ବିଧାୟକ ଶ୍ରୀକାନ୍ତଙ୍କ ବିରୋଧରେ ଯୌନ ଶୋଷଣ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସଂଯୁକ୍ତା
କଟକ,୭ା୩(କାର୍ତ୍ତିକ ସାହୁ): ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ନିଷ୍କ୍ରିୟତା ବିରୋଧରେ ସେ ହାଇକୋର୍ଟଙ୍କୁ ଅବଗତ କରାଇଥିବା ଜଣାପଡିଛି। ବିଧାୟକ ଶ୍ରୀକାନ୍ତ ସାହୁ ଶାରିରୀକ ଓ ମାନସିକ ଭାବେ ସଂଯୁକ୍ତାଙ୍କୁ ନିର୍ଯାତନା ଦେଇଥିବା ନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଗତ ଜୁଲାଇ ମାସରେ ଅଭିଯୋଗ କରିଥିଲେ। ସଂଯୁକ୍ତାଙ୍କ ଏତଲା […] The post ବିଧାୟକ ଶ୍ରୀକାନ୍ତଙ୍କ ବିରୋଧରେ ଯୌନ ଶୋଷଣ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସଂଯୁକ୍ତା appeared first on Dharitri Odia News.
କଟକ,୭ା୩(କାର୍ତ୍ତିକ ସାହୁ): ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ନିଷ୍କ୍ରିୟତା ବିରୋଧରେ ସେ ହାଇକୋର୍ଟଙ୍କୁ ଅବଗତ କରାଇଥିବା ଜଣାପଡିଛି।
ବିଧାୟକ ଶ୍ରୀକାନ୍ତ ସାହୁ ଶାରିରୀକ ଓ ମାନସିକ ଭାବେ ସଂଯୁକ୍ତାଙ୍କୁ ନିର୍ଯାତନା ଦେଇଥିବା ନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଗତ ଜୁଲାଇ ମାସରେ ଅଭିଯୋଗ କରିଥିଲେ।
ସଂଯୁକ୍ତାଙ୍କ ଏତଲା ପରେ ବି ମହିଳା ଥାନା ପୋଲିସ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଫଳରେ ସେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି।
ସଂଯୁକ୍ତାଙ୍କ ସହ ସମ୍ପର୍କ ରଖି ଶ୍ରୀକାନ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବିଧାୟକ ତାଙ୍କୁ ନିର୍ଯାତନା ଦେଇଥିଲେ। ସେ ସ୍ତ୍ରୀର ମାନ୍ୟତା ଦାବି କରି ଶ୍ରୀକାନ୍ତଙ୍କ ଘରେ ଅନଧିକାର ପ୍ରବେଶ କରିବା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଥିଲା।
ପୂର୍ବରୁ ସେ ଶ୍ରୀକାନ୍ତଙ୍କ ବିରୋଧରେ ଏତଲା ଦେଇଥିଲେ ବି ପୋଲିସ ଜାଣିଶୁଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁି ବୋଲି ସେ ଏହି ମାମଲାରେ ଦର୍ଶାଇଛନ୍ତି। ବିଶେଷ କରି ପୋଲିସ ନିଷ୍କ୍ରିୟତା ଅବଲମ୍ବନ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିରେ ରାଜ୍ୟ ସରକାର, ପୋଲିସ କମିଶନର୍, ଭୁବନେଶ୍ୱର ଡିସିପି, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ମହିଳା ଥାନା ଅଧିକାରୀ ପ୍ରମୁଖଙ୍କୁ ସେ ପକ୍ଷଭୁକ୍ତ କରିଛନ୍ତି।
The post ବିଧାୟକ ଶ୍ରୀକାନ୍ତଙ୍କ ବିରୋଧରେ ଯୌନ ଶୋଷଣ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସଂଯୁକ୍ତା appeared first on Dharitri Odia News.