ବିପୁଳ ମଦ ସହ କାର୍‌ ଜବତ, ଢାବା ମାଲିକଙ୍କ ସମେତ ୨ ଗିରଫ

ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିବା ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍‌ ପକ୍ଷରୁ ଶୁକ୍ରବାର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଦେଇଥିବା ଢାବା ଉପରେ ଚଢ଼ାଉ କରାଯାଇଛି l ଏହି ସମୟରେ କାର୍‌ରେ ଥିବା ୮୬ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏଥିସହ ଢାବାର ମାଲିକ କାଳିଆ ସ୍ବାଇଁ ଓ ତାଙ୍କ ସହଯୋଗୀ ଠାକୁରଗଡ଼ ଥାନା ପାଇକସାହି ଗ୍ରାମର ଗୋବିନ୍ଦ ସାହୁଙ୍କୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ହଣ୍ଡପା ପୋଲିସ ଗିରଫ କରିଛି l […] The post ବିପୁଳ ମଦ ସହ କାର୍‌ ଜବତ, ଢାବା ମାଲିକଙ୍କ ସମେତ ୨ ଗିରଫ appeared first on Dharitri Odia News.

ବିପୁଳ ମଦ ସହ କାର୍‌ ଜବତ, ଢାବା ମାଲିକଙ୍କ ସମେତ ୨ ଗିରଫ

ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିବା ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍‌ ପକ୍ଷରୁ ଶୁକ୍ରବାର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଦେଇଥିବା ଢାବା ଉପରେ ଚଢ଼ାଉ କରାଯାଇଛି l ଏହି ସମୟରେ କାର୍‌ରେ ଥିବା ୮୬ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏଥିସହ ଢାବାର ମାଲିକ କାଳିଆ ସ୍ବାଇଁ ଓ ତାଙ୍କ ସହଯୋଗୀ ଠାକୁରଗଡ଼ ଥାନା ପାଇକସାହି ଗ୍ରାମର ଗୋବିନ୍ଦ ସାହୁଙ୍କୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ହଣ୍ଡପା ପୋଲିସ ଗିରଫ କରିଛି l ଘଟଣାରୁ ଜଣାପଡ଼ିଛି ଯେ, ହୋଲି ଉତ୍ସବରେ ଢାବାରେ ମଦ ବ୍ୟବସାୟ କରିବା ପାଇଁ କାଳିଆ ତାଙ୍କ କାର୍‌ ନମ୍ବର (ଓଡି ୦୨ ଡିଏ ୨୮୩୫)ଯୋଗେ ବଇଣ୍ଡା ବିଦେଶୀ ମଦ ଦୋକାନରୁ ୮୬ ଲିଟର ଚୋରା ବିଦେଶୀ ମଦ ବୋଝେଇ କରି ନେଉଥିଲେ। ବିଦେଶୀ ମଦ ଗାଡ଼ିରେ ଲୋଡ୍‌ କରୁଥିବା ବେଳେ ସ୍ବତନ୍ତ୍ର ସ୍କ୍ବାଡ କାର ପିଛା କରିଥିଲା। ପରେ କାଳିଆ ତାଙ୍କ ଢାବା ଅଭିମୁଖେ ନେଉଥିବା ବେଳେ କାବୁ କରି ଗିରଫ କରିବା ସହ କାର୍‌ ଓ ମଦ ଜବତ କରିଥିଲା। ଏହି ଚଢ଼ାଉକୁ ନେଇ ମଦ ମାଫିଆମାନେ ଭୟଭୀତ ହୋଇ ପଡ଼ିଛନ୍ତି।

The post ବିପୁଳ ମଦ ସହ କାର୍‌ ଜବତ, ଢାବା ମାଲିକଙ୍କ ସମେତ ୨ ଗିରଫ appeared first on Dharitri Odia News.