ବିବାଦରୁ ସର୍ବନାଶ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଜୀବନ ନେଇଗଲା ସ୍ୱାମୀ
ବଲାଙ୍ଗୀର ୦୨।୦୪ : ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଲା ଗାଁରେ ବିଭତ୍ସ ହତ୍ୟା ଘଟଣା । ସାମାନ୍ୟ ବିବାଦରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଜୀବନ ନେଇଗଲେ ସ୍ୱାମୀ । ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଖାଇ ସାରି ସ୍ତ୍ରୀ ଶୋଇବାକୁ ଯାଇଥିଲେ । ଏହି ସମୟରେ ସ୍ୱାମୀ ହଠାତ୍ ଏକ ଟାଙ୍ଗିଆ ଆଣି ସ୍ତ୍ରୀକୁ ଚୋଟ ମାରିଥିଲେ । ଯାହାଫଳରେ ସ୍ତ୍ରୀର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଯାଏଁ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହରୁ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ହତ୍ୟାକାଣ୍ଡ ସଂପର୍କରେ ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି । ଏହାସହ ହତ୍ୟାକାରୀ ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ । କେଉଁ ପରିସ୍ଥିତିରେ ଏବଂ କିଭଳି ହତ୍ୟା କରିଛି, ସେନେଇ ଛାନ୍ଭିନ୍ କରୁଛି ପୋଲିସ । ଏହାବ୍ୟତୀତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୋଲିସ । ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।
ବଲାଙ୍ଗୀର ୦୨।୦୪ : ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଲା ଗାଁରେ ବିଭତ୍ସ ହତ୍ୟା ଘଟଣା । ସାମାନ୍ୟ ବିବାଦରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଜୀବନ ନେଇଗଲେ ସ୍ୱାମୀ । ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଖାଇ ସାରି ସ୍ତ୍ରୀ ଶୋଇବାକୁ ଯାଇଥିଲେ । ଏହି ସମୟରେ ସ୍ୱାମୀ ହଠାତ୍ ଏକ ଟାଙ୍ଗିଆ ଆଣି ସ୍ତ୍ରୀକୁ ଚୋଟ ମାରିଥିଲେ । ଯାହାଫଳରେ ସ୍ତ୍ରୀର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଯାଏଁ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହରୁ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଅନ୍ୟପଟେ ହତ୍ୟାକାଣ୍ଡ ସଂପର୍କରେ ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି । ଏହାସହ ହତ୍ୟାକାରୀ ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ । କେଉଁ ପରିସ୍ଥିତିରେ ଏବଂ କିଭଳି ହତ୍ୟା କରିଛି, ସେନେଇ ଛାନ୍ଭିନ୍ କରୁଛି ପୋଲିସ । ଏହାବ୍ୟତୀତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୋଲିସ । ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।