ବିପଦ ସଙ୍କୁଳ ଅବସ୍ଥାରେ ରଥପୁର ଯାତ୍ରୀ ବିଶ୍ରାମାଗାର
ବୀରମହାରାଜପୁର ( ସୌମିତ୍ରି ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ବିଶ୍ରାମଗାରଟି ବହୁ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ଏହାର ରକ୍ଷଣାବେକ୍ଷଣ ଅଭାବରୁ ଆଜି ଏହା ଜରାଜୀର୍ଣ୍ଣ ହୋଇ ପଡିରହିଛି। ଜନସାଧାରଣ ବିଭିନ୍ନ କାମରେ ଯିବାକୁ ହେଲେ ଏହି ଛକ ଉପରେ ଖରା ବର୍ଷା ରେ ଅପେକ୍ଷା କରିଥାନ୍ତି। ଏହି ଯାତ୍ରୀ […] The post ବିପଦ ସଙ୍କୁଳ ଅବସ୍ଥାରେ ରଥପୁର ଯାତ୍ରୀ ବିଶ୍ରାମାଗାର appeared first on Odisha.News.
ବୀରମହାରାଜପୁର ( ସୌମିତ୍ରି ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ବିଶ୍ରାମଗାରଟି ବହୁ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ଏହାର ରକ୍ଷଣାବେକ୍ଷଣ ଅଭାବରୁ ଆଜି ଏହା ଜରାଜୀର୍ଣ୍ଣ ହୋଇ ପଡିରହିଛି। ଜନସାଧାରଣ ବିଭିନ୍ନ କାମରେ ଯିବାକୁ ହେଲେ ଏହି ଛକ ଉପରେ ଖରା ବର୍ଷା ରେ ଅପେକ୍ଷା କରିଥାନ୍ତି। ଏହି ଯାତ୍ରୀ ବିଶ୍ରାମଗାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଯୋଗୁଁ ଏଠାରେ ଅପେକ୍ଷା କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ବର୍ଷ ତଳେ ସ୍ବଳ୍ପ ଖର୍ଚ୍ଚରେ ଏହା ନିର୍ମିତ ହୋଇଥିବା ବେଳେ ବର୍ତ୍ତମାନ ଚାରିଟିଯାକ କାନ୍ଥ ଫାଟି ଆଁ କରିଛି। ଛାତରୁ ଖଣ୍ଡଖଣ୍ଡ ହୋଇ ସିମେଣ୍ଟ ଅତଡା ଖସି ପଡିବା ସହ ବିଶ୍ରାମଗାର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷା ସମୟରେ ସାମାନ୍ୟ ବର୍ଷା ହେଲେ ପାଣି ଗଳୁଛି। ଫଳରେ ଯାତ୍ରୀ ମାନେ ଆଶ୍ରୟ ନେବାପାଇଁ ଭିତରକୁ ଯିବାକୁ ନିରାପଦ ମଣୁନାହାନ୍ତି । କୈାଣସି ମୁହୂର୍ତ୍ତରେ ଏହାର କାନ୍ଥ କି ଛାତ ଭାଙ୍ଗି ପଡ଼ିବା ଆଶଙ୍କା ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ବୀରମହାରାଜପୁର ଅଞ୍ଚଳ ସମେତ ରଥପୁର , ଯାଲୋଏ , କଲାପଥର , ପଣ୍ଡାପାଲି ଓ ଆଖପାଖ ଗ୍ରାମର ଜନସାଧାରଣ ଏହି ଛକରୁ ଭୁବନେଶ୍ୱର , ବଲାଙ୍ଗୀର , ସମ୍ବଲପୁର , କଟକ , ରେଢ଼ାଖୋଲ , ଅନୁଗୋଳ ତଥା ରାଜ୍ୟ ବିଭିନ୍ନ ସ୍ଥାନକୁ ବସ ଯୋଗେ ଯାଇଥାନ୍ତି। ଏଠାରେ ଉପ କାରାଗାର , ତଥା ବିଭିନ୍ନ ସ୍କୁଲ ରହିଥିବା ରୁ ଏହି ଛକ ଉପରେ ଲୋକ ମାନେ ନିର୍ଭର କରିଥାନ୍ତି। ତେବେ ଯାତ୍ରୀ ଙ୍କ ବିଶ୍ରାମ ପାଇଁ ତିଆରି ହୋଇଥିବା ବିଶ୍ରାମ ଗାରଟି ବହୁ ପୁରୁଣା ଏବଂ ଶୋଚନୀୟ ଅବସ୍ଥାରେ ରହିଥିବାରୁ ଏହା ଲୋକଙ୍କ ପାଇଁ ଭୟର କାରଣ ପାଲଟିଛି। ବିପଦ ସଙ୍କୁଳ ବିଶ୍ରାମ ଗାରଟିକୁ ନୂତନ ଭାବରେ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି । କିନ୍ତୁ ବିଭାଗୀୟ କର୍ତୁପକ୍ଷ ଙ୍କ ଅବହେଳା ଯୋଗୁଁ ସମସ୍ୟା ର ସମାଧାନ ହୋଇ ପାରୁନଥିବା ସାଧାରଣ ରେ ଆଲୋଚନା ହେଉଛି I
The post ବିପଦ ସଙ୍କୁଳ ଅବସ୍ଥାରେ ରଥପୁର ଯାତ୍ରୀ ବିଶ୍ରାମାଗାର appeared first on Odisha.News.