ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନକୁ ଭୟଙ୍କର ଭାବେ ପ୍ରଭାବିତ କରୁଛି। ବହୁ ଦଶନ୍ଧିର ଉପଗ୍ରହ ଚିତ୍ର ଅନୁଧ୍ୟାନରୁ କରାଯାଇଥିବା ନୂଆ ଗବେଷଣା ଅନୁଯାୟୀ ହିମାଳୟର ଗ୍ଲେସିୟର ବିପଜ୍ଜନକ ହାରରେ ତରଳୁଥିବା ସୋମବାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କହିଛି। ଅଭୂତପୂର୍ବ ଭାବେ ବରଫ ତରଳୁଥିବାରୁ ଗ୍ଲେସିୟର ହ୍ରଦଗୁଡ଼ିକ ଯଥେଷ୍ଟ ବୃଦ୍ଧି ପାଇଛି। ଏହି […] The post ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର appeared first on Dharitri Odia News.

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନକୁ ଭୟଙ୍କର ଭାବେ ପ୍ରଭାବିତ କରୁଛି। ବହୁ ଦଶନ୍ଧିର ଉପଗ୍ରହ ଚିତ୍ର ଅନୁଧ୍ୟାନରୁ କରାଯାଇଥିବା ନୂଆ ଗବେଷଣା ଅନୁଯାୟୀ ହିମାଳୟର ଗ୍ଲେସିୟର ବିପଜ୍ଜନକ ହାରରେ ତରଳୁଥିବା ସୋମବାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କହିଛି। ଅଭୂତପୂର୍ବ ଭାବେ ବରଫ ତରଳୁଥିବାରୁ ଗ୍ଲେସିୟର ହ୍ରଦଗୁଡ଼ିକ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ହ୍ରଦଗୁଡ଼ିକ ହିମାଳୟ ଅଞ୍ଚଳର ନଦୀଗୁଡ଼ିକୁ ସ୍ବଚ୍ଛ ଜଳ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ତେବେ ସେଗୁଡ଼ିକରୁ ଭୟଙ୍କର ବିପଦର ଆଶଙ୍କା ରହିଛି। ଗ୍ଲେସିୟର ହ୍ରଦ ଭୁଶୁଡ଼ିବା ଦ୍ୱାରା ସୃଷ୍ଟ ବନ୍ୟା ପ୍ରଳୟଙ୍କରୀ ହୋଇପାରେ ବୋଲି ଇସ୍ରୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
୧୯୮୪ରୁ ୨୦୨୩ ମଧ୍ୟରେ ସାଟେଲାଇଟ୍‌ ଡେଟାଗୁଡ଼ିକୁ ବ୍ୟବହାର କରି ଇସ୍ରୋ ଏହି ଗବେଷଣା କରିଛି। ହିମାଳୟରେ ୨,୪୩୧ଟି ଗ୍ଲେସିୟର ହ୍ରଦ ଚିହ୍ନଟ ହୋଇଛି, ଯାହାର ଆୟତନ ୧୦ ହେକ୍ଟରରୁ ଅଧିକ। ୧୯୮୪ରୁ ସେଠାରେ ଥିବା ୬୭୬ଟି ହ୍ରଦର ଆକାର ଦ୍ରୁତ ବୃଦ୍ଧି ପାଉଛି, ଯେଉଁଥିରେ ୧୩୦ଟି ହ୍ରଦ ଭାରତ ମଧ୍ୟରେ ରହିଛି। ସେଥିରୁ ୬୫ଟି ସିନ୍ଧୁ ନଦୀ ଅବବାହିକାରେ ଥିବାବେଳେ ୭ଟି ଗଙ୍ଗାନଦୀ ଅବବାହିକା ଏବଂ ୫୮ଟି ବ୍ରହ୍ମପୁତ୍ର ଅବବାହିକାରେ ରହିଛି। ୬୦୧ଟି ହ୍ରଦର ଆକାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଥିବା ଇସ୍ରୋ ରିପୋର୍ଟରେ କୁହାଯାଇଛି।

The post ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର appeared first on Dharitri Odia News.