ବିନା ଦରଖାସ୍ତରେ ଛୁଟିରେ ଥିଲେ, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ଗୋପାଳପୁର,୨୬।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନସ୍ଥ ବିକ୍ରମପୁର ଗ୍ରାମଠାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ରଙ୍ଗେଈଲୁଣ୍ଡା ବିଇଓ ଚାକିରି ରୁ ନିଲମ୍ବିତ କରାଯାଇଛି ନେଇ ସୂଚନା ମିଳିଛି। ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ହେଲେ ଦମୟନ୍ତୀ କହଁର ବୋଲି ଜଣାପଡ଼ିଛି l ପ୍ରଧାନଶିକ୍ଷୟତ୍ରୀ କହଁର ଦୀର୍ଘ ବର୍ଷ ଧରି ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଗତ କିଛିମାସ ଧରି ବିନା ଛୁଟି ଦରଖାସ୍ତରେ ବିଦ୍ୟାଳୟରୁ ଛୁଟିରେ ରହିଥିଲେ। ଗତ ଏକ ସପ୍ତାହ […] The post ବିନା ଦରଖାସ୍ତରେ ଛୁଟିରେ ଥିଲେ, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ appeared first on Dharitri Odia News.

ବିନା ଦରଖାସ୍ତରେ ଛୁଟିରେ ଥିଲେ, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ଗୋପାଳପୁର,୨୬।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନସ୍ଥ ବିକ୍ରମପୁର ଗ୍ରାମଠାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ରଙ୍ଗେଈଲୁଣ୍ଡା ବିଇଓ ଚାକିରି ରୁ ନିଲମ୍ବିତ କରାଯାଇଛି ନେଇ ସୂଚନା ମିଳିଛି। ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ହେଲେ ଦମୟନ୍ତୀ କହଁର ବୋଲି ଜଣାପଡ଼ିଛି l ପ୍ରଧାନଶିକ୍ଷୟତ୍ରୀ କହଁର ଦୀର୍ଘ ବର୍ଷ ଧରି ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଗତ କିଛିମାସ ଧରି ବିନା ଛୁଟି ଦରଖାସ୍ତରେ ବିଦ୍ୟାଳୟରୁ ଛୁଟିରେ ରହିଥିଲେ। ଗତ ଏକ ସପ୍ତାହ ତଳେ ବିଦ୍ୟାଳୟରେ ଯୋଗ ଦେଇଥିଲେ। ଏହି ଘଟଣାକୁ ବିଇଓ ଦେବେନ୍ଦ୍ର ବେହେରାଙ୍କ ପକ୍ଷରୁ କହଁରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପ୍ରଧାନଶିକ୍ଷୟିତ୍ରୀ କହଁରଙ୍କ ପକ୍ଷରୁ ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଥିଲା । ଉତ୍ତର ସନ୍ତୋଷଜନକ ହୋଇ ନ ଥିବାରୁ ପ୍ରଧାନ ଶିକ୍ଷୟତ୍ରୀ କହଁରକୁ ଚାକିରି ରୁ ନିଲମ୍ବିତ କରାଯାଇଥିବା ନେଇ ବିଇଓ ବେହେରାଙ୍କ ପକ୍ଷରୁ ସୂଚନା ମିଳିଛି ।ନୋଟିସ ଅନୁଯାୟୀ ଶ୍ରୀମତି କହଁର ନିଲମ୍ବନ ଆଦେଶ ହଟିବା ଯାଏଁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ହାଇସ୍କୁଲରେ ପ୍ରତିଦିନ ଉପସ୍ଥାନ ଦେବା ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି ।

The post ବିନା ଦରଖାସ୍ତରେ ଛୁଟିରେ ଥିଲେ, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ appeared first on Dharitri Odia News.