ବିପିଏସସି ପରୀକ୍ଷାର୍ଥୀଙ୍କ ସମର୍ଥନରେ ପ୍ରଶାନ୍ତ କିଶୋର, ବସିଲେ ଆମରଣ ଅନଶନରେ

ନୂଆଦିଲ୍ଲୀ: ବିପିଏସସି ପରୀକ୍ଷା ବିବାଦ ମଧ୍ୟରେ ପୁଣି ଥରେ ଆଶାୟୀଙ୍କ ସପକ୍ଷରେ ବାହାରିଛନ୍ତି ପ୍ରଶାନ୍ତ କିଶୋର। ଆଶାୟୀଙ୍କ ଦାବି ପୂରଣ ପାଇଁ ଗାନ୍ଧୀ ମଇଦାନର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଆମରଣ ଅନଶନରେ ବସିଛନ୍ତି ଜନ ସୂରାଜ ମୁଖ୍ୟ। ପୂର୍ବରୁ ସେ ସରକାରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ ଦେଇଥିଲେ। ସେ କହିଥିଲେ ଯଦି ଜାନୁଆରୀ ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ ନହେବ ତା’ହେଲେ ସେ ନିଜେ ଧାରଣାରେ ବସିବେ। ତେବେ ପ୍ରଶାନ୍ତ କିଶୋର ଧାରଣାରେ ବସିବାରୁ ଆଶାୟୀଙ୍କ ଆନ୍ଦୋଳନ ପୁଣି ଥରେ ତୀବ୍ର ହୋଇଛି। ସୂଚନାଥାଉକି, ବିପିଏସସିର ୭୦ତମ ପ୍ରିଲିମ୍ସ ପରୀକ୍ଷା ଡିସେମ୍ବର୧୩ରେ ହୋଇଥିଲା। ହେଲେ ପରୀକ୍ଷାରେ ଘୋଟାଲା ଅଭିଯୋଗ ଆଣି ଆଶାୟୀ ଏହାକୁ ପୁଣିଥରେ କରିବାକୁ ଦାବି କରୁଛନ୍ତି। ଗତ ୨ ସପ୍ତାହରୁ ଅଧିକ ସମୟ ଧରି ଆଶାୟୀଙ୍କ ଧାରଣା ଜାରି ରହିଥିବାବେଳେ, ଆଶାୟୀଙ୍କୁ ପ୍ରଶାନ୍ତ କିଶୋର, ତେଜସ୍ବୀ, ପପ୍ପୁ ଯାଦବଙ୍କ ଭଳି ନେତାଙ୍କ ସହ ଦେଶର ଜଣାଶୁଣା ଖାନ ସାରଙ୍କ ମଧ୍ୟ ସମର୍ଥନ ମିଳୁଛି। ପ୍ରଶାନ୍ତ କିଶୋରଙ୍କ ୫ ଦାବିଆମରଣ ଅନଶନରେ ବସିଥିବା ପ୍ରଶାନ୍ତ କିଶୋରଙ୍କ ୫ ଦାବି ରହିଛି। ପ୍ରଥମଟି ହେଲେ ୭୦ତମ ପରୀକ୍ଷା ବିପିଏସସି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ଦୁର୍ନୀତିର ଉଚ୍ଚସ୍ତରୀୟ ଯାଞ୍ଚ ହେଉ ଏବଂ ପୁନଃ ପରୀକ୍ଷା । ଦ୍ବିତୀୟରେ ୨୦୧୫ରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, ୧୮ରୁ ୩୫ ବର୍ଷର ସବୁ ବେରୋଜଗାର

