ବିଧାନସଭାରେ ୱାଲଟିଅର ଡିଭିଜନ ତାତି: ପାତରଅନ୍ତର ନୀତି ନେଇ ବିଜେଡିର କଡ଼ା ସମାଲୋଚନା
ଭୁବନେଶ୍ବର: ୱାଲଟିଅର ପ୍ରସଂଗରେ ହୁଲସ୍ତୁଲ ବିଧାନସଭା । ଗୃହରେ ବିଜେଡିର ହଲ୍ଲାବୋଲ। ପୂର୍ବତଟ ରେଳପଥକୁ ବିକଳାଙ୍ଗ କଲା କେନ୍ଦ୍ର। ୧୦... The post ବିଧାନସଭାରେ ୱାଲଟିଅର ଡିଭିଜନ ତାତି: ପାତରଅନ୍ତର ନୀତି ନେଇ ବିଜେଡିର କଡ଼ା ସମାଲୋଚନା appeared first on .
ଭୁବନେଶ୍ବର: ୱାଲଟିଅର ପ୍ରସଂଗରେ ହୁଲସ୍ତୁଲ ବିଧାନସଭା । ଗୃହରେ ବିଜେଡିର ହଲ୍ଲାବୋଲ। ପୂର୍ବତଟ ରେଳପଥକୁ ବିକଳାଙ୍ଗ କଲା କେନ୍ଦ୍ର। ୧୦ ହଜାର କୋଟି ରାଜସ୍ବ ହରାଇବ ଓଡିଶା। ଶୂନ୍ୟକାଳରେ ଉଠିଲା ରେଲୱେ ତାତି। ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ରର ଓ ରାଜ୍ୟ ବିଜେପିକୁ ଘେରିଲେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ। କହିଲେ, ଚଳିତ ମାସ ୭ ତାରିଖ ଥିଲା ଓଡ଼ିଶା ପାଇଁ କଳା ଦିନ। ପୂର୍ବତଟ ରେଲୱେ ୨୫ରୁ ୩୦ ହଜାର କୋଟି ଟଙ୍କାର ଅବଦାନ ଦେଇଥାଏ। ହେଲେ କେନ୍ଦ୍ରର ବଜେଟ ତାକୁ ବିକଳାଙ୍ଗ କରିଦେଲା । ୱାଲଟିଅର ଡିଭିଜନକୁ ବିଲୀନ କରିଦିଆଗଲା କେନ୍ଦ୍ର କ୍ୟାବିନେଟରେ । ପୂର୍ବତଟ ରେଲୱେରୁ ନେଇ ଆନ୍ଧ୍ରପ୍ରଦେଶରେ ମିଶାଇ ଦିଆଗଲା।
ରାଜନୈତିକ ଉଦ୍ଦେଶ୍ୟ ରଖି ଏହା କରାଗଲା। ଯଦି ଆନ୍ଧ୍ର ପାଇଁ ଏହି ଜୋନ୍ କରାଗଲା ତେବେ ଓଡିଶା ପାଇଁ ମଧ୍ୟ କରାଯାଉ ବୋଲି ଦାବି କରିଛି ବିଜେଡି। ଅନ୍ୟ ରାଜ୍ୟ ପାଇଁ ଗୋଟିଏ ନିୟମ, ଓଡିଶା ପାଇଁ ଅଲଗା କାହିଁକି ବୋଲି ପ୍ରଶ୍ନ କରିଛି ଦଳ। ଏଥିପାଇଁ ଗୃହରେ ପ୍ରସ୍ତାବ ଅଣାଯାଉ। ଓଡିଶା ପାଇଁ ରାଜ୍ୟକୁ ସୁହାଇଲା ଭଳି ଜୋନ୍ କରିବାକୁ ଦାବି କରିଥିଲେ । ରେଳମନ୍ତ୍ରୀ ଓଡିଶାରୁ ଯାଇ ଓଡିଶା ପାଇଁ କିଛି କରୁନାହାନ୍ତି ଏହା ଦୁର୍ଭାଗ୍ୟର ବିଷୟ। ଅନ୍ୟ ରାଜ୍ୟ ପାଇଁ ଅନୁଦାନ ଗୋଟିଏ ଆମ ପାଇଁ ଆଉ ଗୋଟିଏ ବୋଲି ଅଭିଯୋଗ କରିଛି ବିଜେଡି।
ୱାଲଟିଅର ଡିଭିଜନକୁ ବିଶାଖାପାଟଣା ଡିଭିଜନରେ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ରକୁ କଡ଼ା ସମାଲୋଚନା କରିଥିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। କେନ୍ଦ୍ର କ୍ୟାବିନେଟର ରିଜୋଲ୍ୟୁସନକୁ ଓଡ଼ିଶା ସ୍ବାର୍ଥ ବିରୋଧି କହି ଗୃହରେ ଚିରି ଦେଇଥିଲେ। ଏହି ନିଷ୍ପତ୍ତିରୁ ପୂର୍ବତଟ ରେଲୱେ ୧୦ ହଜାର କୋଟି ହରାଇବ। ରାଜ୍ୟ ସ୍ଵାର୍ଥ ନେଇ ବିଜେପିର ୨୦ ସାଂସଦ ମୁକ ବଧିର ହୋଇଯାଇଛନ୍ତି। ଯେଉଁ ମାପକାଠିରେ କେନ୍ଦ୍ର ଆନ୍ଧ୍ରକୁ ଦେଖୁଛି, ଓଡ଼ିଶାକୁ ସେହି ମାପ କାଠିରେ ଦେଖୁl ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ବିଜେଡି ଚୁପ୍ ବସିବନି। ରାଜ୍ୟ ସ୍ବାର୍ଥ ପାଇଁ ଆମେ ଲଢ଼େଇ କରିବୁ ବୋଲି କହିଛନ୍ତି ରଣେନ୍ଦ୍ର। ବିଜେଡିର ସ୍ଵରରେ ସ୍ଵର ମିଳାଇଛି କଂଗ୍ରେସ। ୱାଲଟିଅର ଡିଭିଜନ ମିଶ୍ରଣକୁ ଦୂର୍ଭାଗ୍ୟଜନକ କହିଛି ଦଳ।ସେପଟେ ବିରୋଧୀଙ୍କ ଅଭିଯୋଗ ନେଇ କେନ୍ଦ୍ର ପାଇଁ ଓକିଲାତି କରିଛନ୍ତି ବିଜେପି ବିଧାୟକ। ପୂର୍ବତଟ ରେଳବାଇରୁ ୱାଲଟିଅର ଡିଭିଜନକୁ ବାଦ ଦେଇ ଦକ୍ଷିଣ କେନ୍ଦ୍ରୀୟ ରେଲୱେରେ ମିଶ୍ରଣ ନିଷ୍ପତ୍ତିକୁ ନେଇ ସାରା ଓଡ଼ିଶାରେ ଉଦବେଶ ପ୍ରକାଶ ପାଇଛି । ହେଲେ ଡବଲ ଇଞ୍ଜିନ ସରକାର ନିଷ୍ପତ୍ତି ସପକ୍ଷରେ ଓକିଲାତି କରିଛି। ଯାହାକୁ ନେଇ ହୁଲସ୍ତୁଲ ବିଧାନସଭା ।
The post ବିଧାନସଭାରେ ୱାଲଟିଅର ଡିଭିଜନ ତାତି: ପାତରଅନ୍ତର ନୀତି ନେଇ ବିଜେଡିର କଡ଼ା ସମାଲୋଚନା appeared first on .