ବିନା ରନରେ ୬ ୱିକେଟ ହରାଇଲା ଭାରତ, ପୂରା ଟିମ ୧୫୩ ରନରେ ଅଲଆଉଟ
ଲଞ୍ଚ ପରେ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ତେବେ ଦଳ ୧୫୩ ରନରେ ଅଲଆଉଟ ହୋଇଯାଇଛି। ଏଥିସହ ପ୍ରଥମ ଇନିଂସରେ ଭାରତ ଗୁରୁତ୍ୱପୂର୍ଣ୍ଣ ୯୮ ରନର ଲିଡ୍ ହାସଲ କରି ନେଇଛି।
ରୋମାଞ୍ଚକର ସ୍ଥିତିରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ। ପ୍ରଥମ ଦିନରେ ହିଁ ଦୁଇ ଟିମ ଅଲଆଉଟ ହୋଇଛନ୍ତି। ପ୍ରଥମେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସରେ ୫୫ ରନ କରି ଅଲଆଉଟ ହୋଇଯାଇଥିଲା। ମହମ୍ମଦ ସିରାଜ ୬ ୱିକେଟ ଦଖଲ କରିଥିଲେ।
ଲଞ୍ଚ ପରେ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ତେବେ ଦଳ ୧୫୩ ରନରେ ଅଲଆଉଟ ହୋଇଯାଇଛି। ଏଥିସହ ପ୍ରଥମ ଇନିଂସରେ ଭାରତ ଗୁରୁତ୍ୱପୂର୍ଣ୍ଣ ୯୮ ରନର ଲିଡ୍ ହାସଲ କରି ନେଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟ ଟିମ ତା’ର ଶେଷ ୬ ୱିକେଟ ବିନା କୌଣସି ରନରେ ହରାଇଛି। ଦଳୀୟ ସ୍କୋର ୧୫୩ ଥିବା ବେଳେ କେଏଲ ରାହୁଲ ଆଉଟ ହୋଇଥିଲେ। ଏହାପରେ ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ଭଲ ଲୟରେ ଥିବା ବିରାଟ କୋହଲି(୪୬), ମହମ୍ମଦ ସିରାଜ ଓ ଶେଷରେ ପ୍ରସିଦ୍ଧ କ୍ରିଷ୍ଣା ଆଉଟ ହୋଇଥିଲେ। ଜାଡେଜା, ବୁମ୍ରା, ସିରାଜ ଓ କ୍ରିଷ୍ଣା ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୩୯, ଶୁବମନ ଗିଲ ୩୬ ରନ କରିଥିବା ବେଳେ ଯଶସ୍ୱୀ ଜୈସୱାଲ ଓ ଶ୍ରେୟସ ଆୟର ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି।
ଦକ୍ଷିଣ ଆଫ୍ରିକା ପାଇଁ ଲୁଙ୍ଗି ଏନଗିଡି, କାଗିସୋ ରବାଡା ଓ ନାନ୍ଦ୍ରେ ବୁରଗେର ୩ଟି ଲେଖାଏ ସଫଳତା ପାଇଛନ୍ତି।