ବିପିଏସସି ପରୀକ୍ଷାର୍ଥୀଙ୍କ ସମର୍ଥନରେ ପ୍ରଶାନ୍ତ କିଶୋର, ବସିଲେ ଆମରଣ ଅନଶନରେ

ନୂଆଦିଲ୍ଲୀ: ବିପିଏସସି ପରୀକ୍ଷା ବିବାଦ ମଧ୍ୟରେ ପୁଣି ଥରେ ଆଶାୟୀଙ୍କ ସପକ୍ଷରେ ବାହାରିଛନ୍ତି ପ୍ରଶାନ୍ତ କିଶୋର। ଆଶାୟୀଙ୍କ ଦାବି ପୂରଣ ପାଇଁ ଗାନ୍ଧୀ ମଇଦାନର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଆମରଣ ଅନଶନରେ ବସିଛନ୍ତି ଜନ ସୂରାଜ ମୁଖ୍ୟ। ପୂର୍ବରୁ ସେ ସରକାରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ ଦେଇଥିଲେ। ସେ କହିଥିଲେ ଯଦି ଜାନୁଆରୀ ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ ନହେବ ତା’ହେଲେ ସେ ନିଜେ ଧାରଣାରେ ବସିବେ। ତେବେ ପ୍ରଶାନ୍ତ କିଶୋର ଧାରଣାରେ ବସିବାରୁ ଆଶାୟୀଙ୍କ ଆନ୍ଦୋଳନ ପୁଣି ଥରେ ତୀବ୍ର ହୋଇଛି। 

ସୂଚନାଥାଉକି, ବିପିଏସସିର ୭୦ତମ ପ୍ରିଲିମ୍ସ ପରୀକ୍ଷା ଡିସେମ୍ବର୧୩ରେ ହୋଇଥିଲା। ହେଲେ ପରୀକ୍ଷାରେ ଘୋଟାଲା ଅଭିଯୋଗ ଆଣି ଆଶାୟୀ ଏହାକୁ ପୁଣିଥରେ କରିବାକୁ ଦାବି କରୁଛନ୍ତି। ଗତ ୨ ସପ୍ତାହରୁ ଅଧିକ ସମୟ ଧରି ଆଶାୟୀଙ୍କ ଧାରଣା ଜାରି ରହିଥିବାବେଳେ, ଆଶାୟୀଙ୍କୁ ପ୍ରଶାନ୍ତ କିଶୋର, ତେଜସ୍ବୀ, ପପ୍ପୁ ଯାଦବଙ୍କ ଭଳି ନେତାଙ୍କ ସହ ଦେଶର ଜଣାଶୁଣା ଖାନ ସାରଙ୍କ ମଧ୍ୟ ସମର୍ଥନ ମିଳୁଛି। 

ପ୍ରଶାନ୍ତ କିଶୋରଙ୍କ ୫ ଦାବି

ଆମରଣ ଅନଶନରେ ବସିଥିବା ପ୍ରଶାନ୍ତ କିଶୋରଙ୍କ ୫ ଦାବି ରହିଛି। ପ୍ରଥମଟି ହେଲେ ୭୦ତମ ପରୀକ୍ଷା ବିପିଏସସି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ଦୁର୍ନୀତିର ଉଚ୍ଚସ୍ତରୀୟ ଯାଞ୍ଚ ହେଉ ଏବଂ ପୁନଃ ପରୀକ୍ଷା । ଦ୍ବିତୀୟରେ ୨୦୧୫ରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, ୧୮ରୁ ୩୫ ବର୍ଷର ସବୁ ବେରୋଜଗାର ଯୁବକଙ୍କୁ ଭତ୍ତା । ତୃତୀୟରେ ତାଙ୍କର ଦାବି ରହିଛି ଯେ, ଗତ ୧୦ ବର୍ଷରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପେପର ଲିକ୍‌ର ଯାଞ୍ଚ ଏବଂ ଦୋଷୀଙ୍କ ଉପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ଶ୍ବେତ ପତ୍ର ଜାରି କରାଯାଉ।

ସେହିଭଳି, ଗଣତନ୍ତ୍ରର ଜନନୀ ବିହାରକୁ ଲାଠିତନ୍ତ୍ର କରିଥିବା ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚତୁର୍ଥ ଦାବି ରଖିଛନ୍ତି। ତାଙ୍କର ପଞ୍ଚମ ଦାବି ରହିଛି ବିହାରର ସରକାରୀ ଚାକିରିରେ ବିହାର ଯୁବକଙ୍କ ପାଇଁ ଦୁଇ ତୃତୀୟାଂଶ ରିଜର୍ଭେସନ ରହୁ। ଆଉ ଏଥିପାଇଁ ଡୋମିସାଇଲ ନୀତି ଲାଗୁ କରାଯାଉ।