ବିନା ମୁରବିରେ ହେବ ବିଦ୍ୟୁତ୍ ଜନଶୁଣାଣି: ବର୍ଷେ ହେଲାଣି ଓଇଆରସି ଅଧ୍ୟକ୍ଷ ପଦ ଖାଲି

କନକ ବ୍ୟୁରୋ: ପୁଣି ବଢ଼ିପାରେ ବିଦ୍ୟୁତ୍ ମୂଲ୍ୟ। ଗ୍ରୀଡ୍‌କୋର ଦରଖାସ୍ତ ପରେ ଘରେ ଘରେ ଚାଲିଛି ଏମିତି ଚର୍ଚ୍ଚା। ଏପଟେ  ବିନା ମୁଖିଆରେ ହେବ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ସଂକ୍ରାନ୍ତ ଜନଶୁଣାଣି । ତିନିଜଣିଆ କମିସନ, ଏବେ ଦୁଇଜଣରେ ଚାଲିଛି । ପ୍ରଶ୍ନ ଉଠୁଛି, କୋଟିଏ ଉପଭୋକ୍ତାଙ୍କ ସ୍ବାର୍ଥ ସହିତ ଜଡ଼ିତ ଏହି ପ୍ରସଙ୍ଗକୁ ଏତେ ଅଣଦେଖା କାହିଁକି?  ବିଦ୍ୟୁତ୍‌ ମୂଲ୍ୟ ନିର୍ଧାରଣ ସହ ଜଡ଼ିତ ସବୁ କଂପାନି ଦେଇସାରିଲେଣି ବାର୍ଷିକ ରାଜସ୍ବ ଆବଶ୍ୟକତା ସଂକ୍ରାନ୍ତ ଦରଖାସ୍ତ। ଯେ କୌଣସି ଦିନ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବିଦ୍ୟୁତ୍ ମୂଲ୍ୟ ସଂକ୍ରାନ୍ତ ଜନଶୁଣାଣି ତାରିଖ ଧାର୍ୟ୍ୟ କରିବେ। ହେଲେ, କୋଟିଏ ଗ୍ରାହକଙ୍କ ସ୍ବାର୍ଥ ସହ ଜଡ଼ିତ ଏହି ପ୍ରସଙ୍ଗ ଶୁଣିବା ଲାଗି ଆୟୋଗରେ ମୁରବି ନାହାନ୍ତି। ୨୦୨୩ ନଭେମ୍ବର ତୃତୀୟ ସପ୍ତାହରେ ଓଇଆର୍‌ସି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ତତ୍କାଳୀନ ସରକାର ନେଇଯାଇଥିଲେ ତୃତୀୟ ମହଲା। ସେବେଠାରୁ ଏ ଚୌକି ଖାଲି।  ବିନା ଅଧ୍ୟକ୍ଷରେ ଦୁଇବର୍ଷ ହେଲା ଚାଲିଛି ବିଦ୍ୟୁତ୍ ଶୁଣାଣିଗର୍ଜୁଛନ୍ତି ଆପତ୍ତିକର୍ତ୍ତା, ଫୁ କରି ଉଡ଼ାଇ ଦେଉଛନ୍ତି ସରକାରଗତ ଦୁଇବର୍ଷ ଧରି ବିଦ୍ୟୁତ୍ ମୂଲ୍ୟ ଶୁଣାଣିରେ ଅଧ୍ୟକ୍ଷଙ୍କ ଅନୁପସ୍ଥିତି ନେଇ ତମ୍ବିତୋଫାନ ହେଉଛି। ଆୟୋଗ ସ୍ପଷ୍ଟୀକରଣ ଦେଉଛନ୍ତି ଯେ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ, ୨୦୦୩ର ଅନୁସାରେ, ତିନି ସଭ୍ୟ ବିଶିଷ୍ଟ ଆୟୋଗରେ କୌଣସି ପଦ ଖାଲି ଥିଲେ ବ

