ବିବାହ ବନ୍ଧନରେ ଆବଦ୍ଧ ହେଲେ ଅରବିନ୍ଦ କେଜରିୱାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ ୧୮।୪: ଆମ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଝିଅ ହର୍ଷିତା କେଜରିୱାଲ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ସମ୍ଭବ ଜୈନଙ୍କ ସହ ଦିଲ୍ଲୀ କପୁରଥଲା ହାଉସ୍ ରେ ବିବାହ କରିଛନ୍ତି। ଏହା ପୂର୍ବରୁ ଏପ୍ରିଲ ୧୭ ତାରିଖ ଦିନ ଦିଲ୍ଲୀର ସଂଗରିଲା ହୋଟେଲରେ ମେହେନ୍ଦୀ ଓ ଅନ୍ୟ ରିତିନୀତି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଉପସ୍ଥିତ ଥିଲେ। ହର୍ଷିତା କେଜରିୱାଲ ଓ ସମ୍ଭବ ଜୈନଙ୍କ ବିବାହ ରିସେପସନ ଏପ୍ରିଲ ୨୦ ତାରିଖରେ ଅନୁଷ୍ଠିତ ହେବ। ହର୍ଷିତା ଓ ସମ୍ଭବ ଉଭୟ ଆଇଆଇଟିରେ ପଢୁଥିଲେ। କିଛିମାସ ପୂର୍ବେ ଉଭୟ ମିସି ଷ୍ଟାର୍ଟଅପ ଆରମ୍ଭ କରିଥିଲେ। ଅରବିନ୍ଦ କେଜରିୱାଲଙ୍କ ଝିଅ ହର୍ଷିତା ନୋୟେଡାର ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢିଛନ୍ତି। ୨୦୧୪ ମସିହାରେ ସେ ଆଇଆଇଟି ଜେଇଇ ଆଡଭାନ୍ସ ପରୀକ୍ଷାରେ ୩୩୨୨ ରାଙ୍କ ପାଇ ଆଇଆଇଟି ଦିଲ୍ଲୀରେ କେମିକାଲ ଇଞ୍ଜିନିୟରିଂ ରେ ଆଡମିସନ ନେଇଥିଲେ। ପାଠ ପଢୁଥିବା ବେଳେ ତାଙ୍କୁ ବିଭିନ୍ନ କମ୍ପାନୀରୁ ନିଯୁକ୍ତି ଅଫର ମିଳିଥିଲା। ତେବେ ପାଠପଢା ଶେଷ ହେବା ପରେ ହର୍ଷିତା ଗୁରୁଗ୍ରାମର ଏକ କମ୍ପାନୀରେ ଆସୋସିଏଟ କନସଲଟାଣ୍ଟ ରୂପେ କ୍ୟାରିୟର ଆରମ୍ଭ କରିଥିଲେ। ସେ ବାସିଲ ହେଲଥ୍ କମ୍ପାନୀର ସହ ସଂସ୍ଥାପକ ଅଛନ୍ତି। ନିଜ କାମ ସହିତ ହର୍ଷିତାଙ୍କୁ ତାଙ୍କ ପିତାଙ୍କ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅରବିନ୍ଦ କେଜରିୱାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ ୧୮।୪: ଆମ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଝିଅ ହର୍ଷିତା କେଜରିୱାଲ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ସମ୍ଭବ ଜୈନଙ୍କ ସହ ଦିଲ୍ଲୀ କପୁରଥଲା ହାଉସ୍ ରେ ବିବାହ କରିଛନ୍ତି। ଏହା ପୂର୍ବରୁ ଏପ୍ରିଲ ୧୭ ତାରିଖ ଦିନ ଦିଲ୍ଲୀର ସଂଗରିଲା ହୋଟେଲରେ ମେହେନ୍ଦୀ ଓ ଅନ୍ୟ ରିତିନୀତି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଉପସ୍ଥିତ ଥିଲେ। 

ହର୍ଷିତା କେଜରିୱାଲ ଓ ସମ୍ଭବ ଜୈନଙ୍କ ବିବାହ ରିସେପସନ ଏପ୍ରିଲ ୨୦ ତାରିଖରେ ଅନୁଷ୍ଠିତ ହେବ। ହର୍ଷିତା ଓ ସମ୍ଭବ ଉଭୟ ଆଇଆଇଟିରେ ପଢୁଥିଲେ। କିଛିମାସ ପୂର୍ବେ ଉଭୟ ମିସି ଷ୍ଟାର୍ଟଅପ ଆରମ୍ଭ କରିଥିଲେ। ଅରବିନ୍ଦ କେଜରିୱାଲଙ୍କ ଝିଅ ହର୍ଷିତା ନୋୟେଡାର ଦିଲ୍ଲୀ ପବ୍ଲିକ ସ୍କୁଲରେ ପଢିଛନ୍ତି। ୨୦୧୪ ମସିହାରେ ସେ ଆଇଆଇଟି ଜେଇଇ ଆଡଭାନ୍ସ ପରୀକ୍ଷାରେ ୩୩୨୨ ରାଙ୍କ ପାଇ ଆଇଆଇଟି ଦିଲ୍ଲୀରେ କେମିକାଲ ଇଞ୍ଜିନିୟରିଂ ରେ ଆଡମିସନ ନେଇଥିଲେ। 

ପାଠ ପଢୁଥିବା ବେଳେ ତାଙ୍କୁ ବିଭିନ୍ନ କମ୍ପାନୀରୁ ନିଯୁକ୍ତି ଅଫର ମିଳିଥିଲା। ତେବେ ପାଠପଢା ଶେଷ ହେବା ପରେ ହର୍ଷିତା ଗୁରୁଗ୍ରାମର ଏକ କମ୍ପାନୀରେ ଆସୋସିଏଟ କନସଲଟାଣ୍ଟ ରୂପେ କ୍ୟାରିୟର ଆରମ୍ଭ କରିଥିଲେ। ସେ ବାସିଲ ହେଲଥ୍ କମ୍ପାନୀର ସହ ସଂସ୍ଥାପକ ଅଛନ୍ତି। ନିଜ କାମ ସହିତ ହର୍ଷିତାଙ୍କୁ ତାଙ୍କ ପିତାଙ୍କ ରାଜନୀତିରେ ପାଦକୁ ପାଦ ମିସାଇ ଚାଲୁଥିବାର ମଧ୍ୟ ଦେଖା ଯାଇଥିଲା। ସେ ପାର୍ଟିର ନିର୍ବାଚନ ପ୍ରଚାରରେ ସକ୍ରିୟ ଭାବେ କାମ ମଧ୍ୟ କରିଥିଲେ। ସେ ୨୦୨୦ ବିଧାନସଭା ନିର୍ବାଚନରେ ସେ ତାଙ୍କ ପିତା ଓ ପାର୍ଟି ନିମନ୍ତେ ପ୍ରଚାର କରିଥିଲେ।