ବିଧାନସଭାରେ ଲୋକଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇବି, ପ୍ରତିଶ୍ରୁତି ଦେଲେ ବିଧାୟକ
କେସିଙ୍ଗା,୧୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚେର ପଞ୍ଚାୟତର ଅମଠା ଗ୍ରାମକୁ ଭବାନୀପାଟଣା ବିଧାୟକ ସାଗର ଚରଣ ଦାଶ ଗୁରୁବାର ପରିଦର୍ଶନ କରିଛନ୍ତି। ଗତ ଜୁନ୍ରେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। କିଡ୍ନୀ ରୋଗରେ ମୃତ୍ୟୁ ହୋଇଥିବା ତିନି ଜଣ ହେଲେ ହରି ମାଝି,ବନିତା ମାଝି,କୃତିବାସ ଯାନୀ। ଆଉ ତିନି ଜଣ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଥିବା ମଥୁରା ମାଝି,ଚିନ୍ତାମଣି ମାଝି ଓ ଦକ୍ଷ ଭାଟିଙ୍କୁ […] The post ବିଧାନସଭାରେ ଲୋକଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇବି, ପ୍ରତିଶ୍ରୁତି ଦେଲେ ବିଧାୟକ appeared first on Dharitri Odia News.
କେସିଙ୍ଗା,୧୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚେର ପଞ୍ଚାୟତର ଅମଠା ଗ୍ରାମକୁ ଭବାନୀପାଟଣା ବିଧାୟକ ସାଗର ଚରଣ ଦାଶ ଗୁରୁବାର ପରିଦର୍ଶନ କରିଛନ୍ତି। ଗତ ଜୁନ୍ରେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। କିଡ୍ନୀ ରୋଗରେ ମୃତ୍ୟୁ ହୋଇଥିବା ତିନି ଜଣ ହେଲେ ହରି ମାଝି,ବନିତା ମାଝି,କୃତିବାସ ଯାନୀ। ଆଉ ତିନି ଜଣ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଥିବା ମଥୁରା ମାଝି,ଚିନ୍ତାମଣି ମାଝି ଓ ଦକ୍ଷ ଭାଟିଙ୍କୁ ଜିଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଚିକିତ୍ସା କରିବା ଆଲୋଚନା କରିବା ପାଇଁ ପୀଡ଼ିତ ପରିବାରଙ୍କୁ ବିଧାୟକ କହିଥିଲେ। ଉକ୍ତ ଗ୍ରାମରେ ପାନୀୟଜଳର ଘୋର ଅଭାବ ଯୋଗୁ ଲୋକମାନେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବିଧାନସଭାରେ ପ୍ରଶ୍ନ କରିବି ବୋଲି ବିଧାୟକ ପ୍ରକାଶ କରିଛନ୍ତି। ଗ୍ରାମରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ହୋଇ ଥିବା ପରିବାରଙ୍କ ଘରକୁ ପରିଦର୍ଶନ କରି ସାନ୍ତ୍ୱନା ଦେଇଥିଲେ। ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ରନ୍ଧା ଖାଦ୍ୟ ଦେଖିଥିଲେ। ଉକ୍ତ ଗ୍ରାମରେ ଥିବା ସମସ୍ତ ନଳକୂପ ଅଚଳ ହୋଇଛି। ଲୋକମାନେ ପାନୀୟଜଳ ନ ପାଇ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବାରୁ ବିଧାୟକ ଘୋର ଅନୁତାପ କରିଥିଲେ। ଉକ୍ତ ଗ୍ରାମରେ ଥିବା ପୋଖରୀ ପାଣି ନାହିଁ। ଏ ସଂକ୍ରାନ୍ତରେ ବିଧାୟକ ସାଗର ଚରଣ ଦାଶଙ୍କୁ ପଚାରିବାରୁ ଆସନ୍ତା ୩ ମାସରେ ଯାହା ବି ସମସ୍ୟା ଅଛି ଦୂର ହେବ ଏବଂ ବିଧାନସଭାରେ ପ୍ରଶ୍ନ କରିବି ବୋଲି ପ୍ରକାଶ କରିଥିଲେ। ଏହି ପରିଦର୍ଶନ ବେଳେ ଚାଞ୍ଚେର ପଞ୍ଚାୟତର ସରପଞ୍ଚ ଅଞ୍ଜୁ କୁମାର, କେସିଙ୍ଗା ଏନ୍ଏସିର ପୂର୍ବତନ କାଉନସିଲର ବିଜୟ ଦୀପ,ବୋରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ନାଏକ ପ୍ରମୁଖ ସାମିଲ ଥିଲେ।
The post ବିଧାନସଭାରେ ଲୋକଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇବି, ପ୍ରତିଶ୍ରୁତି ଦେଲେ ବିଧାୟକ appeared first on Dharitri Odia News.