ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ
ମୋହନା ୯।୬: ଗଜପତି ଜିଲ୍ଲା ମୋହନା ଓ ଆର.ଉଦୟଗିରି ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ l ଉଭୟ ଥାନା ଅଞ୍ଚଳରୁ ୧୦ କୁଇଣ୍ଟାଲ ୩୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଗୋଟିଏ କଣ୍ଟେନର, ଗୋଟିଏ କାର୍ ସହ ୪ ଜଣକୁ ଗିରଫ କରାଯାଇଛି l ମୋହନା ଥାନା କମଳାପୁର ଛକରୁ ଏକ କଣ୍ଟେନରରୁ ୭ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଜବତ ହୋଇଛି l ଏହି ଗଞ୍ଜେଇ ବିରିକୋଟି ଅଞ୍ଚଳରୁ ବିହାର ଚାଲାଣ ହେଉଥିଲା l ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଉତ୍ତରପ୍ରଦେଶ ବୋରେଲି ଅଞ୍ଚଳର ମହମ୍ମଦ ଅଲି ଓ ତସଲିମ ଖାନକୁ ଗିରଫ କରାଯାଇଛି l ସେହିପରି ଆର.ଉଦୟଗିରି ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ କାର ସହ ୨୭୫ କିଲୋ ଗଞ୍ଜେଇ ଜବତ କରାଯାଇଛି l ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ମିନୁ ବର୍ଦ୍ଧନ ଓ ସିଦ୍ଧାନ୍ତ କରlଡ଼କୁ ଗିରଫ କରାଯାଇଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ଗଜପତି ଏସପି ସ୍ଵାତୀ ଏସ କୁମାର ସୂଚନା ଦେଇଛନ୍ତି lYou Can Read :ଦିଲୀପ ପାହାନ ହତ୍ଯା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ୨୦କୁ ବଢିଲା ଗିରଫଙ୍କ ସଂଖ୍ୟା
ମୋହନା ୯।୬: ଗଜପତି ଜିଲ୍ଲା ମୋହନା ଓ ଆର.ଉଦୟଗିରି ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ l ଉଭୟ ଥାନା ଅଞ୍ଚଳରୁ ୧୦ କୁଇଣ୍ଟାଲ ୩୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଗୋଟିଏ କଣ୍ଟେନର, ଗୋଟିଏ କାର୍ ସହ ୪ ଜଣକୁ ଗିରଫ କରାଯାଇଛି l ମୋହନା ଥାନା କମଳାପୁର ଛକରୁ ଏକ କଣ୍ଟେନରରୁ ୭ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଜବତ ହୋଇଛି l ଏହି ଗଞ୍ଜେଇ ବିରିକୋଟି ଅଞ୍ଚଳରୁ ବିହାର ଚାଲାଣ ହେଉଥିଲା l ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଉତ୍ତରପ୍ରଦେଶ ବୋରେଲି ଅଞ୍ଚଳର ମହମ୍ମଦ ଅଲି ଓ ତସଲିମ ଖାନକୁ ଗିରଫ କରାଯାଇଛି l ସେହିପରି ଆର.ଉଦୟଗିରି ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ କାର ସହ ୨୭୫ କିଲୋ ଗଞ୍ଜେଇ ଜବତ କରାଯାଇଛି l ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ମିନୁ ବର୍ଦ୍ଧନ ଓ ସିଦ୍ଧାନ୍ତ କରlଡ଼କୁ ଗିରଫ କରାଯାଇଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ଗଜପତି ଏସପି ସ୍ଵାତୀ ଏସ କୁମାର ସୂଚନା ଦେଇଛନ୍ତି l
You Can Read :
ଦିଲୀପ ପାହାନ ହତ୍ଯା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ୨୦କୁ ବଢିଲା ଗିରଫଙ୍କ ସଂଖ୍ୟା