ବିପାଶାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ମିକା, କହିଲେ-ନିଜ ବୁଦ୍ଧି ଯୋଗୁଁ ଘରେ ବସିଛନ୍ତି...

ମୁମ୍ଵାଇ ୦୩।୦୩; ବଲିଉଡର ଲୋକପ୍ରିୟ ଗାୟକଙ୍କ ମଧ୍ୟରୁ ମିକା ସିଂ ଅନ୍ୟତମ । ସେ ତାଙ୍କ ଗୀତ ସହିତ ତାଙ୍କର ବକ୍ତବ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥାଏ ।ଏବେ ମିକା ଅଭିନେତ୍ରୀ ବିପାଶା ବସୁଙ୍କ ବିଷୟରେ ବଡ଼ ଖୁଲାସା କରିଛନ୍ତି। ନିକଟରେ ସେ ଅଭିନେତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ମିକା କହିଛନ୍ତି ଯେ ସେ ନିଜ ଯୋଗୁଁ ସେ କୌଣସି କାମ ପାଉନାହାଁନ୍ତି। ବାସ୍ତବରେ, ମିକା ସିଂ ବିପାଶା ବସୁଙ୍କ ପ୍ରକୃତି ବିଷୟରେ ଅନେକ ଥର କହିସାରିଛନ୍ତି । ଗାୟକ କହିଥିଲେ ଯେ ଯେତେବେଳେ ସେ ବିପାଶା ଏବଂ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ସହ କାମ କରିଥିଲେ, ଏହି ଦମ୍ପତି ତାଙ୍କୁ ବହୁତ ହଇରାଣ କରିଥିଲେ। ମିକା ସିଂ କହିଛନ୍ତି ଯେ ଗତ କିଛି ବର୍ଷ ହେବ ସେମାନେ ବିନା କାମରେ ଘରେ ବସିରହିଛନ୍ତି । ସେମାନଙ୍କୁ କୌଣସି କାମ ମିଳୁନାହିଁ । ଏହା କେବଳ ସେମାନଙ୍କର ଭୁଲ ଯୋଗୁଁ ଘଟୁଛି । କାରଣ ଯେତେବେଳେ ମୁଁ ତାଙ୍କ ସହିତ କାମ କଲି । ସେମାନେ ବହୁତ ଡ୍ରାମା କରିଥିଲେ ।ତାଙ୍କ ହେତୁ ମୋ ଫିଲ୍ମର ବଜେଟ୍ ୪ କୋଟିରୁ ୧୫ କୋଟି ଟଙ୍କାକୁ ଯାଇଥିଲା। ତଥାପି ବି ସେମାନେ ହଇରାଣ କରିବା ଛାଡି ନଥିଲେ । କୌଣସି ପ୍ରକାରେ ମୁଁ ତାଙ୍କ ସହିତ ସେହି ଫିଲ୍ମ କଲି।ଏହା’ପରେ କୋଭିଡ କାରଣରୁ, ସେ ଠିକ୍ ଭାବରେ ଚାଲିପାରିଲା ନାହିଁ, ମିକା କହିଛନ୍ତି ସୁଟିଂ ବ୍ୟତୀତ, ଯେତେବେଳେ ଡବିଂ କରିବାର ସମୟ ଆସିଲା ସେତେବେଳେ ମଧ୍ୟ କରଣ ଏବଂ ବିପାଶା ଅନେକ ଥର ଅସୁସ୍ଥତାର ବାହାନ

ବିପାଶାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ମିକା, କହିଲେ-ନିଜ ବୁଦ୍ଧି ଯୋଗୁଁ ଘରେ ବସିଛନ୍ତି...

ମୁମ୍ଵାଇ ୦୩।୦୩; ବଲିଉଡର ଲୋକପ୍ରିୟ ଗାୟକଙ୍କ ମଧ୍ୟରୁ ମିକା ସିଂ ଅନ୍ୟତମ । ସେ ତାଙ୍କ ଗୀତ ସହିତ ତାଙ୍କର ବକ୍ତବ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥାଏ ।ଏବେ ମିକା ଅଭିନେତ୍ରୀ ବିପାଶା ବସୁଙ୍କ ବିଷୟରେ ବଡ଼ ଖୁଲାସା କରିଛନ୍ତି। ନିକଟରେ ସେ ଅଭିନେତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ମିକା କହିଛନ୍ତି ଯେ ସେ ନିଜ ଯୋଗୁଁ ସେ କୌଣସି କାମ ପାଉନାହାଁନ୍ତି। ବାସ୍ତବରେ, ମିକା ସିଂ ବିପାଶା ବସୁଙ୍କ ପ୍ରକୃତି ବିଷୟରେ ଅନେକ ଥର କହିସାରିଛନ୍ତି । ଗାୟକ କହିଥିଲେ ଯେ ଯେତେବେଳେ ସେ ବିପାଶା ଏବଂ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ସହ କାମ କରିଥିଲେ, ଏହି ଦମ୍ପତି ତାଙ୍କୁ ବହୁତ ହଇରାଣ କରିଥିଲେ। 

ମିକା ସିଂ କହିଛନ୍ତି ଯେ ଗତ କିଛି ବର୍ଷ ହେବ ସେମାନେ ବିନା କାମରେ ଘରେ ବସିରହିଛନ୍ତି । ସେମାନଙ୍କୁ କୌଣସି କାମ ମିଳୁନାହିଁ । ଏହା କେବଳ ସେମାନଙ୍କର ଭୁଲ ଯୋଗୁଁ ଘଟୁଛି । କାରଣ ଯେତେବେଳେ ମୁଁ ତାଙ୍କ ସହିତ କାମ କଲି । ସେମାନେ ବହୁତ ଡ୍ରାମା କରିଥିଲେ ।ତାଙ୍କ ହେତୁ ମୋ ଫିଲ୍ମର ବଜେଟ୍ ୪ କୋଟିରୁ ୧୫ କୋଟି ଟଙ୍କାକୁ ଯାଇଥିଲା। ତଥାପି ବି ସେମାନେ ହଇରାଣ କରିବା ଛାଡି ନଥିଲେ । କୌଣସି ପ୍ରକାରେ ମୁଁ ତାଙ୍କ ସହିତ ସେହି ଫିଲ୍ମ କଲି।

ଏହା’ପରେ କୋଭିଡ କାରଣରୁ, ସେ ଠିକ୍ ଭାବରେ ଚାଲିପାରିଲା ନାହିଁ, ମିକା କହିଛନ୍ତି ସୁଟିଂ ବ୍ୟତୀତ, ଯେତେବେଳେ ଡବିଂ କରିବାର ସମୟ ଆସିଲା ସେତେବେଳେ ମଧ୍ୟ କରଣ ଏବଂ ବିପାଶା ଅନେକ ଥର ଅସୁସ୍ଥତାର ବାହାନା ଦେଖାଇଥିଲେ। ଏହି ଜିନିଷ ଏବଂ ସେମାନଙ୍କର ଭୁଲ ହେତୁ, ଆଜି ଏହି ଦମ୍ପତି କୌଣସି କାମ ପାଉ ନାହାନ୍ତି।ଏଥିପାଇଁ ଦୁହେଁ ଘରେ ବସିଛନ୍ତି । ଯେତେବେଳେ କେହି ଆପଣଙ୍କୁ କାମ ଦିଅନ୍ତି ଏହାକୁ ବୁଝିବା ଉଚିତ୍ । ସେହି କାର୍ଯ୍ୟକୁ ସମ୍ମାନ ଦେବା କଥା ।