ବିନା ପ୍ରଶିକ୍ଷଣରେ ଭଳିବଲ ଖେଳି ସଫଳ ହୋଇଛନ୍ତି ବିକାଶ ବେହେରା

ଯାଜପୁର: ଭଳିବଲ ଖେଳି ସଫଳ ହୋଇଛନ୍ତି ଯାଜପୁର ବଡ଼ଚଣା ବ୍ଲକ ଖଡ଼ଗପୁରର ବିକାଶ ବେହେରା। ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖେଳି... The post ବିନା ପ୍ରଶିକ୍ଷଣରେ ଭଳିବଲ ଖେଳି ସଫଳ ହୋଇଛନ୍ତି ବିକାଶ ବେହେରା appeared first on .

ବିନା ପ୍ରଶିକ୍ଷଣରେ ଭଳିବଲ ଖେଳି ସଫଳ ହୋଇଛନ୍ତି ବିକାଶ ବେହେରା

ଯାଜପୁର: ଭଳିବଲ ଖେଳି ସଫଳ ହୋଇଛନ୍ତି ଯାଜପୁର ବଡ଼ଚଣା ବ୍ଲକ ଖଡ଼ଗପୁରର ବିକାଶ ବେହେରା। ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖେଳି ଅର୍ଜିଛନ୍ତି ସୁନାମ। ବିନା ପ୍ରଶିକ୍ଷଣରେ ଖେଳୁଛନ୍ତି। ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ବେଳେ ଭଲ ଖେଳିବାର ଥିଲା ସ୍ବପ୍ନ।

ଯାଜପୁର ବଡ଼ଚଣା ବ୍ଲକ ଖଡ଼ଗପୁର ଗାଁର ବିକାଶ ବେହେରା। ଭଳିବଲ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା। ଗ୍ରାମାଞ୍ଚଳରେ ଭଳିବଲ ଖେଳି ବେଶ ସୁନାମ ଆଣିଥିବା ବିକାଶ ଫିଟ ଇଣ୍ଡିଆ ପକ୍ଷରୁ ଅଣ୍ଡର 19ରେ ଖେଳିଛନ୍ତି। ମଧ୍ୟପ୍ରଦେଶରେ ଗୁଆଲିର ଓ ଇଣ୍ଡୋ ନେପାଳରେ ଆୟୋଜିତ ହୋଇଥିବା ଭଳିବଲ ଟୁର୍ଣ୍ଣାମେଣ୍ଟରେ ଭାଗନେଇ ସଫଳତା ପାଇଛନ୍ତି। ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କୁ ଚୟନ କରାଯାଇଛି। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳି ସୁନାମ ଅର୍ଜନ କରିଛନ୍ତି। ଖେଳ ପାଇଁ କୌଣସି ପ୍ରଶିକ୍ଷଣ ନନେଇ ମଧ୍ୟ ସେ ଭଲ ପ୍ରଦର୍ଶନ କରିପାରିଛନ୍ତି।

ପିଲାବେଳୁ ଭଳିବଲ ଖେଳ ପ୍ରତି ବିକାଶଙ୍କର ରହିଛି ଅହେତୁକ ଦୁର୍ବଳତା। ନିଜ ପାଠପଢା ସହ ଖେଳ ପ୍ରତି ତାଙ୍କ ଆଗ୍ରହ ତାଙ୍କୁ ଏହି ସଫଳତା ଆଣି ଦେଇଛି। ହେଲେ ପରିବାର ଆର୍ଥିକ ଅନଟନ ମଧ୍ୟରେ ବିତୁଥିବା ବେଳେ ଖେଳ ପାଇଁ ବେଶ ସମସ୍ୟା ସୃଷ୍ଟି ହେଉଛି। ବିକାଶ ଜଣେ ଚାଷୀକୁଳ ପରିବାରରୁ ଆସିଥିବା ବେଳେ ଭଳିବଲ ଖେଳ ପାଇଁ ଆଗ୍ରହ ରହିଆସିଛି। ଆବଶ୍ୟକୀୟ ପ୍ରଶିକ୍ଷଣ ଅଭାବରୁ ସେ ଆଗକୁ ବଢିବାରେ ନାନା ବାଧାର ସାମ୍ନା କରୁଛନ୍ତି। ସ୍ଥାନୀୟ ଅଂଚଳର କିଛି ସହୃଦୟ ବ୍ୟକ୍ତିଙ୍କ ପାଇଁ ଆଜି ସେ ସଫଳତା ପାଇ ପାରିଛନ୍ତି।

The post ବିନା ପ୍ରଶିକ୍ଷଣରେ ଭଳିବଲ ଖେଳି ସଫଳ ହୋଇଛନ୍ତି ବିକାଶ ବେହେରା appeared first on .