ବିନା ମୁରବିରେ ହେବ ବିଦ୍ୟୁତ୍ ଜନଶୁଣାଣି: ବର୍ଷେ ହେଲାଣି ଓଇଆରସି ଅଧ୍ୟକ୍ଷ ପଦ ଖାଲି

କନକ ବ୍ୟୁରୋ: ପୁଣି ବଢ଼ିପାରେ ବିଦ୍ୟୁତ୍ ମୂଲ୍ୟ। ଗ୍ରୀଡ୍‌କୋର ଦରଖାସ୍ତ ପରେ ଘରେ ଘରେ ଚାଲିଛି ଏମିତି ଚର୍ଚ୍ଚା। ଏପଟେ  ବିନା ମୁଖିଆରେ ହେବ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ସଂକ୍ରାନ୍ତ ଜନଶୁଣାଣି । ତିନିଜଣିଆ କମିସନ, ଏବେ ଦୁଇଜଣରେ ଚାଲିଛି । ପ୍ରଶ୍ନ ଉଠୁଛି, କୋଟିଏ ଉପଭୋକ୍ତାଙ୍କ ସ୍ବାର୍ଥ ସହିତ ଜଡ଼ିତ ଏହି ପ୍ରସଙ୍ଗକୁ ଏତେ ଅଣଦେଖା କାହିଁକି? 

ବିଦ୍ୟୁତ୍‌ ମୂଲ୍ୟ ନିର୍ଧାରଣ ସହ ଜଡ଼ିତ ସବୁ କଂପାନି ଦେଇସାରିଲେଣି ବାର୍ଷିକ ରାଜସ୍ବ ଆବଶ୍ୟକତା ସଂକ୍ରାନ୍ତ ଦରଖାସ୍ତ। ଯେ କୌଣସି ଦିନ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବିଦ୍ୟୁତ୍ ମୂଲ୍ୟ ସଂକ୍ରାନ୍ତ ଜନଶୁଣାଣି ତାରିଖ ଧାର୍ୟ୍ୟ କରିବେ। ହେଲେ, କୋଟିଏ ଗ୍ରାହକଙ୍କ ସ୍ବାର୍ଥ ସହ ଜଡ଼ିତ ଏହି ପ୍ରସଙ୍ଗ ଶୁଣିବା ଲାଗି ଆୟୋଗରେ ମୁରବି ନାହାନ୍ତି। ୨୦୨୩ ନଭେମ୍ବର ତୃତୀୟ ସପ୍ତାହରେ ଓଇଆର୍‌ସି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ତତ୍କାଳୀନ ସରକାର ନେଇଯାଇଥିଲେ ତୃତୀୟ ମହଲା। ସେବେଠାରୁ ଏ ଚୌକି ଖାଲି। 

ବିନା ଅଧ୍ୟକ୍ଷରେ ଦୁଇବର୍ଷ ହେଲା ଚାଲିଛି ବିଦ୍ୟୁତ୍ ଶୁଣାଣି
ଗର୍ଜୁଛନ୍ତି ଆପତ୍ତିକର୍ତ୍ତା, ଫୁ କରି ଉଡ଼ାଇ ଦେଉଛନ୍ତି ସରକାର
ଗତ ଦୁଇବର୍ଷ ଧରି ବିଦ୍ୟୁତ୍ ମୂଲ୍ୟ ଶୁଣାଣିରେ ଅଧ୍ୟକ୍ଷଙ୍କ ଅନୁପସ୍ଥିତି ନେଇ ତମ୍ବିତୋଫାନ ହେଉଛି। ଆୟୋଗ ସ୍ପଷ୍ଟୀକରଣ ଦେଉଛନ୍ତି ଯେ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ, ୨୦୦୩ର ଅନୁସାରେ, ତିନି ସଭ୍ୟ ବିଶିଷ୍ଟ ଆୟୋଗରେ କୌଣସି ପଦ ଖାଲି ଥିଲେ ବି ଏଥିରେ କୌଣସି ତ୍ରୁଟି ନାହିଁ। ଏହାକୁ ଦର୍ଶାଇ ଆୟୋଗଙ୍କ କୌଣସି କାର୍ୟ୍ୟ ଓ ପ୍ରକ୍ରିୟାକୁ ପ୍ରଶ୍ନ କରାଯାଇ ପାରିବ ନାହିଁ। ଶକ୍ତି ସମୀକ୍ଷକଙ୍କ ପ୍ରଶ୍ନ ହେଉଛି, ଦୁଇଜଣିଆ କମିସନ ଶୁଣାଣିରେ ଆଇନତଃ କିଛି ଅସୁବିଧା ନ ଥାଇପାରେ। ଏ ସଂକ୍ରାନ୍ତରେ ବିଦ୍ୟୁତ୍ ଆଇନରେ ସ୍ପଷ୍ଟ କିଛି ଉଲ୍ଲେଖ ନାହିଁ। ହେଲେ 

