ବିନ୍ଦୁ ସାଗରରେ ମହାଆଳତି

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଶାନ୍ତି କମିଟି ସଭାପତି ମଧୁମାଧବ ଜେନାଙ୍କ ଆବାହକତ୍ୱରେ ୧୩ତମ ବାର୍ଷିକ ବିନ୍ଦୁସାଗର ଆଳତି ରାମନାରାୟଣଜୀ ମହାରାଜଙ୍କ ନେତୃତ୍ଵରେ ପୁରୁଣା ଭୁବନେଶ୍ବରର ବିନ୍ଦୁସାଗର କୂଳରେ ମହାଆଳତି କରାଯାଇଛି। ପ୍ରଥମେ ଅଗ୍ର ଦେବତା ଶ୍ରୀଗଣେଶଙ୍କ ପୂଜା କରାଯାଇ, ହନୁମାନ ଚାଳିଶାରେ ହୁଳହୁଳି, ହରିବୋଲ, ଘଣ୍ଟ ଓ ନାମ ସଙ୍କୀର୍ତ୍ତନ ରେ ବିନ୍ଦୁସାଗର କୂଳରେ ମହାଆଳତି କରାଯାଇଛି। ଉତ୍ସବରେ ଉପଦେଷ୍ଟା ଡ଼ ନାରାୟଣ ମହାପାତ୍ର , ସମ୍ପାଦକ ନବକିଶୋର ବେହେରା, ରାଜେନ୍ଦ୍ର ସାମର୍ଥା ଆଶାଲତା ରାଉତରାୟ, […]

ବିନ୍ଦୁ ସାଗରରେ ମହାଆଳତି

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଶାନ୍ତି କମିଟି ସଭାପତି ମଧୁମାଧବ ଜେନାଙ୍କ ଆବାହକତ୍ୱରେ ୧୩ତମ ବାର୍ଷିକ ବିନ୍ଦୁସାଗର ଆଳତି ରାମନାରାୟଣଜୀ ମହାରାଜଙ୍କ ନେତୃତ୍ଵରେ ପୁରୁଣା ଭୁବନେଶ୍ବରର ବିନ୍ଦୁସାଗର କୂଳରେ ମହାଆଳତି କରାଯାଇଛି। ପ୍ରଥମେ ଅଗ୍ର ଦେବତା ଶ୍ରୀଗଣେଶଙ୍କ ପୂଜା କରାଯାଇ, ହନୁମାନ ଚାଳିଶାରେ ହୁଳହୁଳି, ହରିବୋଲ, ଘଣ୍ଟ ଓ ନାମ ସଙ୍କୀର୍ତ୍ତନ ରେ ବିନ୍ଦୁସାଗର କୂଳରେ ମହାଆଳତି କରାଯାଇଛି।

ଉତ୍ସବରେ ଉପଦେଷ୍ଟା ଡ଼ ନାରାୟଣ ମହାପାତ୍ର , ସମ୍ପାଦକ ନବକିଶୋର ବେହେରା, ରାଜେନ୍ଦ୍ର ସାମର୍ଥା ଆଶାଲତା ରାଉତରାୟ, ମାୟାଧର ନନ୍ଦ ଚନ୍ଦ୍ରଶେଖର ବେହେରା, ବିଜୟ ପାତ୍ର, ଦିଲ୍ଲୀପ ପଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ବିନ୍ଦୁସାଗର ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଜଳସ୍ତର ବୃଦ୍ଧି ଓ ପାନୀୟ ଜଳ ରୂପେ ଗ୍ରହଣ କରାଯାଇ ପାରିବ ସମସ୍ତେ ମିଳିମିଶି ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।