ବିବାହ ଉତ୍ସବରେ ନୃତ୍ୟ ବେଳେ ଯୁବତୀଙ୍କର ମୃତ୍ୟୁ

ଇନ୍ଦୋର: ଭାଇର ବିବାହ ଉତ୍ସବରେ ନୃତ୍ୟ କରୁଥିବାବେଳେ ଜଣେ ଯୁବତୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ମୃତ ଯୁବତୀ ହେଉଛନ୍ତି ଇନ୍ଦୋରର ପରିଣିତା ଜୈନ (୨୩)। ପରିଣିତା ତାଙ୍କ ସମ୍ପର୍କୀୟ ଭାଇର ବିବାହ ଉତ୍ସବ​ରେ ଯୋଗ ଦେବାକୁ ବିଦିଶା ଯାଇଥିଲେ। ସେଠାରେ ବିବାହ ଉତ୍ସବ ଲାଗି ଆୟୋଜିତ ଏକ ମଞ୍ଚ (ଷ୍ଟେଜ୍) କାର୍ଯ୍ୟକ୍ରମରେ ସେ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ ପରିବେଷଣ କରୁଥିବାବେଳେ ସେ ମଞ୍ଚରେ ପଡିଯାଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ପରିବାର ଓ ଆତ୍ମୀୟ ସ୍ବଜନ ତାଙ୍କୁ ତୁରନ୍ତ […]

ବିବାହ ଉତ୍ସବରେ ନୃତ୍ୟ ବେଳେ ଯୁବତୀଙ୍କର ମୃତ୍ୟୁ

ଇନ୍ଦୋର: ଭାଇର ବିବାହ ଉତ୍ସବରେ ନୃତ୍ୟ କରୁଥିବାବେଳେ ଜଣେ ଯୁବତୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ମୃତ ଯୁବତୀ ହେଉଛନ୍ତି ଇନ୍ଦୋରର ପରିଣିତା ଜୈନ (୨୩)। ପରିଣିତା ତାଙ୍କ ସମ୍ପର୍କୀୟ ଭାଇର ବିବାହ ଉତ୍ସବ​ରେ ଯୋଗ ଦେବାକୁ ବିଦିଶା ଯାଇଥିଲେ। ସେଠାରେ ବିବାହ ଉତ୍ସବ ଲାଗି ଆୟୋଜିତ ଏକ ମଞ୍ଚ (ଷ୍ଟେଜ୍) କାର୍ଯ୍ୟକ୍ରମରେ ସେ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ ପରିବେଷଣ କରୁଥିବାବେଳେ ସେ ମଞ୍ଚରେ ପଡିଯାଇଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ପରିବାର ଓ ଆତ୍ମୀୟ ସ୍ବଜନ ତାଙ୍କୁ ତୁରନ୍ତ ଉଠାଇଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିଣିତାଙ୍କୁ ହୃଦ୍‌ଘାତ ହୋଇଥିବା ଡାକ୍ତର କହିଥିଲେ। ପରିଣିତାଙ୍କ ଏପରି ମୃତ୍ୟୁକୁ କେହି ବିଶ୍ବାସ କରିପାରି ନାହାନ୍ତି। ହୃଦ୍‌ଘାତ ଜନିତ ଏପରି ଆକସ୍ମିକ ମୃତ୍ୟୁ ଖବର ଓ ଏହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାରିତ ହୋଇଛି।

ନିକଟରେ ପରିଣିତା ତାଙ୍କର ଏମ୍‌ବିଏ ସମାପ୍ତ କରିଥିଲେ ଏବଂ ଇନ୍ଦୋରରେ ତାଙ୍କ ପିତାମାତାଙ୍କ ସହିତ ରହୁଥିଲେ। ପୂର୍ବରୁ ତାଙ୍କ ସାନ ଭାଇ ମଧ୍ୟ ୧୨ବର୍ଷ ବୟସରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ। ପୁଅ ପରେ ଏବେ ଝିଅକୁ ହରାଇ ଭାଙ୍ଗିପଡ଼ିଛି ପରିବାର। ପରିଣିତାଙ୍କ ମୃତ୍ୟୁର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗତବର୍ଷ ଅକ୍ଟୋବରରେ ଏକ ୧୫ବର୍ଷର ବାଳକ କ୍ରିକେଟ୍ ଖେଳୁଥିବା ବେଳେ ପଡିଆରେ ହୃଦ୍‌ଘାତରେ ପ୍ରାଣ ହରାଇଥିଲା।