ବିବାଦରେ ଋଷିକୋଣ୍ଡା ହିଲ ପ୍ୟାଲେସ୍, TDPର ଅଭିଯାଗ-ନିଜ କ୍ୟାମ୍ପ ଅଫିସ ପାଇଁ ନିର୍ମାଣ କରାଇଥିଲେ ଜଗନମୋହନ

ଅମରାବତୀ ୧୩।୩: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀଙ୍କ ବିଶାଖାପାଟଣା (ଭାଇଜାଗ)ସ୍ଥିତ ଆଲିସାନ ପାଲେସ୍ (ଋଷିକୋଣ୍ଡା ହିଲ ପ୍ୟାଲେସ୍)ର ଦ୍ୱାର ଏବେ ସର୍ବସାଧାରଣଙ୍କ ଲାଗି ଖୋଲି ଯାଇଛି। ତେବେ ଏଥି ପାଇଁ ରାଜ୍ୟର ନୂଆ ଏନଡିଏ ସରକାର ଏବେ ଜନଗମୋହନଙ୍କୁ ଟାର୍ଗେଟ୍ କରୁଛି। ଚନ୍ଦ୍ରବାବୁ ନାୟଡୁଙ୍କ ତେଲଗୁ ଦେଶମ ପାର୍ଟି (ଟିଡିପି) ଜଗନମୋହନଙ୍କ ଉପରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ମହଲ ନିର୍ମାଣ କରାଇଥିବାର ଅଭିଯୋଗ ଆଣିଛି। #WATCH | Inside visuals of former Andhra Pradesh Chief Minister YS Jagan Mohan Reddy's sea-facing mansion built on Rushikonda hill in Visakhapatnam. The mansion comprises four sprawling blocks spread over 10 acres in Rushikonda pic.twitter.com/Mr0cHDTB8I— ANI (@ANI) March 13, 2025ଏହି ଆଲିସାନ ପ୍ୟାଲେସର ଫଟୋ ଏବଂ ଭିଡିଓ ସମ୍ବାଦ ସରବରାହ ସଂସ୍ଥା ଏଏନଆଇରେ ପ୍ରସାରିତ ହେଉଛି। ଜଗନମୋହନ ଏହି ବିଳାଶମୟ ଭବନକୁ ଚୁପଚାପ ନିର୍ମିତ କରାଇଥିବାର ଟିଡିପି ଅଭିଯୋଗ କରୁଛି। ଭାଇଜାଗରେ ବ୍ୟାପକ ବାରିକେଡ ଲଗାଇ ଗୁପ୍ତ ରୂପେ ଏକ ପାହାଡ଼କୁ କାଟି ଏଥିରେ ଭବନ ନିର୍ମାଣ କରାଇଥିବାର ଅଭିଯୋଗ  ହୋଇଛି। ଟିଡିପି ଏହା ମଧ୍ୟ ଦାବି କରିଛି ଯେ ଋଷିକୋଣ୍ଡା ହିଲରେ ନିର୍ମିତ ଏହି ଭବ୍ୟ ସମ୍ପତ୍ତିକୁ ଜଗନମୋହନ ରେଡ୍ଡୀ ତାଙ

ବିବାଦରେ ଋଷିକୋଣ୍ଡା ହିଲ ପ୍ୟାଲେସ୍, TDPର ଅଭିଯାଗ-ନିଜ କ୍ୟାମ୍ପ ଅଫିସ ପାଇଁ ନିର୍ମାଣ କରାଇଥିଲେ ଜଗନମୋହନ

ଅମରାବତୀ ୧୩।୩: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀଙ୍କ ବିଶାଖାପାଟଣା (ଭାଇଜାଗ)ସ୍ଥିତ ଆଲିସାନ ପାଲେସ୍ (ଋଷିକୋଣ୍ଡା ହିଲ ପ୍ୟାଲେସ୍)ର ଦ୍ୱାର ଏବେ ସର୍ବସାଧାରଣଙ୍କ ଲାଗି ଖୋଲି ଯାଇଛି। ତେବେ ଏଥି ପାଇଁ ରାଜ୍ୟର ନୂଆ ଏନଡିଏ ସରକାର ଏବେ ଜନଗମୋହନଙ୍କୁ ଟାର୍ଗେଟ୍ କରୁଛି। ଚନ୍ଦ୍ରବାବୁ ନାୟଡୁଙ୍କ ତେଲଗୁ ଦେଶମ ପାର୍ଟି (ଟିଡିପି) ଜଗନମୋହନଙ୍କ ଉପରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ମହଲ ନିର୍ମାଣ କରାଇଥିବାର ଅଭିଯୋଗ ଆଣିଛି। 


ଏହି ଆଲିସାନ ପ୍ୟାଲେସର ଫଟୋ ଏବଂ ଭିଡିଓ ସମ୍ବାଦ ସରବରାହ ସଂସ୍ଥା ଏଏନଆଇରେ ପ୍ରସାରିତ ହେଉଛି। ଜଗନମୋହନ ଏହି ବିଳାଶମୟ ଭବନକୁ ଚୁପଚାପ ନିର୍ମିତ କରାଇଥିବାର ଟିଡିପି ଅଭିଯୋଗ କରୁଛି। ଭାଇଜାଗରେ ବ୍ୟାପକ ବାରିକେଡ ଲଗାଇ ଗୁପ୍ତ ରୂପେ ଏକ ପାହାଡ଼କୁ କାଟି ଏଥିରେ ଭବନ ନିର୍ମାଣ କରାଇଥିବାର ଅଭିଯୋଗ  ହୋଇଛି। ଟିଡିପି ଏହା ମଧ୍ୟ ଦାବି କରିଛି ଯେ ଋଷିକୋଣ୍ଡା ହିଲରେ ନିର୍ମିତ ଏହି ଭବ୍ୟ ସମ୍ପତ୍ତିକୁ ଜଗନମୋହନ ରେଡ୍ଡୀ ତାଙ୍କ କ୍ୟାମ୍ପ ଅଫିସ ପାଇଁ ନିର୍ମାଣ କରାଇଥିଲେ। 



