ବିପଦ ଭିତରେ ସୁଟିଂ ଆରମ୍ଭ କଲେ ସଲମାନ, ଅଭିନେତାଙ୍କୁ ଜଗି ରହିଛନ୍ତି ୬୦ ସୁରକ୍ଷାକର୍ମୀ

ମୁମ୍ଵାଇ ୨୦।୧୦: ବଲିଉଡର ଦବଙ୍ଗ ଖାନ୍‌ ସଲମାନ ଖାନ୍‌। ବର୍ତ୍ତମାନ ତାଙ୍କ ଜୀବନ ବିପଦରେ। ବାବା ସିଦ୍ଦିକିଙ୍କ ହତ୍ୟା ପରେ ତାଙ୍କ ପ୍ରତି ବିପଦ ଘନେଇବାରେ ଲାଗିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବ ବୋଲି ଦେଉଛି ଧମକ । ଏସବୁ ଭିତରେ ସେ ସୁଟିଂ ସେଟ୍‌କୁ ଫେରିଛନ୍ତି । କଡ଼ା ସୁରକ୍ଷାରେ ବିଗ୍‌ବସ୍‌-୧୮ର ସୁଟିଂ ଆରମ୍ଭ କରିଛନ୍ତି। ଆଉ ତାଙ୍କୁ ଜଗି ରହିଛନ୍ତି ୬୦ ସୁରକ୍ଷାକର୍ମୀ।ରିପୋର୍ଟ ଅନୁଯାୟୀ ଅଭିନେତା ସଲମାନ ଗୁରୁବାର ବିଳମ୍ବିତ ରାତିରେ ଟିଭି ରିଆଲିଟି ଶୋ ବିଗ୍ ବସ୍ ୧୮ର ସେଟ୍‌ରେ ପହଞ୍ଚିଥିଲେ। ବିଗ୍ ବସ୍‌ର ଆଗାମୀ ୱିକେଣ୍ଡ୍ ୱାର୍ ସୁଟିଂ ପାଇଁ। ନିର୍ଦ୍ଦିଷ୍ଟ ଏଜେଣ୍ଡା ଅନୁଯାୟୀ ସବୁକିଛି କରାଯିବ। ସେଟ୍‌ରେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଏକ କମ୍ପାଉଣ୍ଡରେ ଅଛନ୍ତି। ୱିକେଣ୍ଡ୍‌ର ୱାର୍‌ ସୁଟିଂ ଶୁକ୍ରବାର ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଜାରି ରହିବ। ସଲମାନଙ୍କ ଟିମ୍ ପ୍ରଡକ୍ସନ ଏବଂ ଚ୍ୟାନେଲ ସହିତ ମିଶି ଏସବୁକୁ କୋର୍ଡିନେଟ୍ କରିଥିଲେ। ସଲମାନଙ୍କ ସହ ସେଟ୍‌ରେ ତାଙ୍କ ସୁରକ୍ଷା ପାଇଁ ୬୦ରୁ ଅଧିକ ଲୋକ ଅଛନ୍ତି। ଆଧାର କାର୍ଡ ଯାଞ୍ଚ ବିନା କୌଣସି ବାହାର ଲୋକଙ୍କୁ ଘର ଭିତରକୁ ଯିବାକୁ ଅନୁମତି ନାହିଁ। ଏଥିସହ, ବିଗ୍ ବସ୍ ୧୮ର କ୍ରୁମାନଙ୍କୁ ସୁଟିଂ ଶେଷ ନ ହେବା ପର୍ଯ୍ୟନ୍ତ ସେଠାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏହାରି ଭିତରେ ଲରେନ୍ସ ବିଷ୍ଣୋଇ

