ବିପଦ ସଙ୍କୁଳ ଅବସ୍ଥାରେ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ, ଅଧା ଭଙ୍ଗା ବ୍ରିଜରେ ଗଡୁଛି ଭାରୀଯାନ
ଯାଜପୁର: ପ୍ରତି ମୁହୂର୍ତ୍ତରେ ରହିଛି ବିପଦ। ଅଧା ଭଙ୍ଗା ବ୍ରିଜରେ ଗଡୁଛି ଭାରୀଯାନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର... The post ବିପଦ ସଙ୍କୁଳ ଅବସ୍ଥାରେ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ, ଅଧା ଭଙ୍ଗା ବ୍ରିଜରେ ଗଡୁଛି ଭାରୀଯାନ appeared first on .
ଯାଜପୁର: ପ୍ରତି ମୁହୂର୍ତ୍ତରେ ରହିଛି ବିପଦ। ଅଧା ଭଙ୍ଗା ବ୍ରିଜରେ ଗଡୁଛି ଭାରୀଯାନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଚଣ୍ଡିଖୋଲ ଓଭରବ୍ରିଜର। ପୁରାତନ ବ୍ରିଜ ହୋଇଥିବାରୁ ମରାମତି ଅଭାବରୁ ନଷ୍ଟ ହେବାକୁ ବସିଲାଣି। ବିପଦସଂକୁଳ ଅବସ୍ଥାରେ ଏଠାରେ ପ୍ରତ୍ଯକ ଦିନ ହଜାର ହଜାର ଯାନ ଯାତ୍ରା କରୁଛି। ସେହିପରି ଏହାର ଅନତି ଦୂରରେ ଥିବା ରେଲୱେ ଓଭରବ୍ରିଜର ମଧ୍ୟ ସମାନ ଅବସ୍ଥା। ମରାମତି ଅଭାବରୁ ବ୍ରିଜର ଅବସ୍ଥା ଶୋଚନୀୟ ହୋଇ ପଡିଛି। ପାରାଦ୍ୱୀପରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଏହି ଜାତୀୟ ରାଜପଥ ସଂଯୋଗ କରୁଛି। ତେଣୁ ଏହି ଓଭରବ୍ରିଜ ଦେଇ ହଜାର ହଜାର ସଂଖ୍ୟାରେ ଗାଡି ଯିବା ଆସିବା କରେ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବ୍ରିଜ ଦେଇ ଯିବା ଆସିବା କରୁଥିବା ବେଳେ ମନରେ ଭୟ ରହୁଛି।
ଅନ୍ୟପଟେ ଚଣ୍ଡିଖୋଲ ଠାରେ ନିର୍ମାଣ ହେଉଥିବା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ପଦ୍ମ ଘୁଞ୍ଚି ଘୁଞ୍ଚି ଗଲାଭଳି NH 53 ଚଣ୍ଡିଖୋଲ ଡ଼ୁବୁରୀ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଶେଷ ହୋଇ ପାରୁନାହିଁ। ସମ୍ପୃକ୍ତ ଠିକା ସଂସ୍ଥା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇ ପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି।
The post ବିପଦ ସଙ୍କୁଳ ଅବସ୍ଥାରେ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ, ଅଧା ଭଙ୍ଗା ବ୍ରିଜରେ ଗଡୁଛି ଭାରୀଯାନ appeared first on .