ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଜଳସ୍ତର
ବାଲେଶ୍ବର: ପାଣି କମିଛି, ଦୁର୍ଦ୍ଦଶା ବଢ଼ିଛି। ବିପଦ ସଙ୍କେତ ତଳେ ପ୍ରବାହିତ ସୁବର୍ଣ୍ଣରେଖା ଜଳସ୍ତର। ସୁବର୍ଣ୍ଣରେଖା ନଦୀର ଜଳସ୍ତର କମିଛି । ହେଲେ ବନ୍ଯା ପ୍ରଭାବିତଙ୍କ ଦୁର୍ଦ୍ଦଶା ବଢିଛି। ସୁବର୍ଣ୍ଣରେଖା ନଦୀରେ ବନ୍ଯା ଆସିବା ଫଳରେ ଉତ୍ତର ବାଲେଶ୍ବରର ୪ଟି ବ୍ଲକର ୨୧ଟି ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ବ ଗାଁ ଜଳବନ୍ଦୀ ହୋଇରହିଛି। ବାଲିଆପାଳ ଏବଂ ଭୋଗରାଇ ବ୍ଲକ ଗାଁ ଦାଣ୍ତରେ ୩ ଫୁଟ ଉଚ୍ଚର ବନ୍ଯା ପାଣି ପ୍ରବାହିତ। ଫଳରେ ଲୋକେ ଜଳବନ୍ଦୀ ହୋଇଛନ୍ତି। ବିଭିନ୍ନ ସ୍ଥାନରେ […] The post ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଜଳସ୍ତର appeared first on KNews Odisha.

ବାଲେଶ୍ବର: ପାଣି କମିଛି, ଦୁର୍ଦ୍ଦଶା ବଢ଼ିଛି। ବିପଦ ସଙ୍କେତ ତଳେ ପ୍ରବାହିତ ସୁବର୍ଣ୍ଣରେଖା ଜଳସ୍ତର। ସୁବର୍ଣ୍ଣରେଖା ନଦୀର ଜଳସ୍ତର କମିଛି । ହେଲେ ବନ୍ଯା ପ୍ରଭାବିତଙ୍କ ଦୁର୍ଦ୍ଦଶା ବଢିଛି। ସୁବର୍ଣ୍ଣରେଖା ନଦୀରେ ବନ୍ଯା ଆସିବା ଫଳରେ ଉତ୍ତର ବାଲେଶ୍ବରର ୪ଟି ବ୍ଲକର ୨୧ଟି ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ବ ଗାଁ ଜଳବନ୍ଦୀ ହୋଇରହିଛି।
ବାଲିଆପାଳ ଏବଂ ଭୋଗରାଇ ବ୍ଲକ ଗାଁ ଦାଣ୍ତରେ ୩ ଫୁଟ ଉଚ୍ଚର ବନ୍ଯା ପାଣି ପ୍ରବାହିତ। ଫଳରେ ଲୋକେ ଜଳବନ୍ଦୀ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ୪ ଫୁଟ ପାଣି। ଲୋକେ ଦେଶୀ ଡଙ୍ଗା ସାହାଯ୍ୟରେ ଯାତାୟତ କରୁଛନ୍ତି। ପାଣିରେ ବୁଡି ରହିଛି ହଜାର ହଜାର ହେକ୍ଟର ଚାଷ ଜମି। ଘରେ ପାଣି ପଶିଯାଇଥିବାରୁ ଲୋକମାନେ ପିଲା ଛୁଆ ଧରି ନଦୀ ବନ୍ଧ ଏବଂ ରାସ୍ତା ଉପରେ ଆଶ୍ରୟ ନେଉଛନ୍ତି।
ଲୋକଙ୍କ ନିକଟରେ ପ୍ରଶାସନିକ ବ୍ୟବସ୍ଥା ସଠିକ ଭାବରେ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି। ଗତକାଲି ବନ୍ଯା ପାଣିରେ ଭାସି ନିଖୋଜ ଥିବା ଭୋଗରାଇ ବ୍ଲକ କୁହ୍ଲା ଗ୍ରାମର ନବକୃଷ୍ନ ପିଳାଙ୍କ ପୁଅ ମହେଶ୍ବର ପିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିଭିନ୍ନ ବନ୍ଯା ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବାଲେଶ୍ବର ଜିଲ୍ଲା ପ୍ରଶାସନ। ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ଯବଂଶୀ ମୟୁର ବିକାଶ , ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ ବନ୍ଯା ପ୍ରଭାବିତ ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।
Also read: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖାର ଜଳସ୍ତର, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକରେ ପଶିଲା ବନ୍ଯାଜଳ
The post ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଜଳସ୍ତର appeared first on KNews Odisha.