ବିଧାନସଭାରେ ହୃଦୟର କଥା ଖୋଲି କହିଦେଲେ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର,୩୦।୮: ବିଧାନସଭାରେ ହୃଦୟର କଥା ଖୋଲି କହିଛନ୍ତି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ଶିଳ୍ପ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଅଂଶଗ୍ରହଣ କରି ସେ ଓଡ଼ିଶା ସିନେମାର ପତନକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଛନ୍ତି, ମୁଁ ଗୃହରେ ଆଜି ମୋ ମନର କଥା କହିବି। ମୋର ତିନି ମା’ । ଜଣେ ମା’ ଯାହାଙ୍କଠାରୁ ଜନ୍ମ ନେଇ ମୁଁ ଦୁନିଆ ଦେଖୁଛି। ଆଉ ଜଣେ ମୋ ଜନ୍ମଭୂମି ଯାହାର ମାଟି ଉପରେ ମୁଁ ହସୁଛି, ଖେଳୁଛି। […] The post ବିଧାନସଭାରେ ହୃଦୟର କଥା ଖୋଲି କହିଦେଲେ ସିଦ୍ଧାନ୍ତ ମହାପାତ୍ର appeared first on Dharitri Odia News.

ବିଧାନସଭାରେ ହୃଦୟର କଥା ଖୋଲି କହିଦେଲେ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର,୩୦।୮: ବିଧାନସଭାରେ ହୃଦୟର କଥା ଖୋଲି କହିଛନ୍ତି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ଶିଳ୍ପ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଅଂଶଗ୍ରହଣ କରି ସେ ଓଡ଼ିଶା ସିନେମାର ପତନକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଛନ୍ତି,
ମୁଁ ଗୃହରେ ଆଜି ମୋ ମନର କଥା କହିବି। ମୋର ତିନି ମା’ । ଜଣେ ମା’ ଯାହାଙ୍କଠାରୁ ଜନ୍ମ ନେଇ ମୁଁ ଦୁନିଆ ଦେଖୁଛି। ଆଉ ଜଣେ ମୋ ଜନ୍ମଭୂମି ଯାହାର ମାଟି ଉପରେ ମୁଁ ହସୁଛି, ଖେଳୁଛି। ଆଉ ଜଣେ ମା’ ‘ସିନେମା’ । ଏ ମା’ ମୋତେ ପରିଚୟ ଦେଇଛି। ମାତ୍ର ମୋ ସିନେମା ମା’କୁ ଦେଖିଲେ କଷ୍ଟ ଲାଗୁଛି। ଓଡ଼ିଶା ମା’କୁ ଯେତିକି ବର୍ଷ, ମୋ ସିନେମା ମା’କୁ ବି ସେତି କି ବର୍ଷ । ମାତ୍ର ବିଡ଼ମ୍ବନା ମୋ ସିନେମା ମା’ ଆଜି ରୁଗ୍‌ଣ । କେମିତି ଏ ଶିଳ୍ପ ବଞ୍ଚିବ ତାହା ଏବେ ବଡ଼ ପ୍ରଶ୍ନ। ସରକାର ଏଥିପ୍ରତି ଧ୍ୟାନ ଦେବା ସହ ନୀତି ଆଣିବା ଉଚିତ୍‌।
୨୦୧୧ ମୁଁ ଏମ୍‌ପି ହେବା ପରେ ଓଡ଼ିଆ ସିନେମା ପାଇଁ ନୀତି ଆଣିବାକୁ ତତ୍କାଳୀନ ଶିଳ୍ପ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି। ବିଡ଼ମ୍ବନା ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ ଭଳି ୨୦୧୮ରେ ଏକ ନୀତି ଆସିଲା। ଏହି ନୀତି ଆସିବା ଦ୍ୱାରା ତାର ସୁଫଳ କିଏ ପାଇଲା ମୁଁ ବି ଜାଣିପାରିଲିନି ବୋଲି ସିଦ୍ଧାନ୍ତ କହିଛନ୍ତି।

The post ବିଧାନସଭାରେ ହୃଦୟର କଥା ଖୋଲି କହିଦେଲେ ସିଦ୍ଧାନ୍ତ ମହାପାତ୍ର appeared first on Dharitri Odia News.