ବିଧାୟକଙ୍କ ନାମରେ ନିର୍ଯାତନା ମାମଲା: ଆବେଦନ ଖାରଜ କଲେ ହାଇକୋର୍ଟ
କଟକ,୧୨ା୪ (କାର୍ତ୍ତିକ ସାହୁ) ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆଗତ ୨ଟି ମାମଲାକୁ ହାଇକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି। ଭୁବନେଶ୍ୱର ମହିଳା ଥାନା ବିଧାୟକ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ମଧ୍ୟ ବଳାତ୍କାର ଅଭିଯୋଗକୁ ଗ୍ରହଣ କରୁନାହିଁ। ତାଙ୍କ ନାମରେ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀ ସଂଯୁକ୍ତା ମହଲା ହାଇକୋର୍ଟରେ ପ୍ରାର୍ଥନା କରିଥିଲେ। ହାଇକୋର୍ଟର ବିଚାରପତି ଭି. ନରସିଂହ ମାମଲାର ଶୁଣାଣି କରି ତଦନ୍ତ […] The post ବିଧାୟକଙ୍କ ନାମରେ ନିର୍ଯାତନା ମାମଲା: ଆବେଦନ ଖାରଜ କଲେ ହାଇକୋର୍ଟ appeared first on Dharitri Odia News.
କଟକ,୧୨ା୪ (କାର୍ତ୍ତିକ ସାହୁ) ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆଗତ ୨ଟି ମାମଲାକୁ ହାଇକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି। ଭୁବନେଶ୍ୱର ମହିଳା ଥାନା ବିଧାୟକ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ମଧ୍ୟ ବଳାତ୍କାର ଅଭିଯୋଗକୁ ଗ୍ରହଣ କରୁନାହିଁ। ତାଙ୍କ ନାମରେ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନକାରିଣୀ ସଂଯୁକ୍ତା ମହଲା ହାଇକୋର୍ଟରେ ପ୍ରାର୍ଥନା କରିଥିଲେ। ହାଇକୋର୍ଟର ବିଚାରପତି ଭି. ନରସିଂହ ମାମଲାର ଶୁଣାଣି କରି ତଦନ୍ତ ଶେଷ ହୋଇନଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ଏଥିସହ ଆବେଦନକାରିଣୀଙ୍କ ଆବେଦନକୁ ଖାରଜ କରିଛନ୍ତି। ସେହିପରି ବିଧାୟକ ସାହୁଙ୍କ ଅତି ନିକଟତମ କୁହାଯାଉଥିବା ଦୁଇଜଣ ଖବରଦାତାଙ୍କ ନାମରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଅଭିଯୋଗ କରି ଆବେଦନକାରିଣୀ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଏହି ଆବେଦନକୁ ମଧ୍ୟ ଖାରଜ କରିଦେଇଥିବା ଜଣାଯାଇଛି।
The post ବିଧାୟକଙ୍କ ନାମରେ ନିର୍ଯାତନା ମାମଲା: ଆବେଦନ ଖାରଜ କଲେ ହାଇକୋର୍ଟ appeared first on Dharitri Odia News.