍ରେସ କଲେଜ୍‌ ନିର୍ବାଚନ ପ୍ରସଙ୍ଗରେ ନାରାବାଜି କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ପ୍ରଥମ ବିଧାନସଭାକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ଥରେ ବିଜେଡି-କଂଗ୍ରେସ ହୋହାଲ୍ଲା ସହିତ ନାରାବାଜି କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ।