ବିନିକା ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ

ବିନିକା ୧୧।୭: ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ ପରେ ଆଗଲପୁର ଦେଇ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ  l ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ମାର୍କେଟ ୱାର୍ଡ ଠାରେ ପ୍ରଥମେ ଏକ ବୈଠକରେ ଯୋଗଦେଇ ବିନିକାକୁ ଆସିଥିଲେ l ବିନିକା ଗସ୍ତରେ ଆସି ସହରର ଟାଉନ ହଲ୍ ଠାରେ ନାଗରିକ ସମ୍ବର୍ଦ୍ଧନ ସଭାରେ ଯୋଗ ଦେଇଥିଲେ l ବିଜେପି କର୍ମୀମାନେ ଟାଉନ ହଲ୍ ମୁଖ୍ୟ ରାସ୍ତା ଠାରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନାରେ ସଭାକୁ ପାଛୋଟି ନେଇଥିଲେ l ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ହୋଇଥିବା ସମ୍ବର୍ଦ୍ଧନା ସଭାରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲାଙ୍କ ସହ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଜେପି କର୍ମୀମାନେ ଉପସ୍ଥିତ ରହିଥିଲେ l ମଞ୍ଚରେ ଥିବା ସମସ୍ତ ଅତିଥି ମାନଙ୍କୁ ସଭାରେ ବିନିକା ଅଞ୍ଚଳବାସୀଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନ ଦିଆଯିବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ସହ ଆଲୋଚନା କରାଯାଇଥିଲା lପୂର୍ବରୁ ସାରା ରାଜ୍ୟରେ ପିଏମ୍ କିସାନ ଯୋଜନାରେ କେବଳ ଗ୍ରାମାଞ୍ଚଳ ଲୋକେ ସାମିଲ ହେଉଥିଲେ l ଏବେ କିନ

ବିନିକା ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ

ବିନିକା ୧୧: ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ ପରେ ଆଗଲପୁର ଦେଇ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ  l ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ମାର୍କେଟ ୱାର୍ଡ ଠାରେ ପ୍ରଥମେ ଏକ ବୈଠକରେ ଯୋଗଦେଇ ବିନିକାକୁ ଆସିଥିଲେ l ବିନିକା ଗସ୍ତରେ ଆସି ସହରର ଟାଉନ ହଲ୍ ଠାରେ ନାଗରିକ ସମ୍ବର୍ଦ୍ଧନ ସଭାରେ ଯୋଗ ଦେଇଥିଲେ l ବିଜେପି କର୍ମୀମାନେ ଟାଉନ ହଲ୍ ମୁଖ୍ୟ ରାସ୍ତା ଠାରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନାରେ ସଭାକୁ ପାଛୋଟି ନେଇଥିଲେ l ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ହୋଇଥିବା ସମ୍ବର୍ଦ୍ଧନା ସଭାରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲାଙ୍କ ସହ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଜେପି କର୍ମୀମାନେ ଉପସ୍ଥିତ ରହିଥିଲେ l ମଞ୍ଚରେ ଥିବା ସମସ୍ତ ଅତିଥି ମାନଙ୍କୁ ସଭାରେ ବିନିକା ଅଞ୍ଚଳବାସୀଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନ ଦିଆଯିବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ସହ ଆଲୋଚନା କରାଯାଇଥିଲା l

ପୂର୍ବରୁ ସାରା ରାଜ୍ୟରେ ପିଏମ୍ କିସାନ ଯୋଜନାରେ କେବଳ ଗ୍ରାମାଞ୍ଚଳ ଲୋକେ ସାମିଲ ହେଉଥିଲେ l ଏବେ କିନ୍ତୁ ସାରା ରାଜ୍ୟର ଗ୍ରାମାଞ୍ଚଳ, ସହରାଞ୍ଚଳର ସମସ୍ତ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ବିନିକା ଅଞ୍ଚଳର ଉପସ୍ଥିତ ଥିବା ସମସ୍ତଙ୍କୁ ଉପ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ l ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ଇସ୍ତାହାରକୁ ରକ୍ଷା କରି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ରଘୁନାଥ ଜଗଦଲାଙ୍କୁ ବିଜୟ କରି ଓଡିଶା ବିଧାନସଭାକୁ ପଠାଇଛନ୍ତି । ସେନେଇ ଧନ୍ୟବାଦ ଦେବା ସହ ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ଯାହା ସବୁ ନିର୍ବାଚନ ଇସ୍ତାହାର ଦେଇଥିଲା ତାହା ସବୁ ଆଗାମୀ ଦିନରେ ପୂରଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି l 


You Can Read:

ଭଜନ ଗାଇ ଜଗନ୍ନାଥକୁ କରୁଥିଲେ ଗୁହାରୀ, ହଠାତ୍ ଚାଲିଗଲା ଜୀବନ