ବିବାହ କରିବେ କୀର୍ତ୍ତି ସୁରେଶ
ଚେନ୍ନାଇ: ସାଉଥ୍ ଅଭିନେତ୍ରୀ କୀର୍ତ୍ତି ସୁରେଶ ଖୁବ୍ଶୀଘ୍ର ଅଭିନେତା ବରୁଣ ଧାୱନଙ୍କ ‘ବେବି ଜନ୍’ ଫିଲ୍ମ ସହ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ମଙ୍ଗଳବାର କୀର୍ତ୍ତିଙ୍କୁ ନେଇ ଏକ ଅପ୍ଡେଟ ସାମ୍ନାକୁ ଆସିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ଡିସେମ୍ବର ଦ୍ୱିତୀୟ ସପ୍ତାହରେ କୀର୍ତ୍ତି ତାଙ୍କର ଦୀର୍ଘ ଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ ବିବାହ କରିବେ। ଦୁବାଇର ଜଣାଶୁଣା ବ୍ୟବସାୟୀ ଆଣ୍ଟୋନିଙ୍କ ସହ ଗତ ୧୫ ବର୍ଷ ଧରି ସେ ରିଲେଶନଶିପ୍ରେ ଥିଲେ। ଉଭୟ କୀର୍ତ୍ତି ଏବଂ […] The post ବିବାହ କରିବେ କୀର୍ତ୍ତି ସୁରେଶ appeared first on Dharitri Odia News.
ଚେନ୍ନାଇ: ସାଉଥ୍ ଅଭିନେତ୍ରୀ କୀର୍ତ୍ତି ସୁରେଶ ଖୁବ୍ଶୀଘ୍ର ଅଭିନେତା ବରୁଣ ଧାୱନଙ୍କ ‘ବେବି ଜନ୍’ ଫିଲ୍ମ ସହ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ମଙ୍ଗଳବାର କୀର୍ତ୍ତିଙ୍କୁ ନେଇ ଏକ ଅପ୍ଡେଟ ସାମ୍ନାକୁ ଆସିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ଡିସେମ୍ବର ଦ୍ୱିତୀୟ ସପ୍ତାହରେ କୀର୍ତ୍ତି ତାଙ୍କର ଦୀର୍ଘ ଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ ବିବାହ କରିବେ। ଦୁବାଇର ଜଣାଶୁଣା ବ୍ୟବସାୟୀ ଆଣ୍ଟୋନିଙ୍କ ସହ ଗତ ୧୫ ବର୍ଷ ଧରି ସେ ରିଲେଶନଶିପ୍ରେ ଥିଲେ। ଉଭୟ କୀର୍ତ୍ତି ଏବଂ ଆଣ୍ଟୋନି ଗୋଆରେ ବିବାହ କରିବେ ବୋଲି ଏହି ରିପୋର୍ଟ କହିଛି।
କୀର୍ତ୍ତିଙ୍କର ଗ୍ରାଣ୍ଡ ଡେଷ୍ଟିନେଶନ ୱେଡିଂ ଆସନ୍ତା ମାସ ୧୧ ଏବଂ ୧୨ରେ ଅନୁଷ୍ଠିତ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ବିବାହରେ ଉଭୟ କୀର୍ତ୍ତି ଏବଂ ଆଣ୍ଟୋନିଙ୍କ ପରିବାରବର୍ଗଙ୍କ ସହ ନିକଟ ବନ୍ଧୁ ଓ ସମ୍ପର୍କୀୟ ଯୋଗଦେବେ। ଆଗାମୀ ଦିନରେ କୀର୍ତ୍ତିଙ୍କ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଏହି ରିପୋର୍ଟ ଅନୁଯାୟୀ, ହାଇସ୍କୁଲରେ ଉଭୟ କୀର୍ତ୍ତି ଏବଂ ଆଣ୍ଟୋନି ଏକସଙ୍ଗେ ପଢୁଥିଲେ। ସେମାନଙ୍କ ବନ୍ଧୁତା ଧୀରେ ଧୀରେ ବଢ଼ିବାକୁ ଲାଗିଥିଲା। ପରେ ଉଭୟ ରିଲେଶନଶିପ୍ରେ ଆସିବାକୁ ନିଷ୍ପତି ନେଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କୀର୍ତ୍ତି କୌଣସି ମଧ୍ୟ ସୋସିଆଲ ମିଡିଆ ପୋଷ୍ଟରେ ଆଣ୍ଟୋନିଙ୍କ ସହ ପ୍ରେମ ସମ୍ପର୍କକୁ ସାର୍ବଜନୀନ କରିନାହାନ୍ତି।
The post ବିବାହ କରିବେ କୀର୍ତ୍ତି ସୁରେଶ appeared first on Dharitri Odia News.