ବିବାହ କଲେ ଈରା, ନୂପୁର; କାନ୍ଦିଲେ ଆମୀର

ଲଙ୍ଗ୍‌ ଟାଇମ୍‌ ବୟଫ୍ରେଣ୍ଡ ନୂପୁର ଶିଖର ସାଜିଲେ ଈରାଙ୍କ ବର।

ବିବାହ କଲେ ଈରା, ନୂପୁର; କାନ୍ଦିଲେ ଆମୀର

ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ମିଷ୍ଟର ପରଫେକ୍ଟ ଆମୀର ଖାନଙ୍କ ଲାଡ଼ଲୀ ଈରା ଖାନ । ଲଙ୍ଗ୍‌ ଟାଇମ୍‌ ବୟଫ୍ରେଣ୍ଡ ନୂପୁର ଶିଖର ସାଜିଲେ ଈରାଙ୍କ ବର। ଉଦୟପୁରରେ ଏହି ବିବାହର ଗ୍ରାଣ୍ଡ ସେରିମନି ଆୟୋଜିତ ହୋଇ ଯାଇଛି। ପରିବାର ସଦସ୍ୟ ଓ ଖାସ୍‌ ଅତିଥିଙ୍କ ଗହଣରେ ପରସ୍ପରର ଜୀବନ ସାଥୀ ପାଲଟି ଯାଇଛନ୍ତି ଈରା ଓ ନୁପୂର ।

Marriageଈରା ଓ ନୂପୁରଙ୍କ ବିବାହ ବେଳର ଫଟୋ ।

ଉଦୟପୁରର ଏକ ପ୍ୟାଲେସ୍‌ରେ ଉଭୟ ଖ୍ରୀଷ୍ଟିୟାନ ରୀତିନୀତିରେ ବିବାହ କରିଛନ୍ତି। ନିଜ ବିବାହ ନିମନ୍ତେ ଈରା ହ୍ୱାଇଟ କଲରର ଡ୍ରେସ୍‌ ବାଛିଥିବା ବେଳେ ନୂପୁର ଅଫ୍‌ କଲର ସୁଟ୍‌ରେ ନଜର ଆସିଥିଲେ। ନିଜ ବିବାହ ଡ୍ରେସ୍‌ରେ ଆମୀରଙ୍କ ଲାଡଲି କୌଣସି ପରୀଠୁ କମ୍‌ ଲାଗୁ ନ ଥିଲେ। ନୂପୁର ବିବାହ ସ୍ଥଳକୁ ନିଜ ମା’ଙ୍କ ସହ ଆସିଥିବା ବେଳେ ଈରା ବି ନିଜ ମାତାପିତାଙ୍କ ସହ ପହଞ୍ଚିଥିଲେ।

Marriageଝିଅ ବିବାହ ଦେଖି ଆମୀରଙ୍କ ଆଖିରେ ଲୁହ ।

ବିବାହ ପରେ ଉଭୟ ନୂପୁର ଓ ଈରା ପରସ୍ପରକୁ ଲିପ୍‌ଲକ୍ କିସ୍‌ କରିଥିଲେ। ଏହାପରେ ଉଭୟ ହାତ ଧରି ଯାଉଥିବା ବେଳେ ନବଦମ୍ପତିଙ୍କ ଉପରେ ଉଭୟ ପଟୁ ଫୁଲ ବର୍ଷା ହୋଇଥିଲା। ଏହାଦେଖି ଆମୀର ବେଶ୍‌ ଭାବୁକ ହୋଇଯାଇଥିବା ବେଳେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା।

Marriageଈରା, ନୂପୁରଙ୍କ ବିବାହ ବେଳର ଫଟୋ ।

ଆସନ୍ତା ୧୩ ତାରିଖରେ ମୁମ୍ବାଇର ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରାଯିବ । ଏଥିରେ ଶାହରୁଖ, ସଲମାନଙ୍କ ସମେତ ବି- ଟାଉନ୍‌ର ଆଗ ଧାଡ଼ିର କଳାକାରଙ୍କ ସମେତ ରାଜନେତା ଓ ନାମୀଦାମୀ ଶିଳ୍ପପତି ବି ସାମିଲ ହେବେ ବୋଲି ଜଣାଯାଇଛି।