ବିବାହ ପରଠାରୁ ନବବଧୂଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର, ୪ ବର୍ଷ ପରେ ଅଧିକ ଯୌତୁକ ଆଣିବାକୁ କହି ଶେଷରେ…

ଧର୍ମଶାଳା,୧୪ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନେଉଳପୁର କଣ୍ଟାବଣିଆଁ ସଂଖ୍ୟାଲଘୁ ସାହିରେ ଯୌତୁକ ପାଇଁ ଜଣେ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଚହଟା ମୁସଲମାନ ସାହିର ମହମ୍ମଦ ସବିରଙ୍କ ଝିଅ ଆରଜୁ ବାନୁ ଚାରିବର୍ଷ ତଳେ ନେଉଳପୁର ନିକଟ କଣ୍ଟାବଣିଆଁ ମୁସଲମାନ ସାହିର ମହସିମ ଖାନ୍‌ଙ୍କୁ ବିବାହ କରିଥଲେ। ଯୌତୁକ ବାବଦକୁ ସମସ୍ତ ସାମଗ୍ରୀ ମଧ୍ୟ ଦିଆଯାଇଥିଲା। ତେବେ ବିବାହ ପରେ ଅଧିକ ଯୌତୁକ ପାଇଁ ତାଙ୍କ ଉପରେ ଶାଶୁଘର […] The post ବିବାହ ପରଠାରୁ ନବବଧୂଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର, ୪ ବର୍ଷ ପରେ ଅଧିକ ଯୌତୁକ ଆଣିବାକୁ କହି ଶେଷରେ… appeared first on Dharitri Odia News.

ବିବାହ ପରଠାରୁ ନବବଧୂଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର, ୪ ବର୍ଷ ପରେ ଅଧିକ ଯୌତୁକ ଆଣିବାକୁ କହି ଶେଷରେ…

ଧର୍ମଶାଳା,୧୪ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନେଉଳପୁର କଣ୍ଟାବଣିଆଁ ସଂଖ୍ୟାଲଘୁ ସାହିରେ ଯୌତୁକ ପାଇଁ ଜଣେ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଚହଟା ମୁସଲମାନ ସାହିର ମହମ୍ମଦ ସବିରଙ୍କ ଝିଅ ଆରଜୁ ବାନୁ ଚାରିବର୍ଷ ତଳେ ନେଉଳପୁର ନିକଟ କଣ୍ଟାବଣିଆଁ ମୁସଲମାନ ସାହିର ମହସିମ ଖାନ୍‌ଙ୍କୁ ବିବାହ କରିଥଲେ। ଯୌତୁକ ବାବଦକୁ ସମସ୍ତ ସାମଗ୍ରୀ ମଧ୍ୟ ଦିଆଯାଇଥିଲା। ତେବେ ବିବାହ ପରେ ଅଧିକ ଯୌତୁକ ପାଇଁ ତାଙ୍କ ଉପରେ ଶାଶୁଘର ଲୋକେ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ବୋହୂକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ତାକୁ ବଡ଼ଚଣା ମେଡିକାଲ ନେଇଥିଲେ। ସେଠାରୁ ତାଙ୍କୁ କଟକ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଝିଅକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହକୁ ଜବତ କରିବା ସହ ମୃତକଙ୍କ ଶାଶୁ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ଥାନାରେ ପହଞ୍ଚି ପ୍ରତିବାଦ କରି କରିବା ସହିତ ମୃତକଙ୍କ ସ୍ବାମୀଙ୍କୁ ଗିରଫ କରି ଉଚିତ ଶାସ୍ତି ଦେବାକୁ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ମୃତକଙ୍କ ଶାଶୁଘର ଲୋକେ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

The post ବିବାହ ପରଠାରୁ ନବବଧୂଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର, ୪ ବର୍ଷ ପରେ ଅଧିକ ଯୌତୁକ ଆଣିବାକୁ କହି ଶେଷରେ… appeared first on Dharitri Odia News.