ବିବାହ କରିଲେ ସରକାର ଦେବେ ଟଙ୍କା, ଜାଣନ୍ତୁ କ’ଣ ଏହି ଯୋଜନା...
ଲକ୍ଷ୍ନୌ ୧୯।୦୬ : ବିବାହ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ବିବାହ କରିଲେ ଆପଣଙ୍କ ସରକାର ଦେବେ ୫୧ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅନ୍ତର୍ଗତ ଏହି ସହାୟତା ରାଶି ମିଳିବ । ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଏହି ଯୋଜନାର ଆରମ୍ଭ ହୋଇଛି । ଯେଉଁଥିରେ ଏକ ବିବାହ କରିବା ପରେ ଆଶାୟୀଙ୍କୁ ୫୧ ହଜାର ଟଙ୍କା ମିଳିବ । ଏହି ରାଶି ଏକାଥରକେ ଦିଆଯାଇନଥାଏ । ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅନୁସାରେ ସରକାର ଦ୍ୱାରା ପ୍ରଥମ କିସ୍ତିରେ ୩୫ ହଜାର ଟଙ୍କା ମିଳିଥାଏ । ତାହା ପୁଣି ବିବାହ ପରେ । ସେହିପରି ବାକି ଥିବା ଟଙ୍କା ମଧ୍ୟରୁ ୧୦ ହଜାର ଟଙ୍କା ଆଉ ଗୋଟିଏ କିସ୍ତିରେ ମିଳିଥାଏ । ଆଉ ବାକି ୬ ହଜାର ଟଙ୍କା ଏକ କିସ୍ତିରେ ମିଳିଥାଏ । ମୋଟ ୩ଟି କିସ୍ତିରେ ମିଳିଥାଏ ଏହି ଟଙ୍କା । କେଉଁ ମାନଙ୍କୁ ମିଳିଥାଏ ଏହି ସୁବିଧା ?ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ବିବାହ କରିଲେ ୫୧ ହଜାର ଟଙ୍କାର ସହାୟତା ମିଳିଥାଏ । ଗରିବ ଶ୍ରେଣୀର ଥିବା ଝିଅଙ୍କ ପକ୍ଷରେ ଏହି ଯୋଜନା ଲାଗୁ ହୋଇଥାଏ । ଯେଉଁମାନଙ୍କ ମାତା-ପିତା ଉତ୍ତରପ୍ରଦେଶର ମୂଳ ନିବାସୀ ରହିବା ଦରକାର । ଏହାସହିତ ପରିବାରର ବାର୍ଷିକ ଆୟ ୨ ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ଯଦି କେହି ଅନୂସୂଚିତ ଜାତି କିମ୍ବା ଓବିସିର ହୋଇଥିବେ । ତେବେ ସେମାନଙ୍କୁ ଜାତିଗତ ପ୍ରମାଣପତ୍ର ଦେବା
ଲକ୍ଷ୍ନୌ ୧୯।୦୬ : ବିବାହ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ । ବିବାହ କରିଲେ ଆପଣଙ୍କ ସରକାର ଦେବେ ୫୧ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅନ୍ତର୍ଗତ ଏହି ସହାୟତା ରାଶି ମିଳିବ ।
ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଏହି ଯୋଜନାର ଆରମ୍ଭ ହୋଇଛି । ଯେଉଁଥିରେ ଏକ ବିବାହ କରିବା ପରେ ଆଶାୟୀଙ୍କୁ ୫୧ ହଜାର ଟଙ୍କା ମିଳିବ । ଏହି ରାଶି ଏକାଥରକେ ଦିଆଯାଇନଥାଏ । ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅନୁସାରେ ସରକାର ଦ୍ୱାରା ପ୍ରଥମ କିସ୍ତିରେ ୩୫ ହଜାର ଟଙ୍କା ମିଳିଥାଏ । ତାହା ପୁଣି ବିବାହ ପରେ । ସେହିପରି ବାକି ଥିବା ଟଙ୍କା ମଧ୍ୟରୁ ୧୦ ହଜାର ଟଙ୍କା ଆଉ ଗୋଟିଏ କିସ୍ତିରେ ମିଳିଥାଏ । ଆଉ ବାକି ୬ ହଜାର ଟଙ୍କା ଏକ କିସ୍ତିରେ ମିଳିଥାଏ । ମୋଟ ୩ଟି କିସ୍ତିରେ ମିଳିଥାଏ ଏହି ଟଙ୍କା ।
କେଉଁ ମାନଙ୍କୁ ମିଳିଥାଏ ଏହି ସୁବିଧା ?
ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ବିବାହ କରିଲେ ୫୧ ହଜାର ଟଙ୍କାର ସହାୟତା ମିଳିଥାଏ । ଗରିବ ଶ୍ରେଣୀର ଥିବା ଝିଅଙ୍କ ପକ୍ଷରେ ଏହି ଯୋଜନା ଲାଗୁ ହୋଇଥାଏ । ଯେଉଁମାନଙ୍କ ମାତା-ପିତା ଉତ୍ତରପ୍ରଦେଶର ମୂଳ ନିବାସୀ ରହିବା ଦରକାର । ଏହାସହିତ ପରିବାରର ବାର୍ଷିକ ଆୟ ୨ ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ଯଦି କେହି ଅନୂସୂଚିତ ଜାତି କିମ୍ବା ଓବିସିର ହୋଇଥିବେ । ତେବେ ସେମାନଙ୍କୁ ଜାତିଗତ ପ୍ରମାଣପତ୍ର ଦେବା ଉଚିତ୍ । ବିବାହ ପାଇଁ ଝିଅଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ବେଳେ ପୁଅଙ୍କ ବୟସ ୨୧ ବର୍ଷ ହେବା ଦରକାର ।