ସେ ପର୍ଯ୍ୟଟନ ବିଭାଗ ନାମରେ ଏହି ବିଲ୍ଡିଂକୁ ନିର୍ମାଣ କରାଇଥିଲେ। ସୂଚନା ଅନୁସାରେ ଋଷିକୋଣ୍ଡା ପ୍ୟାଲେସ ସମୁଦ୍ରର ଠିକ ସାମ୍ନାରେ  ୯.୮୮ଏକର ଜମିରେ ନିର୍ମିତ ହୋଇଛି। ଜଗନମୋହନ ମୁଖ୍ୟମନ୍ତ୍ରୀ ଥିବା ବେଳେ ନିର୍ମାଣ କରାଇଥିବା ୭ଟି ଭବନରୁ ଖାସ କରି ୩ଟିକୁ ରେସିଡେନ୍ସିଆଲ ବିଲ୍ଡିଂ ଭାବେ ନିର୍ମାଣ କରାଇଥିଲେ। ଋଷିକୋଣ୍ଡା ପ୍ୟାଲେସରେ ୧୨ଟି ବେଡ ରୁମ ରହିଛି। ପ୍ରତ୍ୟେକ ବେଡରୁମରେ ଆଟାଚ୍ ବାଥରୁମ ଥିବା ବେଳେ ଏହା ଅତ୍ୟନ୍ତ ବିଳାଶମୟ ନିର୍ମିତ ହୋଇଛି। 



ଏଥିରେ ଥିବା ବିଳାଶମୟ ସୁବିଧାରେ ହାଇକ୍ୱାଲିଟି ଫର୍ଣ୍ଣିସିଂ, ସାଜସରଞ୍ଜାମ, ଝୁମର, ଓ ମେଜିଆ କାମରେ ଜନତାଙ୍କ ଅର୍ଥ ଖୁବ୍ ଲୁଟା ଯାଇଛି। ଏଥିରେ ଥିବା ଆଟାଚ୍ ବାଥ୍ ରୁମ ୪୩୦ ବର୍ଗଫୁଟ ପରିମିତ ହୋଇଥିବା ବେଳେ ଏଥିରେ ଲାଗିଥିବା ବାଥ ଟବର ଦାମ ୪୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ବିଲ୍ଡିଂର ଇଣ୍ଟେରିୟର ଡେକୋରେସନ ନିମନ୍ତେ ସାମଗ୍ରୀ ଓ ଫର୍ଣ୍ଣିଚର ବାବଦେ କୋଟି କୋଟି ଟଙ୍କା ଶ୍ରାଦ୍ଧ କରାଯାଇଛି। ଏହା ଛଡା ବିଲ୍ଡିଂକୁ ସଂଯୁକ୍ତ କରୁଥିବା ସଡ଼କ, ପୋଖରୀ ଓ ପାର୍କର ବିକାଶ ପାଇଁ ଅତିରିକ୍ତ ୫୦ କୋଟିଟଙ୍କା ବ୍ୟୟ କରାଯାଇଛି। ବିଲ୍ଡିଂ ବାହାରେ ବି ଆକର୍ଷଣୀୟ ଲ୍ୟାଣ୍ଡସ୍କେପିଂ କରାଯାଇଛି। ଏହି ଖାସ ପାର୍କରେ ୨-୩ ପ୍ରକାରର ୱାକ୍-ୱେ ନିର୍ମାଣ କରାଯାଇଛି। 



ଏକ ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଋଷିକୋଣ୍ଡା ହିଲସରେ ବିକଶିତ କରାଯାଇଥିବା ପର୍ଯ୍ୟଟନ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ମେ ୨୦୨୧ରେ ସିଆରଜେଡ୍ ମଞ୍ଜୁରୀ ଦେଇଥିଲେ। ତେବେ ଟିଡିପି କହିଛି ଯେ ଏହାକୁ ଖାସ କରି ଜଗନମୋହନଙ୍କ କ୍ୟାମ୍ପ ଅଫିସ ପାଇଁ ନିର୍ମାଣ କରାଯାଇଥିଲା। ଏହା ବି ଅଭିଯୋଗ ହୋଇଛି ଯେ ଏଥି ପାଇଁ ରାଜ୍ୟ ରାଜକୋଷରୁ ୫୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ହାଇକୋର୍ଟରେ ସରକାରଙ୍କ ଏହି ପ୍ରକଳ୍ପକୁ ଚ୍ୟାଲେଞ୍ଜ ମଧ୍ୟ କରାଯାଇଥିଲା। ହାଇକୋର୍ଟ ଏକ୍ସପର୍ଟ କମିଟି ଏହି ପ୍ରକଳ୍ପ ଲାଗି ନୀତି ନିୟମ ଉଲ୍ଲଂଘନର ପ୍ରମାଣ ମଧ୍ୟ ପାଇଥିଲେ। ତେବେ ସେତେବେଳେ ଏହାର ନିର୍ମାଣ ଉପରେ ରୋକ ଲଗାଯାଇନଥିଲା।