ବିନା UPSC ପରୀକ୍ଷାରେ ଯୁଗ୍ମ ସଚିବ ହେବାର ସୁଯୋଗ, ମାସିକ ଦରମା ୧.୫ ଲକ୍ଷରୁ ଆରମ୍ଭ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପ ସଚିବ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି UPSC। ବିନା ପରୀକ୍ଷାରେ ଚାକିରି ପାଇବାର ବଡ଼ ସୁଯୋଗ। ମୋଟ ୪୫ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ କିଏ ଆବେଦନ କରିପାରିବେ? ଆସନ୍ତୁ ଜାଣିବା UPSC ଅଧିନରେ ଲାଟେରାଲ୍ ଏଣ୍ଟ୍ରି ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଣ୍ଟ୍ରି ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ଆନ୍ତର୍ଜାତୀୟ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ।ବର୍ତ୍ତମାନ ଏମାନେ UPSC ପରୀକ୍ଷା ନ ଦେଇ IAS ହୋଇପାରିବେ। କୌଣସି ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ପଦରେ ନିଯୁକ୍ତ ହୋଇପାରିବେ। ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ମନୋନୀତ ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଭିନ୍ନ ବିଭାଗରେ ସିଧାସଳଖ ନିଯୁକ୍ତି ପାଇପାରିବେ।ନିଯୁକ୍ତି ପାଇଁ ଯୋଗ୍ୟତା କ’ଣ?UPSC ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ସରକାରରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀ ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ। କିନ୍ତୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟ କର୍ମଚାରୀମାନେ ଆବେଦନ କରିପାରିବେ। ଏହା ସହିତ ସ୍ୱୟଂଶାସିତ ସଂସ୍ଥା, ବିଶ୍ୱବିଦ୍ୟାଳୟ, ବେସରକାରୀ କମ୍ପାନୀ, ଆନ୍ତର୍ଜାତୀୟ ଏବଂ

ବିନା UPSC ପରୀକ୍ଷାରେ ଯୁଗ୍ମ ସଚିବ ହେବାର ସୁଯୋଗ, ମାସିକ ଦରମା ୧.୫ ଲକ୍ଷରୁ ଆରମ୍ଭ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଏବଂ ଉପ ସଚିବ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି UPSC। ବିନା ପରୀକ୍ଷାରେ ଚାକିରି ପାଇବାର ବଡ଼ ସୁଯୋଗ। ମୋଟ ୪୫ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ କିଏ ଆବେଦନ କରିପାରିବେ? ଆସନ୍ତୁ ଜାଣିବା 

UPSC ଅଧିନରେ ଲାଟେରାଲ୍ ଏଣ୍ଟ୍ରି ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଣ୍ଟ୍ରି ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ଆନ୍ତର୍ଜାତୀୟ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ।

ବର୍ତ୍ତମାନ ଏମାନେ UPSC ପରୀକ୍ଷା ନ ଦେଇ IAS ହୋଇପାରିବେ। କୌଣସି ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ପଦରେ ନିଯୁକ୍ତ ହୋଇପାରିବେ। ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ମନୋନୀତ ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଭିନ୍ନ ବିଭାଗରେ ସିଧାସଳଖ ନିଯୁକ୍ତି ପାଇପାରିବେ।

ନିଯୁକ୍ତି ପାଇଁ ଯୋଗ୍ୟତା କ’ଣ?

UPSC ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ର ସରକାରରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀ ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ। କିନ୍ତୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟ କର୍ମଚାରୀମାନେ ଆବେଦନ କରିପାରିବେ। ଏହା ସହିତ ସ୍ୱୟଂଶାସିତ ସଂସ୍ଥା, ବିଶ୍ୱବିଦ୍ୟାଳୟ, ବେସରକାରୀ କମ୍ପାନୀ, ଆନ୍ତର୍ଜାତୀୟ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ ଲାଟେରାଲ୍ ଏଣ୍ଟ୍ରିରେ ଆବେଦନ କରିପାରିବେ।

ବୟସ ସୀମା ଏବଂ ଦରମା-

  • ୪୦ ବର୍ଷରୁ ୫୫ ବର୍ଷ ବୟସର ଆଶାୟୀ ଯୁଗ୍ମ ସଚିବ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ସପ୍ତମ ବେତନ ଆୟୋଗ ଅନୁଯାୟୀ ବେତନ ସ୍ତର ରହିବ। ଡିଏ ସହିତ ତାଙ୍କର ମୋଟ ମାସିକ ବେତନ ୨.୭୦ ଲକ୍ଷ ଟଙ୍କା ରହିବ। 
  • ୩୫ ବର୍ଷରୁ ୪୫ ବର୍ଷ ମଧ୍ୟରେ ଥିବା ଆଶାୟୀ ନିର୍ଦ୍ଦେଶକ ପଦ ପାଇଁ ଆବେଦନ କରିପାରିବେ। ଡିଏ ସହିତ ତାଙ୍କର ମାସିକ ଆୟ ୨.୩୦ ଲକ୍ଷ ଟଙ୍କା ରହିବ। 
  • ୩୨ ବର୍ଷରୁ ୪୦ ବର୍ଷ ମଧ୍ୟରେ ଥିବା ଆଶାୟୀ ଉପ ସଚିବ ପାଇଁ ଆବେଦନ କରିପାରିବେ। ଡିଏ ସହିତ ତାଙ୍କୁ ମାସିକ ୧.୫୨ ଲକ୍ଷ ଟଙ୍କା ଦରମା ପ୍ରଦାନ କରାଯିବ।