ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, ଗର୍ଭବତୀ ଜାଣିବା ପରେ…

ଖଡ଼ିଆଳ,୨୮।୭(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଗତ ଜୁନ ୧୭ ତାରିଖ ଦିନ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ସୁଦୂର ମୁମ୍ବାଇରୁ ଗିରଫ କରିଥିବା ବେଳେ ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ସୋମବାର ସୂଚନା ଦେଇଛନ୍ତି। ଶଶି ଭୋଇ ନାମକ ଯୁବକ(୨୮) ସେହି ଗାଁର ଜଣେ ୨୫ ବର୍ଷୀୟ ଯୁବତୀ […] The post ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, ଗର୍ଭବତୀ ଜାଣିବା ପରେ… appeared first on Dharitri Odia News.

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, ଗର୍ଭବତୀ ଜାଣିବା ପରେ…

ଖଡ଼ିଆଳ,୨୮।୭(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଗତ ଜୁନ ୧୭ ତାରିଖ ଦିନ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ସୁଦୂର ମୁମ୍ବାଇରୁ ଗିରଫ କରିଥିବା ବେଳେ ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ସୋମବାର ସୂଚନା ଦେଇଛନ୍ତି। ଶଶି ଭୋଇ ନାମକ ଯୁବକ(୨୮) ସେହି ଗାଁର ଜଣେ ୨୫ ବର୍ଷୀୟ ଯୁବତୀ ସହ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ। ହେଲେ ଯୁବତୀ ଜଣକ ୨ ମାସର ଗର୍ଭବତୀ ହେବା ପରେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ।

The post ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, ଗର୍ଭବତୀ ଜାଣିବା ପରେ… appeared first on Dharitri Odia News.