-    ଦୁଇଜଣିଆ ବେଞ୍ଚ ଯଦି କୌଣସି ପ୍ରସଙ୍ଗରେ ସହମତ ନ ହୁଅନ୍ତି, ତେବେ ସେ କ୍ଷେତ୍ରରେ ଶୁଣାଣିର ଭାଗ୍ୟ କଣ ହେବ? 
-    ଦୁଇଜଣିଆ ଆୟୋଗଙ୍କ ରାୟ ବିରୋଧରେ କେହି ରିଭ୍ୟୁ ପିଟିସନ୍ ଦାୟର କଲେ, ଏହା ଉପରେ ତତ୍‌କାଳ କି ପଦକ୍ଷେପ ନିଆଯାଇପାରିବ? 
-    କୋଟିଏ ଉପଭୋକ୍ତାଙ୍କ ସ୍ବାର୍ଥ ପ୍ରସଙ୍ଗକୁ ପୂର୍ଣ୍ଣ ବା ତିନିଜଣିଆ ଖଣ୍ଡପୀଠରେ ନ ହୋଇ ଦୁଇଜଣିଆ ବେଞ୍ଚରେ କାହିଁକି କରାଯିବ? 
-    ଯଦି କୌଣସି ଅସଙ୍ଗତି ନାହିଁ, ତେବେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତିନିଜଣିଆ ବେଞ୍ଚ ଗଠନ କରାଯାଇଛି?
-    ଆଇନରେ ନିର୍ଦିଷ୍ଟ ସମୟ ଭିତରେ କମିସନଙ୍କ ନିଯୁକ୍ତି ସଂକ୍ରାନ୍ତ ସର୍ତ୍ତଟି କାହିଁକି ରହିଛି?

କାହିଁକି କୁହାଯାଇଛି ଯେ ଅଧ୍ୟକ୍ଷଙ୍କ କାର୍ୟ୍ୟକାଳ ସରିବାର ୬ ମାସ ପୂର୍ବରୁ କିମ୍ବା ଅପ୍ରତ୍ୟାଶିତ ପରିସ୍ଥିତିରେ ଖାଲିପଡ଼ିଲେ, ଏକ ମାସ ମଧ୍ୟରେ ଏହି ପଦ ପୂରଣ ହେବ?
ବିଦ୍ୟୁତ୍ ଜନଶୁଣାଣି ସହିତ କୋଟିଏ ଉପଭୋକ୍ତାଙ୍କ ଭାଗ୍ୟ ଯୋଡି ହୋଇରହିଛି। ଓଡ଼ିଶା ଭଳି ବିଦ୍ୟୁତ୍ କ୍ଷେତ୍ରରେ ଗୋଟିଏ ବଳକା ରାଜ୍ୟରେ ମୂଲ୍ୟ ବୃଦ୍ଧି ଯେମିତି ଗୋଟିଏ ବଡ଼ ପ୍ରସଙ୍ଗ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ସେମିତି ଗୁରୁତ୍ବପୂର୍ଣ୍ଣ। ଗୋଟିଏ ପୂର୍ଣ୍ଣାଙ୍ଗ ଆୟୋଗ ବିନା ଏହି ଲକ୍ଷ୍ୟ କେତେଦୂର ଓ କେମିତି ହାସଲ ହେବ ତାହା ଏବେ ବଡ଼ ପ୍ରଶ୍ନବାଚୀ ।