ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ
ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବିବାହ ପରେ କିଛି ଲୋକଙ୍କ ଭାଗ୍ୟ ଚମକି ଯାଏ। ଆସନ୍ତୁ ଜାଣିବା:- ପ୍ରତ୍ୟେକ ରାଶିର ସ୍ବାମୀ ଗ୍ରହ ଅଲଗା। ଏଣୁ ବ୍ୟକ୍ତି ନିଜ ଗ୍ରହର ସ୍ବଭାବ ଅନୁଯାୟୀ ବ୍ୟବହାର କରିଥାଏ। ସେଭଳି ତାର ଚାଲିଚଳନ, ପସନ୍ଦନାପସନ୍ଦ ହୋଇଥାଏ। ଏହାକୁ ଅଧ୍ୟୟନ କରି କେହି ନିଜର ଭବିଷ୍ୟତ ବିଷୟରେ […] The post ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ appeared first on Dharitri Odia News.
ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବିବାହ ପରେ କିଛି ଲୋକଙ୍କ ଭାଗ୍ୟ ଚମକି ଯାଏ। ଆସନ୍ତୁ ଜାଣିବା:-
ପ୍ରତ୍ୟେକ ରାଶିର ସ୍ବାମୀ ଗ୍ରହ ଅଲଗା। ଏଣୁ ବ୍ୟକ୍ତି ନିଜ ଗ୍ରହର ସ୍ବଭାବ ଅନୁଯାୟୀ ବ୍ୟବହାର କରିଥାଏ। ସେଭଳି ତାର ଚାଲିଚଳନ, ପସନ୍ଦନାପସନ୍ଦ ହୋଇଥାଏ। ଏହାକୁ ଅଧ୍ୟୟନ କରି କେହି ନିଜର ଭବିଷ୍ୟତ ବିଷୟରେ ଜାଣିପାରିବ। ଆଜି ଆମେ ଏଭଳି ୩ ରାଶି ବିଷୟରେ କଥା ହେବା ଯେଉଁଥିରେ ଜନ୍ମିତ ଯୁବତୀମାନେ ବେଶ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ଯୁବତୀମାନେ ବିବାହ କରିବା ପରେ ସ୍ବାମୀଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥାନ୍ତି।
ମେଷ ରାଶି: ଏହି ରାଶିର ଜନ୍ମିତ ଯୁବତୀ ବହୁତ ଭାଗ୍ୟବାନ। ଏମାନେ ନିଜ ଜୀବନସାଥୀଙ୍କ ପ୍ରତି ସଚ୍ଚୋଟ ହୋଇଥାନ୍ତି। ଏମାନଙ୍କ ହୃଦୟ ସଫା। ସର୍ବଦା ପରିବାରକୁ ଏମାନେ ଯୋଡ଼ି ରଖିଥାନ୍ତି। ଏମାନଙ୍କୁ ଯେଉଁ କାର୍ଯ୍ୟ ଦିଆଯାଏ ସେମାନେ ବହୁତ ସଚ୍ଚୋଟତା ଏବଂ ଦାୟିତ୍ୱ ସହକାରେ ପୂରଣ କରିଥାନ୍ତି। ଏହି ରାଶିର ଯୁବତୀ ଯାହାକୁ ବି ବିବାହ କରନ୍ତି, ତାହାର ଭାଗ୍ୟ ଫିଟି ଯାଇଥାଏ।
କର୍କଟ ରାଶି: ଏହି ରାଶିର ଯୁବତୀମାନେ ବହୁତ ସୁନ୍ଦର ହୋଇଥାନ୍ତି। ଏମାନେ ଯେତିକି ସୁନ୍ଦର ସେତିକି ଭାବପ୍ରବଣ ହୋଇଥାନ୍ତି। ଏମାନେ ସ୍ବାମୀଙ୍କୁ ବହୁତ ଭଲ ପାଇଥାନ୍ତି। ସବୁ ପରିସ୍ଥିତିରେ ତାଙ୍କ ସହ ରହିଥାନ୍ତି। ଏହି ସ୍ବଭାବ ଏମାନଙ୍କୁ ସମସ୍ତଙ୍କଠାରୁ ଅଲଗା କରିଥାଏ।
ସିଂହ ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ସ୍ବଭାବରେ ବହୁତ ରାଗି। ଏମାନେ ଜୀବନସାଥୀଙ୍କ ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି। ସବୁ ଅସୁବିଧାକୁ ଏମାନେ ମଜଭୂତ ସହ ଲଢ଼ିଥାନ୍ତି। ଏମାନେ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।
The post ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ appeared first on Dharitri Odia News.