ବିଧାୟକଙ୍କ ପତ୍ନୀ ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ୍‌

ନିମାପଡ଼ା,୫ା୪(ରଞ୍ଜନ ପଟ୍ଟନାୟକ): ବର୍ତ୍ତମାନ ପରିସ୍ଥିତିରେ ନିମାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଦଳୀୟ ଟିକେଟ କାହାକୁ ମିଳିବ ସେ ନେଇ ସସ୍‌ପେନ୍ସ ଲାଗିରହିଛି। ଗୁରୁବାର ଟିକେଟ ଆଶାରେ ଭାଜପା ଛାଡ଼ି ଦିଲୀପ ନାୟକ ବିଜେଡିରେ ଯୋଗଦେଇଥିଲେ। ଶଙ୍ଖଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଦଳୀୟ ଉତ୍ତରୀୟ ଦେଇ ଦିଲୀପ ଏବଂ ତାଙ୍କ ସମର୍ଥକମାନଙ୍କୁ ସ୍ବାଗତ କରିଥିଲେ। ଏହାର ଦିନକ ପରେ ବିଧାୟକ ଦାଶ ନିଜ ସହଧର୍ମିଣୀ ସଙ୍ଗୀତା ଦାଶଙ୍କୁ […] The post ବିଧାୟକଙ୍କ ପତ୍ନୀ ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ୍‌ appeared first on Dharitri Odia News.

ବିଧାୟକଙ୍କ ପତ୍ନୀ ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ୍‌

ନିମାପଡ଼ା,୫ା୪(ରଞ୍ଜନ ପଟ୍ଟନାୟକ): ବର୍ତ୍ତମାନ ପରିସ୍ଥିତିରେ ନିମାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଦଳୀୟ ଟିକେଟ କାହାକୁ ମିଳିବ ସେ ନେଇ ସସ୍‌ପେନ୍ସ ଲାଗିରହିଛି। ଗୁରୁବାର ଟିକେଟ ଆଶାରେ ଭାଜପା ଛାଡ଼ି ଦିଲୀପ ନାୟକ ବିଜେଡିରେ ଯୋଗଦେଇଥିଲେ। ଶଙ୍ଖଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଦଳୀୟ ଉତ୍ତରୀୟ ଦେଇ ଦିଲୀପ ଏବଂ ତାଙ୍କ ସମର୍ଥକମାନଙ୍କୁ ସ୍ବାଗତ କରିଥିଲେ। ଏହାର ଦିନକ ପରେ ବିଧାୟକ ଦାଶ ନିଜ ସହଧର୍ମିଣୀ ସଙ୍ଗୀତା ଦାଶଙ୍କୁ ନିମାପଡ଼ାରୁ ବିଜେଡି ପକ୍ଷରୁ ବିଧାୟିକା ପ୍ରାର୍ଥୀ କରିବା ପାଇଁ ଲବିକୁ ଜୋରଦାର କରିଛନ୍ତି। ସମୀରଙ୍କ ବଦଳରେ ସଙ୍ଗୀତା ଏଠାରୁ ପ୍ରାର୍ଥୀ ହେବେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ନିମାପଡ଼ା ଆସନ ପାଇଁ ଦିନକୁ ଦିନ ବିଜେଡିର ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆସନରେ ବିଜୟ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ନେତୃତ୍ୱ ଏଠାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ଆଗ୍ରହୀ ରହିଛନ୍ତି। ସେହିପରି ଆଶାୟୀ ସୁବ୍ରତ ଛାଟୋଇ ଏଠାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଏଭଳି ଆଲୋଚନା ଓ ପର୍ଯ୍ୟାଲୋଚନାକୁ ନେଇ ନିମାପଡ଼ାରେ ବିଜେଡି ରାଜନୀତି ରୋଚକ ସ୍ଥିତିରେ ପହଞ୍ଚିଛି l

The post ବିଧାୟକଙ୍କ ପତ୍ନୀ ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ୍‌ appeared first on Dharitri Odia News.