ବିପଦ ଭିତରେ ସୁଟିଂ ଆରମ୍ଭ କଲେ ସଲମାନ, ଅଭିନେତାଙ୍କୁ ଜଗି ରହିଛନ୍ତି ୬୦ ସୁରକ୍ଷାକର୍ମୀ

ମୁମ୍ଵାଇ ୨୦।୧୦: ବଲିଉଡର ଦବଙ୍ଗ ଖାନ୍‌ ସଲମାନ ଖାନ୍‌। ବର୍ତ୍ତମାନ ତାଙ୍କ ଜୀବନ ବିପଦରେ। ବାବା ସିଦ୍ଦିକିଙ୍କ ହତ୍ୟା ପରେ ତାଙ୍କ ପ୍ରତି ବିପଦ ଘନେଇବାରେ ଲାଗିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବ ବୋଲି ଦେଉଛି ଧମକ । ଏସବୁ ଭିତରେ ସେ ସୁଟିଂ ସେଟ୍‌କୁ ଫେରିଛନ୍ତି । କଡ଼ା ସୁରକ୍ଷାରେ ବିଗ୍‌ବସ୍‌-୧୮ର ସୁଟିଂ ଆରମ୍ଭ କରିଛନ୍ତି। ଆଉ ତାଙ୍କୁ ଜଗି ରହିଛନ୍ତି ୬୦ ସୁରକ୍ଷାକର୍ମୀ।

ରିପୋର୍ଟ ଅନୁଯାୟୀ ଅଭିନେତା ସଲମାନ ଗୁରୁବାର ବିଳମ୍ବିତ ରାତିରେ ଟିଭି ରିଆଲିଟି ଶୋ ବିଗ୍ ବସ୍ ୧୮ର ସେଟ୍‌ରେ ପହଞ୍ଚିଥିଲେ। ବିଗ୍ ବସ୍‌ର ଆଗାମୀ ୱିକେଣ୍ଡ୍ ୱାର୍ ସୁଟିଂ ପାଇଁ। ନିର୍ଦ୍ଦିଷ୍ଟ ଏଜେଣ୍ଡା ଅନୁଯାୟୀ ସବୁକିଛି କରାଯିବ। ସେଟ୍‌ରେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଏକ କମ୍ପାଉଣ୍ଡରେ ଅଛନ୍ତି। ୱିକେଣ୍ଡ୍‌ର ୱାର୍‌ ସୁଟିଂ ଶୁକ୍ରବାର ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଜାରି ରହିବ। ସଲମାନଙ୍କ ଟିମ୍ ପ୍ରଡକ୍ସନ ଏବଂ ଚ୍ୟାନେଲ ସହିତ ମିଶି ଏସବୁକୁ କୋର୍ଡିନେଟ୍ କରିଥିଲେ। 

ସଲମାନଙ୍କ ସହ ସେଟ୍‌ରେ ତାଙ୍କ ସୁରକ୍ଷା ପାଇଁ ୬୦ରୁ ଅଧିକ ଲୋକ ଅଛନ୍ତି। ଆଧାର କାର୍ଡ ଯାଞ୍ଚ ବିନା କୌଣସି ବାହାର ଲୋକଙ୍କୁ ଘର ଭିତରକୁ ଯିବାକୁ ଅନୁମତି ନାହିଁ। ଏଥିସହ, ବିଗ୍ ବସ୍ ୧୮ର କ୍ରୁମାନଙ୍କୁ ସୁଟିଂ ଶେଷ ନ ହେବା ପର୍ଯ୍ୟନ୍ତ ସେଠାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏହାରି ଭିତରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ସଦସ୍ୟ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଛନ୍ତି, ଯେଉଁଥିରେ ଏହି ଗ୍ୟାଙ୍ଗଷ୍ଟର ସହ ଦୀର୍ଘ ଦିନ ଧରି ଚାଲିଥିବା ଝଗଡା ଦୂର କରିବାକୁ ସଲମାନଙ୍କ ଠାରୁ ୫ କୋଟି ଟଙ୍କା ମଗାଯାଇଛି।