ବିବାଦରେ ରଜନୀକାନ୍ତଙ୍କ 'କୁଲି', ଲିଗାଲ ନୋଟିସ୍‌ ପଠାଇଲେ ଇଲିୟାରାଜା

ତାଙ୍କ ଅନୁମତି ବିନା ଗୀତକୁ ଫିଲ୍ମରରେ ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଇଲିୟାରାଜା ଏହି ପ୍ରସଙ୍ଗରେ କୁଲି ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କଠାରୁ ଜବାବ ମାଗିଛନ୍ତି।

ବିବାଦରେ ରଜନୀକାନ୍ତଙ୍କ 'କୁଲି', ଲିଗାଲ ନୋଟିସ୍‌ ପଠାଇଲେ ଇଲିୟାରାଜା

ସାଉଥ ସୁପରଷ୍ଟାର୍‌ ରଜନୀକାନ୍ତ। ତାଙ୍କ ଫିଲ୍ମକୁ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ନିକଟରେ ତାଙ୍କ ଫିଲ୍ମ 'କୁଲି'ର ଏକ ଟିଜର ରିଲିଜ ହୋଇଥିଲା। ଏହାକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଥିଲେ। ରଜନୀକାନ୍ତ ଏହି ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଜବରଦସ୍ତ ହାଇପ୍‌ ମଧ୍ୟ ରହିଛି। ଏହି ଫିଲ୍ମ ଏବେ ଆଇନ ଜାଲରେ ଫଶିଥିବା ସୂଚନା ମିଳିଛି।

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସଂଗୀତକାର ଇଲିୟାରାଜା ରଜନୀକାନ୍ତଙ୍କ ଏହି ଅପ୍‌କମିଂ ଫିଲ୍ମ 'କୁଲି'ର ପ୍ରଡକ୍ସନ ହାଉସ୍‌ ସନ୍‌ ପିକ୍‌ଚର୍ସ ବିରୋଧରେ ଲିଗାଲ ନୋଟିସ ଜାରି କରିଛନ୍ତି। ଏହି ଫିଲ୍ମରେ ତାଙ୍କ ଅନୁମତି ବିନା ତାଙ୍କର ଗୀତକୁ ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

କିଛି ଦିନ ପୂର୍ବରୁ ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ଫିଲ୍ମ 'କୁଲି'ର ଏକ ଚମତ୍କାର ଟିଜର ରିଲିଜ ହୋଇଥିଲା। ଏଥିରେ ରଜନୀକାନ୍ତଙ୍କ ଜବରଦସ୍ତ ସ୍ୱାଗ୍‌ ସାଙ୍ଗକୁ ଦମ୍‌ଦାର ଆକ୍ସନ ଦେଖିବାକୁ ମିଳିଥିଲା। ତେବେ ଏହି ଟିଜରର ବ୍ୟାକ୍‌ଗ୍ରାଉଣ୍ଡରେ ବାଜୁଥିବା ମ୍ୟୁଜିକ କିନ୍ତୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।​

ଏବେ ଏହି ମ୍ୟୁଜିକ୍‌କୁ ନେଇ ହିଁ ବିବାଦ ଉପୁଜିଛି। ସଂଗୀତ ନିର୍ଦ୍ଦେଶକ ଇଲିୟାରାଜା ଏହି ସଙ୍ଗୀତକୁ ନେଇ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଇ-ଟାଇମ୍ସର ରିପୋର୍ଟ ଅନୁଯାୟୀ, 'କୁଲି' ଫିଲ୍ମର ଟିଜରରେ ସଙ୍ଗୀତକାର ଅନିରୁଦ୍ଧ ଇଲିୟାରାଜାଙ୍କ ଗୀତ 'ଓ୍ୱା ଓ୍ୱା ପାଖମ୍‌ ଓ୍ୱା'କୁ ରିକ୍ରିଏଟ୍‌ କରିଛନ୍ତି।

ଏହାକୁ ନେଇ ଇଲିୟାରାଜା 'କୁଲି'ର ପ୍ରଡକକ୍ସନ ହାଇସ୍‌ ସନ୍‌ ପିକ୍‌ଚର୍ସ ବିରୋଧରେ କପିରାଇଟ୍ ଆକ୍ଟ ଅନୁଯାୟୀ ଲିଗାଲ ନୋଟିସ୍ ପଠାଇଛନ୍ତି। ତାଙ୍କ ଅନୁମତି ବିନା ଗୀତକୁ ଫିଲ୍ମରରେ ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଇଲିୟାରାଜା ଏହି ପ୍ରସଙ୍ଗରେ କୁଲି ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କଠାରୁ ଜବାବ ମାଗିଛନ୍ତି।

ଜେଲର୍‌ ଓ ଲାଲ ସଲାମ ପରେ ଏବେ ରଜନୀକାନ୍ତ 'କୁଲି' ଫିଲ୍ମ ଜରିଆରେ ପୁଣି ଥରେ ଥିଏଟର୍‌ରେ ରାଜ କରିବାକୁ ଆସୁଛନ୍ତି। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ଅଭିନେତ୍ରର ଶ୍ରୁତି ହସନ ଅଛନ୍ତି। ତେବେ ଫିଲ୍ମଟି କେବେ ରିଲିଜ ହେବ ନେଇ କିଛି ଘୋଷଣା ହୋଇନାହିଁ।